ରେଡି ତ ? ଖସିଲି… ପିଲାଙ୍କ ସ୍ଲାଇଡ଼ରରେ ଖସିଲେ କଂଗ୍ରେସ ବିଧାୟକ Sura Routray, ଦେଖନ୍ତୁ video

କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ଓରଫ ସୁର ଭାଇ ସାରା ଓଡିଶାରେ ସୁପରିଚିତ । ତାଙ୍କ ମଜାଳିଆ ଓ ବେବାକ ଅନ୍ଦାଜ କଥା ପାଇଁ ସେ ଲୋକପ୍ରିୟତା ହାସଲ କରି ପାରିଛନ୍ତି । ସୁର ରାଉତରାୟ ସବୁବେଳେ ଚର୍ଚ୍ଚାରେ ରୁହନ୍ତି ଓ ତାଙ୍କର ଅନେକ ଭିଡିଓ ମଧ୍ୟ ସାମ୍ନାକୁ ଆସେ । ତେବେ ବର୍ତ୍ତମାନ ସୁର ରାଉତରାୟଙ୍କ ଆଉ ଏକ ଭିଡିଓ ଭାଇରାଲ ହେଉଛି ଓ ଏହାକୁ ଲୋକେ ଖୁବ ପସନ୍ଦ କରୁଛନ୍ତି । ଏହି ଭାଇରାଲ ଭିଡିଓରେ ଆପଣ ଦେଖିବାକୁ ପାଇବେ କି ସୁର ରାଉତରାୟ ଏକ ସ୍ଲାଇଡ଼ରରେ ଖସୁଛନ୍ତି ।

ଆଜ୍ଞା ହଁ, ଯେଉଁ ସ୍ଲାଇଡ଼ର ବା ଖସଡାରେ ପିଲାମାନେ ଖସିବାକୁ ଖୁବ ଭଲ ପାଆନ୍ତି ସେହି ସ୍ଲାଇଡ଼ରରେ ସୁର ଭାଇ ଖାସୁଥିବାର ଦେଖିବାକୁ ମିଳିଛି । ସୁର ଭାଇଙ୍କୁ ବୟସ ହୋଇଥିଲେ ମଧ୍ୟ ସେ ଆଜି ବି ଏକଦମ ଫିଟ୍ ଅଛନ୍ତି ଓ ଯେତେବେଳେ ବି କିଛି କୁହନ୍ତି ହୃଦୟ ଖୋଲି କୁହନ୍ତି । ଗଣମାଧ୍ୟମ ଆଗରେ ବି ସେ ବେବାକ କଥା କୁହନ୍ତି । ସେଥିପାଇଁ ସୁର ଭାଇଙ୍କୁ ଅନେକ ଲୋକ ପସନ୍ଦ କରନ୍ତି । ସୁର ଭାଇଙ୍କ କଥା କଥାରେ ଲୋକଙ୍କର ଖୁବ ମନୋରଞ୍ଜନ ମଧ୍ୟ ହୁଏ ।

କାରଣ ଯେଉଁ କଥା କହିବାକୁ ଯେ କେହି ବି ଲାଜ କରିବ ସୁର ଭାଇ ସେସବୁ ନିର୍ଭୟରେ କହିଯାନ୍ତି । ଅନେକ ସମୟରେ ବିବାଦୀୟ ମତ ଦେଇ ମଧ୍ୟ ଚର୍ଚ୍ଚା ଘେରକୁ ଆସିଯାନ୍ତି । ତେବେ ଏଥର ସୁର ଭାଇଙ୍କର ଆଉ ଏକ ରୂପ ଦେଖିବାକୁ ମିଳିଛି । ଆଜି ବି ତାଙ୍କ ମନ ପିଲାଙ୍କ ଭଳି ଅଛି ବୋଲି ସେ ଦେଖେଇ ଦେଇଛନ୍ତି ।

ନିକଟରେ ନନ୍ଦନକାନନ ପାଳନ କରିଛି ଫାଉଣ୍ଡେସନ ଡେ’ । ଏହି ଫାଉଣ୍ଡେସନ ଡେ’ ଅବସରରେ ନନ୍ଦନକାନନରେ ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ ପାଇଁ ଆହୁରି ଅନେକ ଖେଳଣା ସବୁ ରଖାଯାଇଛି । ବର୍ତ୍ତମାନ ପିକନିକ ସିଜିନରେ ଅନେକ ଲୋକ ନନ୍ଦନକାନନ ଆସୁଥିବାରୁ ଏଠାକୁ କିପରି ଅଧିକ ଲୋକ ଆସିବେ ସେନେଇ ସରକାର ପ୍ରୟାସ ଜାରି ରଖିଛନ୍ତି । ତେବେ ନନ୍ଦନକାନନର ଫାଉଣ୍ଡେସନ ଡେ’ ଅବଅରରେ ସୁର ରାଉତରାୟଙ୍କୁ ନିମନ୍ତ୍ରଣ କରା ଯାଇଥିଲା ।

ସେଠାରେ ସେ ଯୋଗ ଦେଇ ପିଲାଙ୍କ ପାଇଁ ଲଗା ଯାଇଥିବା ନୂଆ ସ୍ଲାଇଡ଼ରରେ ଖସି ଏହାର ଉଦଘାଟନ କରିଛନ୍ତି । ସୁର ଭାଇ ତାଙ୍କ ଅନ୍ଦାଜରେ ରେଡି ରେଡି କହି ସ୍ଲାଇଡ଼ରରେ ଖସିବା ବେଳର ଦୃଶ୍ୟ ସମସ୍ତଙ୍କୁ ବେଶ ପସନ୍ଦ ଆସୁଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।