ବାଘକୁ ରାମ୍ପୁଡି ଦେଲା ବିଲେଇ, ଦୃଶ୍ୟ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ, ଦେଖନ୍ତୁ video

ସୋ-ସି-ଆ-ଲ ମି-ଡି-ଆ-ରେ ପ୍ରତିଦିନ ଅନେକ ପ୍ରକାର ଜୀବ ଜନ୍ତୁଙ୍କ ମଜାଦାର ଭିଡିଓ ସବୁ ଦେଖିବାକୁ ମିଳେ । ଯାହା ଲୋକେ ଖୁବ ପସନ୍ଦ କରିବା ସହ ଏ ମୋବାଇଲରୁ ସେ ମୋବାଇଲକୁ ଘୁରି ବୁଲେ । ବର୍ତ୍ତମାନ ଏଭଳି ଆଉ ଏକ ଭିଡିଓ ସୋ-ସି-ଆ-ଲ ମି-ଡି-ଆ-ରେ ଭାଇରାଲ ହେବାରେ ଲାଗିଛି । ଯାହା ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଏକ କୂଅ ଭିତରେ ଉଭୟ ବାଘ ଏବଂ ବିଲେଇ ଏକାଠି ଥିବାର ଆପଣ ଏହି ଭିଡିଓରେ ଦେଖିବାକୁ ପାଇବେ ।

ବିଲେଇ ବାଘ ଭଳି ଦେଖିବାକୁ ହେଲେ ମଧ୍ୟ ଆକାରରେ ବାଘ ଠାରୁ 10 ଗୁଣ ସାନ ଅଟେ । ଆଉ ବାଘର ବଳ କଥା ତ ସମସ୍ତଙ୍କୁ ଜଣା । ହେଲେ ବି ବିଲେଇଟି ବାଘକୁ ରାମ୍ପୁଡି ଦେବାର ଦୃଶ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ନାଶିକ ରେ । ସେଠାରେ ଏକ କୂଅ ଭିତରେ ଗୋଟିଏ କଲରା ପତରିଆ ବାଘ ପଡିଥିବାର ଦେଖିବାକୁ ମିଳିଛି । କେବଳ ବାଘ ନୁହେଁ ବରଂ ବାଘ ସହ ଗୋଟିଏ କସରା ବିଲେଇଟି ମଧ୍ୟ କୂଅ ଭିତରେ ପଡିଛି ।

ବାଘଟି ପାଣିକୁ ଭୟ କରି କୂଅ ଭିତରେ ଥିବା ଲୁହା ରଡ୍ ଭିତରେ ଅତି ଯତ୍ନର ସହ ବସି ରହିଛି । ହେଲେ ବିଲେଇଟି ପାଣିକୁ ଭୟ କରୁଛି ଏବଂ ଅନ୍ୟପଟେ ବାଘ ଭୟ ବି ରହିଛି । ତେଣୁ ସେ କୂଅ ଭିତରେ ଏପଟ ସେପଟ ହୋଇ ପହଁରିବାରେ ଲାଗିଛି । ପହଁରି ପହଁରି ଯାଉଛି ଆଉ କେତେବେଳେ ବାଘକୁ ଧରିବାକୁ ଚେଷ୍ଟା କରୁଛି ।

ବାଘ ଉପରେ ଚଢି ଆଶ୍ରା ନେବାକୁ ଚେଷ୍ଟା କରୁଛି ହେଲେ ଭୟରେ ବାଘକୁ ରାମ୍ପୁଡି ସେଠାରି ପଳେଈ ଆସୁଛି । ବିଲେଇଟି ଏମିତି ବାରମ୍ବାର କରିବାରେ ଲାଗିଛି । ହେଲେ ବାଘଟି ଏକଦମ ଶାନ୍ତ ହୋଇ ବସି ରହିଛି । ଉଭୟ ବାଘ ଓ ବିଲେଇ ବେଶ ଡରି ଯାଇଥିବା ଭିଡିଓରୁ ଦେଖିବାକୁ ମିଳିଛି । ତେବେ କୂଅ ଉପରୁ ଲୋକମାନେ ଥାଇ ଏହି ଭିଡିଓ ଉତ୍ତୋଳନ କରିବା ସହ ବାଘ ଓ ବିଲେଇକୁ ବଞ୍ଚେଇବା ପାଇଁ ପାଟି କରୁଥିବାର ଦେଖାଯାଇଛି ।

ତେବେ ଲୋକମାନେ ସ୍ଥାନୀୟ ବନ ବିଭାଗକୁ ଖବର ଦେବା ପରେ ସେମାନେ ଘଟଣାସ୍ଥଳରେ ପହଞ୍ଚି ଉଭୟ ବାଘ ଓ ବିଲେଇଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିବା ଶୁଣିବାକୁ ମିଳୁଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।