ରାସ୍ତାରେ ଯାଉ ଯାଉ ହଠାତ ସାମ୍ନାକୁ ଆସିଗଲା ବାଘ, ଦୌଡି ନ ପଳାଇ ବାଘ ସହ ସେଲଫି ନେଲେ, ଦୃଶ୍ୟ ଦେଖିଲେ ଆପଣ ବି ଭୟରେ ଥରିବେ, ଦେଖନ୍ତୁ video

ବାଘ ରାସ୍ତାରେ ବୁଲୁଥିଲା ହେଲେ  ବି ଲୋକେ ତାକୁ ଦେଖି ଡରିଲେନି । ବରଂ ନିଜ ନିଜ ମୋବାଇଲ କାଢି ଫଟୋ ଉଠାଇଲେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରାଲ ହେଉଛି । ଘଞ୍ଚ ଜଙ୍ଗଲ ଦେଇ କିଛି ଯୁବକ ଯାଉଥିଲେ । ଆଉ ସେତିକି ବେଳେ ହଠାତ ସାମ୍ନାକୁ ଆସିଗଲା ବାଘ । ଥରେ ଚିନ୍ତା କରନ୍ତୁ ତ କେମିତି ପରିସ୍ଥିତି ହୋଇଥିବ । ଆପଣ ଯଦି ରାସ୍ତାରେ ଯିବା ବେଳେ ହଠାତ ସାମ୍ନାକୁ ଏମିତି କୌଣସି ହିଂସ୍ର ବନ୍ୟଜନ୍ତୁ ଆସିଯାଏ ତେବେ ଆପଣ ସେହି ସମୟରେ କଣ କରିବେ ?

ନିହାତି ଭାବେ ଖୁବ ଜୋରରେ ଡରିଯିବେ ଓ ସେହି ସ୍ଥାନ ଛାଡି ଯଥାଶୀଘ୍ର ଦୌଡି ପଳେଇବା ପାଇଁ ଚେଷ୍ଟା କରିବେ । କିନ୍ତୁ ଏହି ଯୁବକ ମାନଙ୍କ କ୍ଷେତ୍ରରେ ଏକଦମ ଓଲଟା ଦେଖିବାକୁ ମିଳିଛି । ଏହି ଯୁବକ ମାନେ ବାଘକୁ ବିଲକୁଲ ମଧ୍ୟ ଭୟ ନକରି ନିଜ ପାଖରେ ଥିବା ମୋବାଇଲ କାଢି ବାଘର ଭିଡିଓ କରିବାରେ ଲାଗି ପଡିଲେ । ବାଘକୁ ଭୟ ନକରି ଓଲଟା ତା’ ପାଖକୁ ଯାଇ କିଏ କେତେ ପକ୍ଷରୁ ଫଟୋ ଉଠାଇ ପାରିବ ସେଭଳି ଆଗେଇ ଯାଉଥିଲେ ।

ତେବେ ଏହି ଦୃଶ୍ୟ ହେଉଛି ମଧ୍ୟପ୍ରଦେଶର ପନ୍ନା ଅଞ୍ଚଳର । କିଛି ଯୁବକ ଏହି ଆଞ୍ଚଲ ଦେଇ ଯାଉଥିବା ବେଳେ ହଠାତ ସାମ୍ନାକୁ ଆସି ଯାଇଥିଲା ଗୋଟିଏ ମହାବଳ ବାଘ । ଆଉ ବାଘ ଦେଖିବା ପରେ ଭୟ କରିବା ବଦଳରେ ଯୁବକମାନେ ବେଶ ଖୁସି ହୋଇ ଯାଇଥିବା ଦେଖିବାକୁ ମିଳିଛି । ଖାଲି ଖୁସି ହେଲେ ତା’ ନୁହେଁ ବାଘର ଫଟୋ ବି ଉଠାଇଲେ ।

ଏମିତିକି କିଛି ଯୁବକ ବାଘ ସହ ସେଲଫି ନେବା ପାଇଁ ବି ଉଦ୍ୟମ କଲେ । ଯୁବକମାନେ ଏଭଳି ଦୁଃସାହସିକ କାର୍ଯ୍ୟ କରିବା ସମୟର ଭିଡିଓ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଏହି ସମୟର ଭିଡିଓକୁ ଆଇଏଏସ ଅଫିସର ସୁଶାନ୍ତ ନନ୍ଦ ନିଜ ଟ୍ବିଟର ପେଜରେ ଶେୟାର କରିଛନ୍ତି ।

ତେବେ ଏହି ଭିଡିଓ ପୋଷ୍ଟ କରିବା ସହ ସୁଶାନ୍ତ କହିଛନ୍ତି, ଏଭଳି ଦୁଃସାହସିକ କାର୍ଯ୍ୟ କରିବା ଆଦୌ ଉଚିତ ନୁହେଁ । ହିଂସ୍ର ଜନ୍ତୁଙ୍କ ପାଖକୁ ଏମିତି ନଯିବାକୁ ସେ ପରାମର୍ଶ ଦେଇଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।