ରାତି ସାରା ତାଣ୍ଡବ ରଚିଲା ବାତ୍ୟା “Biparjay”… ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ଗୁଜୁରାଟ ର ସୌରାଷ୍ଟ୍ର ଅଞ୍ଚଳରେ ଲ୍ୟାଣ୍ଡଫଲ ଭିତରେ ବାତ୍ୟା ବିପର୍ଯ୍ୟୟ । ଗୁଜୁରାଟ ରେ ବ୍ୟାପକ କ୍ଷତି ଘଟାଇଛି । ତେବେ ବର୍ତ୍ତମାନ ସୁଧା ଏହାରି ଭିତରେ କାହାର ଜୀବନ ଯାଇ ଥିବାର ସୂଚନା ମିଳି ନାହିଁ । ସାମୁଦ୍ରିକ ଝଡ ପ୍ରଭାବରେ ଗୁଜୁରାଟ ର 10ଟି ଜିଲ୍ଲା ବାସୀ ପ୍ରଭାବିତ ହୋଇଛନ୍ତି । ଏହା ସହ 22 ଜଣ ଲୋକ ଆହତ ହୋଇ ଥିବାର ଗୁଜୁରାଟ ର ରିଲିଫ କମିଶନର ଆଲୋକ ପାଣ୍ଡେ ସୂଚନା ଦେଇଛନ୍ତି ।

20ରୁ ଅଧିକ ପଶୁ ପକ୍ଷୀଙ୍କର ମୃତ୍ୟୁ ହୋଇଥିବା ବେଳେ 500ରୁ ଅଧିକ ଗଛ ଉପୁଡି ଯାଇଛି । ବିଜୁଳି ଖୁଣ୍ଟ ଉପଡିବାରୁ 900ରୁ ଅଧିକ ଲୋକ ବିଜୁଳି ସେବାରୁ ବଞ୍ଚିତ ହୋଇଛନ୍ତି । ଗଛ ଉପଡୁଥିବା ଅଞ୍ଚଳ ରେ ଇଣ୍ଡିଆ ଟିମ ପହଞ୍ଚି ରାସ୍ତା ଘାଟ ସଫା କାର୍ଯ୍ୟରେ ଲାଗିଛନ୍ତି । ପ୍ରଭାବିତ ଅଞ୍ଚଳରେ ଜୋରସୋର ରେ ଉଧାର କାର୍ଯ୍ୟ ଜାରି ରହିଛି ।

ତେବେ ବାତ୍ୟାର ପ୍ରଭାବ ଅଧିକ ହୋଇ ଥିବାରୁ ବ୍ୟାପକ କ୍ଷତି ହେବାର ସ୍ପଷ୍ଟ ଚିତ୍ର ଏବେ ସାମନା କୁ ଆସିଛି । ଗୁଜୁରତା ମାନବୀ ଓ ପାକିସ୍ତାନର କରାଚି ମନ୍ଥ ସ୍ଥଳରେ ସୌରାଷ୍ଟ୍ର ଜଗୁଆ ବନ୍ଦର ନିକଟରେ ଗତ କାଲି ରାତି 10:30ରୁ 11:30 ଭିତରେ ଲ୍ୟାଣ୍ଡଫଲ କରିଥିଲା ବାତ୍ୟା ବିପର୍ଯ୍ୟୟ । ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି 115ରୁ 125 କିମି ରହିଥିଲା ।

ଫଳରେ ରାଜ୍ୟର 10ଟି ଜିଲ୍ଲାକୁ ପ୍ରଭାବିତ କରିଥିବା ଏହି ବାତ୍ୟା ଅନେକ ସ୍ଥାନ ରେ ବଡ ବଡ ଗଛ ଓ ବିଜୁଳି ଖୁଣ୍ଟ ଉପୁଡି ପଡିଥିବାର ଦ୍ରୁଶ୍ଯ ସାମନା କୁ ଆସିଛି । ସନ୍ଧ୍ୟା ପ୍ରାୟ 7ଟା ବେଳେ ଆରମ୍ଭ ହୋଇଥିବା ଲ୍ୟାଣ୍ଡଫଲ ପ୍ରକ୍ରିୟା ମଧ୍ୟ ରାତ୍ର ଯାଏଁ ଚାଲିଥିଲା । ଏହା ପରେ ବାତ୍ୟା ବିପର୍ଯ୍ୟୟ ଉତ୍ତର-ପୂର୍ବ ଦିଗରେ ଗତି କରି ଧୀରେ ଧୀରେ ଦୁର୍ବଳ ଏବାର ସୂଚନା ଦେଇଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ।

ବାତ୍ୟା ଏବେ ସିଭିୟର ସାଇକ୍ଳୋନିକ ଷ୍ଟର୍ମ ରୁ କେବେଳ ସାଇକ୍ଳୋନିକ ଷ୍ଟର୍ମ ରେ ରୂପାନ୍ତରିତ ହୋଇଛି । ଏବେ ବାତ୍ୟା ରାଜସ୍ଥାନ ମୁହାଁ ହୋଇଛି । ପରେ ଏହା ଡିପ-ଡିପ୍ରେସନ ରେ ପରିଣତ ହେବ । ସନ୍ଧ୍ୟା ସୁଧା ବାତ୍ୟା ରାଜସ୍ଥାନରେ ପହଞ୍ଚିବା ପରେ ସେଠାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ।

ଏହି ସମୟରେ ଘଣ୍ଟା ପ୍ରତି ପବନର ବେଗ 75 ରୁ 85 କିମି ରହିବ ବୋଲି ଅକାଳନ କରା ଯାଉଛି । ତେବେ ଏହି ସମୟରେ ମଶ୍ଚ୍ୟ ଯିବୀ ମାନଙ୍କୁ ସମୁଦ୍ର ଭିତରକୁ ନ ଯିବା ପରାମର୍ଶ ଦିଆ ଯାଇଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।