ଓଡିଶାରେ ଚିହ୍ନଟ ହେଲା ଚୀନ ର ମାରାତ୍ମକ କରୋନା ଭ୍ୟାରିଆଣ୍ଟ, ନିୟମ କଡାକଡି କରିବା ପାଇଁ ସଜବାଜ ହେଉଛନ୍ତି ରାଜ୍ୟ ସରକାର

ଗତ କିଛି ମାସ ହେବ କରୋନାର ପ୍ରଭାବ ହ୍ରାସ ପାଇଥିବା ଏବେ ଏବେ ପୁଣି ଥରେ ବିଭିନ୍ନ ଦେଶଙ୍କୁ କରୋନା ଭୟ ଘାରିଲାଣି । ଚୀନ, ଆମେରିକା, ଜାପାନ, ବ୍ରାଜିଲ ଓ କୋରିଆ ଭଳି ଦେଶ ମାନଙ୍କରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଥିବା ବେଳେ ଏନେଇ ଭାରତ ସରକାର ଚିନ୍ତା ପ୍ରକଟ କରିଛନ୍ତି । ସେଥିପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ସମସ୍ତ ଜିଲ୍ଲା ମାନଙ୍କୁ ସତର୍କ ରହିବା ପାଇଁ ନିର୍ଦ୍ଦେଶନାମା ପଠାଇବା ସହ ଜିନୋମ ସିକ୍ଯୁଏନ୍ସିଙ୍ଗ ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।

ନୂଆ ବର୍ଷ ଆରମ୍ଭ ନ ହେଉଣୁ କରୋନା ପୁଣି ଥରେ ଡରାଇବାରେ ଲାଗିଲାଣି । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଓଡିଶାରେ କରୋନାର ମାରାତ୍ମକ ଚୀନ ଭ୍ୟାରିଆଣ୍ଟ BF7 ଚିହ୍ନଟ ହୋଇଥିବା କୁହାଯାଉଛି । ଆଉ ଏହି ଭ୍ୟାରିଆଣ୍ଟ ଚିହ୍ନଟ ହେବା ପରେ ସମସ୍ତେ ଏବେ ଚିନ୍ତାରେ ପଡି ଗଲେଣି ଓଡିଶା ସରକାର । ଯେଉଁଥି ପାଇଁ ଓଡିଶା ସରକାର ଆକ୍ସନ ମୋଡରେ ଆସି ଯାଇଥିବା କୁହାଯାଉଛି ।

ସାରା ରାଜ୍ୟ ଆଲର୍ଟରେ ରହିବା ସହ ଲୋକଙ୍କୁ ଏଥିପାଇଁ ଭୟଭୀତ ନେହେବା ପାଇଁ ପରାମର୍ଶ ଦିଆଯାଇଛି । ତେବେ ଲୋକଙ୍କୁ ସତର୍କ ରହିବା ସହ ସାବଧାନ ରହିବାକୁ କହିଛି ସ୍ୱାସ୍ଥ୍ୟ ବିଭାଗ । ଓଡିଶାର ସମସ୍ତ ଜିଲ୍ଲାପାଳ, ସିଡ଼ିଏମଓ ଅଧିକାରୀ, ମେଡିକାଲ କଲେଜ ଅଧ୍ୟକ୍ଷ ଏବଂ ସମସ୍ତ ନିର୍ଦ୍ଦେଶକଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି ସ୍ୱାସ୍ଥ୍ୟ ସଚିବ ଶାଲିନୀ ପଣ୍ଡିତ ।

ଚୀନ, ଜାପାନ, କୋରିଆ, ଆମେରିକା ଓ ବ୍ରାଜିଲରେ କରୋନାର ଚତୁର୍ଥ ଲହର ତୀବ୍ର ଗତିରେ ମାଡି ଚାଲିଛି । ସଂକ୍ରମଣ ଉପର ମୁହାଁ ହେବା ପରେ ଏବେ ପୁଣି ଥରେ ଚିନ୍ତାରେ ପଡିଗଲେଣି ବିଶ୍ଵବାସୀ । ତେଣୁ ଗତ ଜୁନ ମାସରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜାରି ହୋଇଥିବା କୋଭିଡ ଗାଇଡଲାଇନରେ ଥିବା ନିର୍ଦ୍ଦେଶାବଳିଙ୍କୁ କଡାକଡି ଭାବେ ପାଳନ କରିବାକୁ କୁହାଯାଇଛି ।

ଟେଷ୍ଟିଙ୍ଗ, ଟ୍ରାକିଂ, ଟ୍ରିଟମେଣ୍ଟ ଓ କଣ୍ଟ୍ରାକ୍ଟ ଟ୍ରେସିଙ୍ଗ ଉପରେ ଗୁରୁତ୍ଵ ଦେବା ପାଇଁ ସମସ୍ତ ରାଜ୍ୟଙ୍କୁ ଏହି ନିର୍ଦ୍ଦେଶ ମିଳିଛି । କାରଣ ନୂଆ ଭ୍ୟାରିଆଣ୍ଟକୁ ଚିହ୍ନଟ କରିବା ପାଇଁ ଏହା ଜରୁରୀ । ତେଣୁ ଯଥା ସମ୍ଭବ ଏବେ ଠାରୁ ସମସ୍ତ ପ୍ରକାରର ନିର୍ଦ୍ଦେଶ ପାଳନ କରିବା ଅତ୍ୟନ୍ତ ଜରୁରୀ ଅଟେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।