ରେକର୍ଡ ଭାଙ୍ଗିଲା ସୁନା ଦର, ସୁନା କିଣିବା ନେଇ ମଉଳି ଯାଇପାରେ ଆଶା, 10 ଗ୍ରାମ ପିଛା ସୁନା ଦର ଜାଣିଲେ ମୁଣ୍ଡରେ ହାତ ଦେଇଦେବେ

ସୁନା ଦରରେ ଦେଖା ଦେଇଛି ବଡ ପରିବର୍ତ୍ତନ । ନିକଟ ଭବିଷ୍ୟତରେ ସୁନା କିଣିବାକୁ ଯୋଜନା କରିଥିବା ଲୋକଙ୍କ ପାଇଁ ଦୁଃଖଦ ଖବର । କାରଣ ଏଥର ସବୁ ରେକର୍ଡ ଭାଙ୍ଗି ଦେଇଛି ସୁନା ଦର । ଆଜି ବଜାରରେ ସୁନା ଦର 10 ଗ୍ରାମ ପିଛା 56,336 ଟଙ୍କା ରହିଛି । ଯାହାକି ପୂର୍ବର ସବୁ ରେକର୍ଡ ଭାଙ୍ଗି ଦେଇଛି । ବିଶେଷଜ୍ଞଙ୍କ କହିବା ଅନୁସାରେ ଚଳିତ ବର୍ଷ ସୁନା ଦର ସର୍ବାଧିକ 64 ହଜାର ଛୁଇଁପାରେ । କୁହାଯାଉଛି କି ଦେଶ ସ୍ଵାଧିନ ହେବା ଠାରୁ ବର୍ତ୍ତମାନ ମଧ୍ୟରେ ସୁନା ଦର 631 ଗୁଣା ମହଙ୍ଗା ହୋଇଛି ।

ସୂଚନା ଅନୁଯାୟୀ, ପ୍ରତିବର୍ଷ ଭାରତକୁ 700 ରୁ 1000 ଟନ୍ ପର୍ଯ୍ୟନ୍ତ ସୁନା ଆମଦାନୀ ହୋଇ ଆସିଥାଏ । ହେଲେ ଏହାରି ମଧ୍ୟରେ ଗତ କିଛି ବର୍ଷ ଧରି ସୁନା ଦରରେ ଧୀରେ ଧୀରେ ବୃଦ୍ଧି ଘଟୁଥିବା ଦେଖିବାକୁ ମିଳିଛି । ସେଥିପାଇଁ କୁହାଯାଉଛି କି ଚଳିତ ବର୍ଷ ସୁନା ଦର ବୃଦ୍ଧି ପାଇ 64 ହଜାର ଯାଏଁ ଯାଇପାରେ । ଆଜି ବଜାରରେ ସୁନା ଦର 10 ଗ୍ରାମ ପିଛା 56 ହଜାର ଟଙ୍କାରୁ ଅଧିକ ରହିଛି ।

ସେହିଭଳି ରିପୋର୍ଟ ଅନୁଯାୟୀ ଗତ 75 ବର୍ଷ ମଧ୍ୟରେ ସୁନା ଦର 600 ଗୁଣାରୁ ଅଧିକ ବଢିଛି । 1947 ମସିହାରେ ସୁନା ଦର 10 ଗ୍ରାମ ପିଛା ମାତ୍ର 89 ଟଙ୍କା ରହିଥିଲା । ସେହିଭଳି ରୂପା ଦର ମଧ୍ୟ ରେକର୍ଡ ସ୍ତରରେ ପହଞ୍ଚିଛି । 1947 ମସିହାରେ ରୂପା ଦର କିଲୋଗ୍ରାମ ପିଛା ମାତ୍ର 107 ଟଙ୍କା ରହିଥିଲା ।

ତେବେ ବର୍ତ୍ତମାନ ଏହା ବୃଦ୍ଧି ପାଇ 69 ହଜାର 74 ଟଙ୍କାରେ ପହଞ୍ଚି ସାରିଛି । ତେବେ ବର୍ତ୍ତମାନ କୁହାଯାଉଛି କି ଉଭୟ ସୁନା ଓ ରୂପା ର ଦର ସର୍ବକାଳୀନ ରେକର୍ଡ ସ୍ତରରେ ପହଞ୍ଚିଛି । ବିଗତ ଅନେକ ବର୍ଷ ମଧ୍ୟରେ ଅର୍ଥାତ ଦେଶ ସ୍ଵାଧୀନ ହେବା ଠାରୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ ସୁନା ଦର 631 ଗୁଣା ଅଧିକ ବଢିଛି ।

ତେବେ ସୁନା କିଣିବାକୁ ଯୋଜନା କରୁଥିବା ଲୋକମାନଙ୍କ ଆଶା ମଉଳି ଯାଇଥିବା ବେଳେ ସୁନା ଦର ଆହୁରି ବୃଦ୍ଧି ପାଇବା ପୂର୍ବରୁ କ୍ରୟ କରିଦେବା ଉଚିତ ହେବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।