ଅଭିନେତ୍ରୀ Rani Panda ଙ୍କ କାର୍ ଧକ୍କାରେ ପ୍ରାଣ ହରାଇଥିବା ସୁକାନ୍ତଙ୍କ ପରିବାରକୁ ପୁଣି ମାଡି ଆସିଲା ଦୁଃଖ, ବାପା ପରେ ଚାଲିଗଲା ପୁଅର ଜୀବନ !

ଭାଗ୍ୟ ଏତେ କନ୍ଦେଇଲାଣି ଯେ ଆଉ ଆଖିରୁ ଲୁହ ବାହାରୁନି । କାରଣ କାନ୍ଦି କାନ୍ଦି ଆଖିରୁ ସବୁ ଲୁହ ବାହାରି ଗଲାଣି । ସ୍ଵାମୀ ଚାଲିଗଲା ବୋଲି କାନ୍ଦିବେ ନା ପୁଅ ଚାଲିଗଲା ବୋଲି କାନ୍ଦିବେ । ଆଉ କାହା ପାଇଁ କାନ୍ଦିବେ କିଛି ବୁଝି ପାରୁନାହାନ୍ତି । ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍ ସହ ପିଟି ହୋଇ କିଛିଦିନ ତଳେ ଚାଲି ଯାଇଥିଲା ବାପାର ଜୀବନ । ଆଉ ଏବେ ଗରମ ପେଜ ଢାଳି ହୋଇ ପୁଅର ଜୀବନ ଚାଲିଗଲା । ଆଉ କାହାକୁ ନେଇ ଏବେ ବାକି ଜୀବନ ବଞ୍ଚିବେ ସୁକାନ୍ତଙ୍କ ସ୍ତ୍ରୀ ଓ ପରିବାର ।

ଦଇବ କଣ ଏତେ ନିଷ୍ଠୁର ଯେ ଏକସାଙ୍ଗେ ଏତେ ଦୁଃଖ ଗଦେଇ ଦେଇ ଚାଲିଗଲା ! ବାପା ଯିବାର ମାସେ ନପୁରୁଣୁ ତାଙ୍କ ପଛେ ପୁଅ ବି ଡକାଡକି ହୋଇ ଚାଲିଗଲେ । ଆଉ ଏବେ ସୁକାନ୍ତଙ୍କ ସ୍ତ୍ରୀ କେତେବେଳେ ସ୍ଵାମୀ କଥା ମନେପକାଇ କାନ୍ଦୁଛନ୍ତି ତ ଆଉ କେତେବେଳେ ନିଜ ତିନି ବର୍ଷର ନିରୀହ ପୁଅ କଥା ମନେପକାଇ କାନ୍ଦୁଛନ୍ତି । ଆପଣଙ୍କର ମନେଥିବ କି କିଛିଦିନ ତଳେ ବିଳମ୍ବିତ ରାତିରେ ଏକ ବାହାଘର ଭୋଜିରୁ ଫେରୁଥିବା ବେଳେ ରାଣୀ ପଣ୍ଡାଙ୍କ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।

ଆଠଗଡ ମୁଣ୍ଡଳି ରାସ୍ତାର ଡାଳଖାଇ ଛକ ନିକଟରେ ଏକ ବାଇକକୁ ଧକ୍କା ଦେଇଥିଲା ରାଣୀଙ୍କ କାର୍ । ଫଳରେ ବାଇକ ଆରୋହି ସୁକାନ୍ତ ବେହେରାଙ୍କ ମୃତ୍ୟୁ ହୋଇ ଯାଇଥିଲା । ଏହାପରେ ରାଣୀଙ୍କୁ ନେଇ ଅନେକ ବାଦବିବାଦ ଉଠିଥିଲା । ଯାହାର ଜବାବ ରଖିବା ସହ ସୁକାନ୍ତଙ୍କ ପରିବାରକୁ ରାଣୀ ସାହାଯ୍ୟ ମଧ୍ୟ କରିଥିଲେ ।

କିଏ କହୁଥିଲା ଦୁର୍ଘଟଣା ପରେ ରାଣୀ ଫଟୋ ଉଠାଉଥିଲେ ତ ଆଉ କିଏ କହୁଥିଲା ରାଣୀଙ୍କ ଡ୍ରାଇଭର ନିଶାରେ ଥିଲେ । ରାଣୀ ପଣ୍ଡା ସୁକାନ୍ତଙ୍କ ପରିବାରକୁ ଆର୍ଥିକ ସହାୟତା ଦେବା ସହ ଏକାଦଶରେ 500 ଲୋକଙ୍କ ପାଇଁ ଅବଢା ମଧ୍ୟ ପଠାଇଥିଲେ । ସ୍ଵାମୀର ମୃତ୍ୟୁ ପରେ ପୁଅର ମୁହଁ ଚାହିଁ ବଞ୍ଚିବାକୁ ନିଷ୍ପତ୍ତି ନେଇଥିବା ସ୍ତ୍ରୀ ଜୀବନରେ ଆଉ ଏକ କଳାବାଦଲ ଘୋଟି ଆସିଛି । ପୁଅ ଉପରେ ଗରମ ପେଜ ଢାଳି ହୋଇଗଲା ଏବଂ ଚିକିତ୍ସିତ ଅବସ୍ଥାରେ ତା’ ଜୀବନ ଚାଲିଗଲା ।

ସ୍ଵାମୀ ପରେ ପରେ କୋଳରୁ ତିନି ବର୍ଷର ଛୁଆ ବି ଚାଲିଯିବା ପରେ ଏସବୁକୁ ସହଜରେ ଗ୍ରହଣ କରିପାରୁନି ମା’ ଜଣକ । ଏଭଳି ସମୟରେ ଭଗବାନଙ୍କ ନିକଟରେ ଆମର ଏତିକି ପ୍ରାର୍ଥନା ଏଇ ମା’ ଜଣଙ୍କୁ ସେ ସହିବାକୁ ଶକ୍ତି ଓ ସାହସ ଦିଅନ୍ତୁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।