ପ୍ରେମିକଠୁ ଧୋକା ପାଇବା ପରେ ରାସ୍ତାରେ ପାଗଳୀ ହୋଇ ବୁଲୁଛି ପ୍ରେମିକା, ମଡେଲ ଭଳି ପୋଜ୍ ଦେଇ ଯାହା ସବୁ ଡାଇଲଗ ମାରୁଛି ଥରେ ଶୁଣନ୍ତୁ…ଦେଖନ୍ତୁ ଭିଡିଓ

ମୁହଁରୁ ଆରମ୍ଭ କରି ଦେହସାରା ସବୁଠୁ ରାସ୍ତାକଡର କାଦୁଅ ପାଣି ଲାଗିଛି । କାର୍ ଉପରେ ହାତ ରଖି ପଡେଲ ଭଳି ଠିଆ ହୋଇଛନ୍ତି ଆଉ କହୁଛନ୍ତି, ମୁଁ ସମ୍ବଲପୁରୀ ନନୀ । ମୁଁ ନିଜେ ଲେଖିଛି ନିଜେ ଗୀତ ଗାଇଛି, ସବୁ ମୁଁ ନିଜେ କରିଛି । ତାଙ୍କୁ ଦେଖିଲେ ଲାଗୁଛି ତାଙ୍କ ଜୀବନରେ ଅନେକ କିଛି ଅକୁହା କଥା ଘଟିଯାଇଛି । ଯାହାଫଳରେ ସେ ମାନସିକ ଭାରସାମ୍ୟ ହରାଇ ବସିଛନ୍ତି । ଜୀବନର ସବୁ ସ୍ଵପ୍ନ ହଜିଯାଇଛି ହେଲେ କଥା କହିବା ଷ୍ଟାଇଲ ସେମିତି ରହିଛି ।

କେମିତି ହାତ ଠାର କରି ଡାଇଲଗ କହୁଛନ୍ତି ଆପଣ ବି ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ । ସେ ପାଗଳୀ ହୋଇ ଯାଇଛନ୍ତି ବୋଲି ଲୋକେ କହୁଛନ୍ତି । ରାସ୍ତାର କଦୁ ଦେହସାରା ଲାଗି ଯାଉଥିଲେ ବି ଖାତିର ନକରି ରାସ୍ତା ଉପରେ ଗାଡି ଯାଉଛନ୍ତି । ଘଣ୍ଟା ଘଣ୍ଟା ଧରି ସେ ଏଭଳି ରାସ୍ତାକଡରେ ଗଡପଡ ହେଉଛନ୍ତି । ତେବେ ଶୁଣିବାକୁ ମିଳୁଛି କି ଏହି ଯୁବତୀ ଜଣକ ଦିନେ କାହାକୁ ବହୁତ ପ୍ରେମ କରିଥିଲେ ।

କିନ୍ତୁ ପ୍ରେମରେ ଧୋକାକୁ ସେ ସହ୍ୟ କରି ପାରିନାହାନ୍ତି । ଆଉ ଏମିତି ନିଜ ମାନସିକ ଭାରସାମ୍ୟ ହରାଇ ବସିଛନ୍ତି ଓ ପାଗଳୀ ହୋଇ ଯାଇଛନ୍ତି । ତେବେ ଏକଥା କେତେ ସତ ତାହା ତ ଜଣାନାହିଁ, କିନ୍ତୁ ଏହି ଯୁବତୀ ମାନସିକ ଭାରସାମ୍ୟ ହରାଇବା ପରେ ତାଙ୍କର ଦେଖାଶୁଣା କରିବାକୁ ମଧ୍ୟ ଏ ଦୁନିଆରେ କେହିବି ନାହାନ୍ତି ।

ସେଥିପାଇଁ ତ ସେ ମନ ଇଚ୍ଛା ବୁଲୁଛନ୍ତି ଆଉ ମନ ଇଚ୍ଛା ଏମିତି ରାସ୍ତାରେ ଗଡପଡ ହେଉଛନ୍ତି । ସେ କେମିତି ଜୀବନ କାଟୁଛନ୍ତି ଆପଣ ଏ ଦୃଶ୍ୟ ଦେଖି ଅନୁମାନ କରି ପାରୁଥିବେ । ଏହି ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ତାଳଚେରର ୪୯ ନଂ ଜାତୀୟ ରାଜପଥ ନିକଟରେ ।

ବହୁତ ସମୟ ଧରି ଯୁବତୀ ଜଣକ ଏମିତି ବୁଲିବା ପରେ ସମାଜସେବୀ ବାପି ମହାନ୍ତି ଉକ୍ତ ପାଗଳୀ ଯୁବତୀଙ୍କୁ ଉଦ୍ଧାର କରିବା ସହ ମିଶନ ଆଶା ଆମ୍ବୁଲାନ୍ସରେ ଚିକିତ୍ସା ପାଇଁ ପଠାଇଥିଲେ । ବାପି ମହାନ୍ତିଙ୍କର ଏଭଳି କାମ ପାଇଁ ସ୍ଥାନୀୟ ଅଞ୍ଚଳରେ ତାଙ୍କୁ ବେଶ ପ୍ରଶଂସା କରିଛନ୍ତି ଲୋକେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।