ବର୍ତ୍ତମାନ ଓଡିଶା ଝିଅ ଦ୍ରୌପଦୀ ମୁର୍ମୁ ଦେଶର ରାଷ୍ଟ୍ରପତି ଆସନରେ ବସିଛନ୍ତି । ତାଙ୍କ ପାଇଁ ଓଡିଶା ଗର୍ବ କରୁଥିବା ବେଳେ ତାଙ୍କ ଜୀବନର କିଛି ଏଭଳି ଅକୁହା କଥା ରହିଛି ଯାହା ଶୁଣିଲେ ଆପଣଙ୍କ ଆଖିରେ ଲୁହ ଆସିଯିବ । ଶ୍ରୀମତୀ ଦ୍ରୌପଦୀ ମୁର୍ମୁ 20 ଜୁନ 1958 ମସିହାରେ ମୟୂରଭଞ୍ଜ ଜିଲ୍ଲାର ଏକ ଆଦିବାସୀ ପରିବାରରେ ଜନ୍ମଗ୍ରହଣ କରିଥିଲେ । ଛୋଟ ବେଳୁ ଦ୍ରୌପଦୀଙ୍କର ପାଠ ପ୍ରତି ଅହେତୁକ ଆଗ୍ରହ ରହିଥିଲା । ହେଲେ ପାଠ ପାଇଁ ତାଙ୍କୁ ବହୁତ ସଂଘର୍ଷ କରିବାକୁ ପଡିଥିଲା ।
ସ୍କୁଲ ପାଠପଢା ଶେଷ ହେବା ପରେ ସେ ଭୁବନେଶ୍ବର ରମାଦେବୀ କଲେଜରେ ଗ୍ରାଜୁଏସନ ପାଠପଢା ଶେଷ କରିଥିଲେ । ଏହାପରେ ସେ ରାଇରଙ୍ଗପୁରର ଏକ ସ୍କୁଲରେ ଶିକ୍ଷକତା କରୁଥିଲେ । ଏହାରି ମଧ୍ୟରେ ତାଙ୍କ ବିବାହ ସରିଥିଲା ଏବଂ ତାଙ୍କର ଗୋଟିଏ ଝିଅ ସହ ଦୁଇଟି ପୁଅ ମଧ୍ୟ ଥିଲେ । ହେଲେ ଦ୍ରୌପଦୀଙ୍କ ଜୀବନ ସେତେ ସହଜ ନଥିଲା । ଜୀବନର ଅଳ୍ପ ବୟସରୁ ହିଁ ସେ ନିଜ ମା, ଭାଇ ଓ ସ୍ଵାମୀଙ୍କ ସହ ଦୁଇଟି ଯାକ ପୁଅଙ୍କୁ ମଧ୍ୟ ହରାଇ ଦେଇଥିଲେ ।
ଜୀବନରେ ଏତେ ବଡ ଦୁଃଖର ପାହାଡ ଲଦି ହୋଇ ଯାଇଥିଲେ ସୁଦ୍ଧା ସେ କେବେ ହେଲେ ବି ହାର୍ ମାନି ନଥିଲେ । ଜୀବନ ସଂଘର୍ଷ ଅତ୍ୟନ୍ତ କଷ୍ଟକର ହୋଇ ଯାଇଥିବା ବେଳେ ସେ ବ୍ରହ୍ମାକୁମାରୀ ଧର୍ମରେ ଯୋଗ ଦେଇଥିଲେ । ତାଙ୍କୁ ସେଠାରୁ ମାନସିକ ଶାନ୍ତି ମିଳିଥିଲା । ଏହାପରେ ଧୀରେ ଧୀରେ ଦ୍ରୌପଦୀଙ୍କର ରାଜନୈତିକ ଜୀବନ ଆରମ୍ଭ ହୋଇଥିଲା ।
ରାଇରଙ୍ଗପୁରର ସ୍ଵାଧୀନତା ପାର୍ଟିର କାଉନ୍ସେଲର ଭାବେ ନିର୍ବାଚିତ ହେବା ସହ ରାଜନୀତି ଦୁନିଆରେ ନିଜ ପାଦ ରଖିଥିଲେ । ଏହାପରେ ସେ ଅନେକ ନିର୍ବାଚନ ଜିତିବା ସହ ଅତ୍ୟନ୍ତ ନିଷ୍ଠାର ସହ ନିଜ ଦାୟିତ୍ଵ ତୁଲାଇଥିଲେ । ଏହାପରେ ଝାଡଖଣ୍ଡରେ ଗଭର୍ଣ୍ଣର ଭାବେ ମଧ୍ୟ ଦୁଇ ଦୁଇଥର ନିର୍ବାଚିତ ହୋଇଥିଲେ । ତା’ପରେ ଯାଇ ତାଙ୍କର ରାଷ୍ଟ୍ରପତି ପ୍ରାର୍ଥୀନୀ ଭାବେ ବାଛିଥିଲା ବିଜେପି । ଏହି ନିର୍ବାଚନରେ ସେ ଜିତିବା ସହ ଭାରତର ପ୍ରଥମ ଆଦିବାସୀ ରାଷ୍ଟ୍ରପତି ଭାବେ ନିଜର ପରିଚୟ ସୃଷ୍ଟି କରିଛନ୍ତି ।
ଏହାସହ ସେ ରାଷ୍ଟ୍ରପତି ପଦ ପାଇଥିବା ଓଡିଶାର ପ୍ରଥମ ମହିଳା ମଧ୍ୟ ଅଟନ୍ତି । ଆଜି ତାଙ୍କ ଜୀବନ କାହାଣୀ ଅନେକଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।