ରାତିରେ ନଖରେ ଲଗାଇ ଶୁଅନ୍ତୁ, ସକାଳୁ ନଖ ମୋତି ପରି ସୁନ୍ଦର ହୋଇଯିବ ! Home remedy

ବନ୍ଧୁଗଣ ପ୍ରାୟ ସବୁ ଝିଅଙ୍କୁ ସୁନ୍ଦର ସୁନ୍ଦର ଆଉ ଲମ୍ବା ନଖ ରଖିବାକୁ ପସନ୍ଦ ରହିଥାଏ । ହେଲେ ଅନେକ ଜଣଙ୍କ ଏହି ନଖକୁ ନେଇ ମଧ୍ୟ ଟେନସନ ରହିଥାଏ । ଯେପରିକି କାହାର ନଖ ବଢିକି ବି ଶୀଘ୍ର ଭାଙ୍ଗିଯାଉଥାଏ ତ ଅନ୍ୟ କାହାର ନଖ ଶୀଘ୍ର ବଢୁନଥାଏ । ତେଣୁ ଯେଉଁମାନେ ନିଜ ନଖକୁ ଷ୍ଟ୍ରଙ୍ଗ ରଖି ବଢାଇବାକୁ ଚାହିଁଥାନ୍ତି । ତେବେ ସେମାନଙ୍କୁ ଆମେ ଆଜି ବହୁତ ଭଲ ନଖ ପାଇଁ ଏକ ଘରୋଇ ଉପଚାର ବିଷୟରେ କହିବାକୁ ଯାଉଛୁ ।

ଯେଉଁ ଉପାୟ ଦ୍ଵାରା ସେମାନେ ସୁନ୍ଦର ନଖ ବଢାଇ ପାରିବେ । ତେବେ ଏଥିପାଇଁ ଆପଣଙ୍କୁ 2 ଟି ଉପାୟ କରିବାକୁ ପଡିବ । ପ୍ରଥମ ଉପାୟଟି ପାଇଁ ଆପଣଙ୍କୁ ଲେମ୍ବୁ ଓ ଟୁଥପେଷ୍ଟର ଆବଶ୍ୟକତା ପଡିବ । ପ୍ରଥମେ ଗୋଟିଏ ବାଉଲରେ ଅଳ୍ପ କିଛି ଟୁଥପେଷ୍ଟ ନିଅନ୍ତୁ । ତାପରେ ସେଥିରେ 7 ରୁ 8 ବୁନ୍ଦା ଲେମ୍ବୁ ରସ ଆଡ୍ କରନ୍ତୁ । ତାପରେ ସେହି 2 କୁ ଭଲ ଭାବେ ମିକ୍ସ କରିଦିଅନ୍ତୁ । ଏହି ରେମିଡି ଦ୍ଵାରା ଆପଣ ନିଜ ନଖକୁ ଭଲ ଭାବେ ସଫା କରିବା ସହ ନଖରେ ଥିବା ହଳଦିଆ ଅଂଶକୁ ମଧ୍ୟ ଦୂର କରିପାରିବେ ।

ତାପରେ ଆପଣ ପ୍ରସ୍ତୁତ କରିଥିବା ପେଷ୍ଟକୁ ନିଜ ନଖର ଉପର ଭାଗରେ ସଂପୂର୍ଣ୍ଣ ଭାବେ ଲଗାଇ 5 ମିନିଟ ପର୍ଯ୍ୟନ୍ତ ରଖି ଦିଅନ୍ତୁ । ତାପରେ ଏକ ଟୁଥବ୍ରସ ସାହାଜ୍ଯରେ ସେହି ସ୍ଥାନକୁ ଭଲ ଭାବେ ସଫା କରିବେ । ତାପରେ ଏହିଭଳି କରିସାରିବା ପରେ ନିଜ ନଖକୁ ପାଣିରେ ଧୋଇ ସଫା କରିଦିଅନ୍ତୁ । ତାପରେ ଆପଣ ନିଜ ନଖର ମଏଶ୍ଚରାଇଜିଙ୍ଗ ପାଇଁ ଏକ ରେମିଡି ରେଡି କରନ୍ତୁ ।

ସେଥିପାଇଁ ଏକ ବାଉଲରେ ଅଧ ଚାମଚ ଭେସ୍ଲିନ, ଅଧ ଚାମଚ ଅଲିଭ ଅଏଲ ଶେଷରେ ଗୋଟେ ଭିଟାମିନ ଇ କ୍ୟାପସୁଲ ଜେଲ୍ କୁ ସେଥିରେ ଆଡ୍ କରନ୍ତୁ । ତାପରେ ସବୁକୁ ମିକ୍ସ କରିଦିଅନ୍ତୁ । ଏହାକୁ ମିକ୍ସ କରିସାରିବା ପରେ ଯେଉଁ କ୍ରିମ ପ୍ରସ୍ତୁତ ହେବ । ତାହାକୁ ଆପଣ ନିଜ ନଖରେ ପୂର୍ବ ଭଳି ଭଲ ଭାବେ ଲଗାଇ ଦିଅନ୍ତୁ ।

ତାପରେ 5 ମିନିଟ ପର୍ଯ୍ୟନ୍ତ ନଖରେ ତାହାକୁ ଭଲ ଭାବେ ମସାଜ କରିବେ । ଏହାର ନଖରେ ପ୍ରୟୋଗ ଦ୍ଵାରା ନଖ ହେଲଦି ହୋଇଥାଏ । ଯାହାକି ନଖକୁ ଷ୍ଟ୍ରଙ୍ଗ ବନାଇଥାଏ । ଏଥିସହ ନଖ ବହୁତ ଶୀଘ୍ର ମଧ୍ୟ ବଢିଥାଏ । ଆପଣ ନଖରେ ଏହି କ୍ରିମକୁ ରାତିରେ ଲଗାଇ ଶୋଇ ପଡନ୍ତୁ । ସକାଳୁ ଉଠି ଏହାକୁ ଧୋଇ ଦିଅନ୍ତୁ । ଆପଣ ପ୍ରସ୍ତୁତ କରିଥିବା କ୍ରିମକୁ 2 ସପ୍ତାହ ପର୍ଯ୍ୟନ୍ତ କୌଣସି ଡବାରେ ଷ୍ଟୋର କରିରଖିପାରିବେ ।

ପ୍ରତିଦିନ ରାତିରେ ଏହାକୁ ନିଜ ନଖରେ ଲଗାଇବା ପରେ କିଛି ସପ୍ତାହ ମଧ୍ୟରେ ହିଁ ନଖରେ ଆପଣ ବହୁତ ଭଲ ରେଜଲ୍ଟ ଦେଖିବାକୁ ପାଇବେ । ଏହିଭଳି ଅପଡେଟ ପାଇଁ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ ।