“ମୋ ଗୀତ ଶୁଣି ରାଷ୍ଟ୍ରପତି Draupadi Murmu ମୋତେ କଲ୍ କରିଥିଲେ”, Saroj Jena ଖୁଲାସା କଲେ ରାଷ୍ଟ୍ରପତି ତାଙ୍କ ସହ କଣ କଥା ହେଲେ, ଦେଖନ୍ତୁ video

ଓଲିଉଡର ବେଶ ଜଣାଶୁଣା ପ୍ଲେ ବ୍ୟାକ ସିଙ୍ଗର ସରୋଜ ଜେନାଙ୍କୁ ଆପଣ ନିଶ୍ଚୟ ଜାଣିଥିବେ । ଓଡିଶାବାସୀଙ୍କୁ ସେ ଅନେକ ସୁପରହିଟ୍ ଗୀତ ସବୁ ଭେଟି ଦେଇଛନ୍ତି ଏବଂ ତାଙ୍କୁ ସମସ୍ତେ ବେଶ ଭଲପାଇବା ମଧ୍ୟ ଦେଇଛନ୍ତି । ତାଙ୍କୁ ଓଡିଶାର ସୋନୁ ନିଗମ ବୋଲି କୁହାଯାଏ । ଏପରିକି ନିର୍ବାଚନ ସମୟରେ ମଧ୍ୟ ସେ ଗୀତ ଗୁଡିକ ସବୁ ଗାଇଥାନ୍ତି । ନିକଟରେ ଆମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପାଇଁ ସେ ଏକ ଗୀତ ଗାଇଥିଲେ । ଯାହା ଖୁବ ଭାଇରାଲ ହେବାସହ ତାଙ୍କୁ ଅଧିକ ଲୋକପ୍ରିୟତା ମଧ୍ୟ ଆଣିଦେଇଛି ।

କେବଳ ଏତିକି ନୁହେଁ ବରଂ ରାଷ୍ଟ୍ରପତି ମୁର୍ମୁ ନିଜେ ଏହି ଗୀତ ଶୁଣି ସରୋଜ ଜେନାଙ୍କୁ କଲ୍ କରିଥିଲେ । ଯାହାର ଅନୁଭୂତି ସେ ନିଜେ ଏକ ଗଣମାଧ୍ୟମ ସାକ୍ଷାତକାରରେ ପ୍ରକାଶ କରିଛନ୍ତି । ଓଡିଶାର ଘରେ ଘରେ ଖୁସିର ଲହରୀ, ଦିଲ୍ଲୀ ଦରବାରେ ଆଜି ମୟୂରଭଞ୍ଜ ନାରୀ, ଭାରି ବଢିଆ ମୋଦିଙ୍କର ନୀତି, ଓଡିଶାରୁ ବାଛି ନେଲେ ଉପଯୁକ୍ତ ପ୍ରାର୍ଥୀ, ଦ୍ରୌପଦୀ ମୁର୍ମୁ ହେବେ ଆମ ରାଷ୍ଟ୍ରପତି… କିଛି ଏଭଳି ଥିଲା ସେହି ଗୀତଟି ।

ଓଡିଶାରୁ ଦ୍ରୌପଦୀ ମୁର୍ମୁ ଯେତେବେଳେ ରାଷ୍ଟ୍ରପତି ପଦବୀ ପାଇଁ ବଛା ଯାଇଥିଲେ ଏହା ଓଡିଶାବାସୀଙ୍କୁ ବେଶ ଖୁସି ଆଣି ଦେଇଥିଲା । ଏହା ଆମ ଓଡିଶା ପାଇଁ ଖୁବ ଗର୍ବ ଓ ଗୌରବର ବିଷୟ । ଏତିକି ବେଳେ ଦିନେ ସରୋଜ ଷ୍ଟୂଡିଓରେ ଥିବା ବେଳେ ଦ୍ରୌପଦୀ ମୁର୍ମୁଙ୍କ ଉଦ୍ଦେଶ୍ୟରେ ଏକ ଗୀତ ତିଆରି କରିବା ପାଇଁ ଚିନ୍ତା କରିଥିଲେ । ସେତେବେଳେ ବର୍ଷା ଓ ଟୁଙ୍ଗୁରୁଙ୍କୁ ନେଇ ବହୁତ ଚର୍ଚ୍ଚା ଚାଲିଥିଲା ।

ଏଭଳି ସମୟରେ ସରୋଜ ଜେନାଙ୍କ ସ୍ଵର ଓ ପରିକଳ୍ପନା, ବିଭୁତି ସ୍ଵାଇଁଙ୍କ ଲେଖା ଓ ମାନସ ଜେନାଙ୍କ ମ୍ୟୁଜିକ ସହାୟତାରେ ଗୀତଟି ତିଆରି ହୋଇଥିଲା । ଗୀତଟି ମାର୍କେଟକୁ ଆସିବା ପରେ ଏହା ଖୁବ ଜୋରରେ ଭାଇରାଲ । ଆଉ ଏହାପରେ ମହାମହିମ ରାଷ୍ଟ୍ରପତି ସରୋଜ ଜେନାଙ୍କୁ ଫୋନ କରିଥିଲେ ବୋଲି ସରୋଜ ନିଜେ ସ୍ଵୀକାର କରିଛନ୍ତି । ଆଉ ରାଷ୍ଟ୍ରପତି ତାଙ୍କୁ ଫୋନ କରିଥିବା ଜାଣି ସେ ବିଶ୍ବାସ କରି ପାରି ନଥିଲେ ଆଉ ବସିଥିବା ସ୍ଥାନରୁ ଗଳି ପଡିଥିଲେ ବୋଲି କହିଛନ୍ତି ।

ରାଷ୍ଟ୍ରପତି ସେହି ଗୀତ ପାଇଁ ତାଙ୍କୁ ପ୍ରଶଂସା କରିବା ସହ ବହୁତ ଭଲପାଇବା ଓ ଆଶୀର୍ବାଦ ଦେଲେ । ଏହାସହ ଆଗାମୀ ଭବିଷ୍ୟତ ପାଇଁ ତାଙ୍କୁ ଶୁଭକାମନା ମଧ୍ୟ ଜଣାଇଥିଲେ । ଏହା ଓଡିଶାରେ କେବେବି ଘଟିନି ଯାହା ତାଙ୍କ ସହ ଘଟିଥିଲା ବୋଲି ସେ କହିଛନ୍ତି । ରାଷ୍ଟ୍ରପତିଙ୍କ ଆଶୀର୍ବାଦରୁ ଓଡିଆ ଇଣ୍ଡଷ୍ଟ୍ରିରେ ଗତ 17 ବର୍ଷରେ ଯାହା ତାଙ୍କୁ ମିଳି ନଥିଲା ତାହା ତାଙ୍କୁ ମିଳିଗଲା ବୋଲି ସେ କହିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।