ଏ କି ଅଘଟଣ ଘଟିଗଲା ରଥ ଚକାରେ ପିଟି ହୋଇଗଲା ବ୍ଯାଟେରୀ ଗାଡି, ଆଉ ତା ପରେ ଯାହା ହେଲା..

ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ ପ୍ରତି ବର୍ଷ ଅମା ଓଡିଶା ପୁରୀ ଶ୍ରୀ କ୍ଷେତ୍ର ଧାମରେ ଖୁବ ଧୂମ ଧାମ ରେ ରଥଯାତ୍ରା ପର୍ବ ପାଳିତ ହୋଇଥାଏ । ତେବେ ଏହି ସମାରୋହରେ ଲକ୍ଷ ଲକ୍ଷ ଭକ୍ତ ପୁରୀ ରେ ମହାପ୍ରଭୁ ଜଗନାଥ ଙ୍କର ଦର୍ଶନ କରିବାକୁ ଆସିଥାନ୍ତି । ଆଉ ଶ୍ରୀ କ୍ଷେତ୍ରରେ ଖୁବ ଗହଳି ଦେଖିବାକୁ ମିଳିଥାଏ ।

ତେବେ କୋରୋନା କଟକଣା କାରଣରୁ ରଥଯାତ୍ରା କେବଳ ସେବାୟତ ମନାଙ୍କୁ ନେଇ କରା ଯାଉଥିଲା । ଯାହା ଫଳରେ ଭକ୍ତ ମାନେ ମହାପ୍ରଭୁ ଙ୍କ ରଥଯାତ୍ରା ଦେଖିବାକୁ ଯାଇପାରୁ ନ ଥିଲେ । କିନ୍ତୁ ଗତ ବର୍ଷ ଠାରୁ କୋରୋନା କଟକଣା ହଟିବା ପରେ ଏବେ ଖୁବ ଧୁମ ଧାମ ରେ ରଥଯାତ୍ରା ଆରମ୍ଭ ହୋଇ ସାରିଛି ।

ତେବେ ପ୍ରତେକ ବର୍ଷ ରଥଯାତ୍ରା ରେ କିଛି ନା କିଛି ଅଘଟଣ ଦେଖିବାକୁ ମିଳିଥାଏ । କେବେ ସେବାୟତ ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥାଏ ତ ଆଉ କେବେ ଜନ ସାଧାରଣଙ୍କର କିଛି ନା କିଛି କ୍ଷତି ହୋଇଥାଏ । ତେବେ ବର୍ତ୍ତମାନ ସମୟରେ ଶ୍ରୀ କ୍ଷେତ୍ର କୁ ନେଇ ଆସିଛି ଏକ ବଡ ଖବର ।

ଯାହା ସମସ୍ତଙ୍କୁ ଚକିତ କରି ଦେଇଛି । ଆସନ୍ତୁ ଆଉ ଡେରି ନ କରି ଜାଣିବା ପୁରା ଖବର ବିଷୟରେ ବିସ୍ତାର ଭାବେ । ସୂଚନା ଅନୁଯାୟୀ ପୁରୀରେ ରଥ ଖଳାରେ ଅଭାବନୀୟ ଘଟଣା। ତିଆରି ହୋଇ ଥୁଆ ଯାଇଥିବା ରଥ ଚକାରେ ପିଟି ହୋଇଗଲା ବ୍ୟାଟେରୀ ଚାଳିତ ଗାଡ଼ି।

ଘଟଣାକୁ ନେଇ ସେବାୟତଙ୍କ ଅସନ୍ତୋଷ ପ୍ରକାଶ କରିଛନ୍ତି । ତେବେ ଆଜିର ସମୟରେ ଲୋକ ମାନେ ଯେଉଁ ଭଳି ଭାବେ ଗାଡି ଚଲାଉଛନ୍ତି ଯାହା ପାଇଁ ଦୁର୍ଘଟଣା ଖୁବ ମାତ୍ରା ରେ ହେବାରେ ଲାଗିଛି । ଯାହା ପାଇଁ ପ୍ରତି ଦିନ କେତେ ଲୋକଙ୍କର ପ୍ରାଣ ଯାଉଛି । ତେବେ ରଥ ଚକା ଉପରେ ବ୍ଯାଟେରୀ ଗାଡି ପିଟି ହୋଇଥିବା ଘଟଣାକୁ ନେଇ ଏବେ ପୁରୀ ରେ ଚାରି ଆଡେ ଚର୍ଚ୍ଚା ଜୋର ଧରିଛି ।

ଏ ନେଇ ସେବାୟତ ଜଣକ କହିଛନ୍ତି ଆଜିକାଲି ଡ୍ରାଇଭର ମାନେ ଦେଖି ଚାହିଁ ଗାଡି ଚଲାଉ ନାହାନ୍ତି । ଯାହା ଫଳରେ ମହାପ୍ରଭୂ ଙ୍କ ରଥ ଚକା ସହ ଏଭଳି ଅଘଟଣ ଘଟି ଯାଇଛି । ଏମିତି ପୂର୍ବ ରୁ ମଧ୍ୟ ହୋଇଥିଲା ଯାହା ପାଇଁ ବିବାଦ ଦେଖା ଯାଇଥିଲା । ତେବେ ରଥ ଚକା ର ବିଶେଷ କ୍ଷତି ହୋଇ ନାହିଁ ତଥାପି ଯଦି କିଛି କ୍ଷତି ହୋଇଥାନ୍ତା କି ରଥ ଚକା ଭାଙ୍ଗି ଥାନ୍ତା ତେବେ କେତେ ବଡ ଅଘଟଣ ଘଟି ଥାନ୍ତା ।

ପୋଲିସ ଡ୍ରାଇଭର ର ଗାଡି ଜବତ କରିବା ସହ ତାକୁ ଥାନାରେ ଅଟକ ରଖିଛି । ତେଣୁ ଏଭଳି ଭୁଲ ଯେମିତି ଆଗକୁ ନ ହେଉ ଏଥିପ୍ରତି ସମସ୍ତେ ଧ୍ୟାନ ଦେବା ଉଚିତ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।