ଆପଣ ବି ରାସ୍ତାରେ କାହାକୁ ଲିଫ୍ଟ ମାଗୁଛନ୍ତି କି ? ଏମିତି କରୁଥିଲେ ଏଥର ହୋଇଯାନ୍ତୁ ସାବଧାନ ! ଶୁଣନ୍ତୁ ଲିଫ୍ଟ ମାଗି ଲୁଟେରାଙ୍କ ଶିକାର ହୋଇଥିବା ଏହି ଶିକ୍ଷକ ଜଣକ କଣ କହୁଛନ୍ତି ?

ଲିଫ୍ଟ ଦେବା ନାଁରେ ନିଶା ଦେଇ ଲୁଟ ହୋଇଥିବା ଅଭିଯୋଗ ଘଟଣା ସାମ୍ନାକୁ ଆସିଛି । ଭୁବନେଶ୍ବରରେ ଶୁଣିବାକୁ ମିଳିଛି ଏହିପରି ଏକ ଘଟଣା । ଲିଫ୍ଟ ଦେବା ନାଁରେ ଶିକ୍ଷକଙ୍କୁ ନିଶା ଦେଇ ଲୁଟ ହୋଇଥିବା ଅଭିଯୋଗ ହୋଇଛି । ଢେଙ୍କାନାଳ ନବପଲ୍ଲୀ ହାଇସ୍କୁଲର ଜଣେ ଶିକ୍ଷକ ଏନେଇ ଶହୀଦ ନଗର ଥାନାରେ ଅଭିଯୋଗ କରିଛନ୍ତି । ତାଙ୍କ ଅଭିଯୋଗ ଅନୁଯାୟୀ ଶିକ୍ଷକ ଜଣକ ତାଙ୍କ ଘର ଢେଙ୍କାନାଳ ଯିବା ପାଇଁ ଭୁବନେଶ୍ବରର ଆଚାର୍ଯ୍ୟ ବିହାର ଛକରେ ଅପେକ୍ଷା କରିଥିଲେ ।

ବହୁ ସମସ୍ଯା ଅପେକ୍ଷା କରିବା ପରେ ମଧ୍ୟ ବସ୍ ଆସି ନଥିଲା । କିଛି ସମୟ ପରେ ଏକ କାର୍ ରେ ଦୁଇ ଜଣ ବ୍ୟକ୍ତି ଆସି ତାଙ୍କୁ ଲିଫ୍ଟ ଦେବାକୁ କହିଥିଲେ । ଶିକ୍ଷକ ଜଣକ ମଧ୍ୟ ଖୁସି ହୋଇ ତାଙ୍କ କାର୍ ରେ ବସି ପଡିଥିଲେ । ସେହି ବ୍ୟକ୍ତି ଦୁଇ ଜଣ କିଛି ବାଟ ଯିବା ପରେ ଡମଣା ଛକରେ ଗାଡି ଅଟକାଇ ଥିଲେ ଓ ଶିକ୍ଷକଙ୍କୁ କିଛି ପିଇବା ପାଇଁ ଯାଚିଥିଲେ । ଶିକ୍ଷକ ଜଣକ ମଧ୍ୟ ସେମାନଙ୍କ ଉପରେ ବିଶ୍ବାସ କରି ତାହା ପିଇଥିଲେ ।

କିନ୍ତୁ ପରେ ବ୍ୟକ୍ତି ଦୁଇ ଜଣ ସେହି ଶିକ୍ଷକଙ୍କୁ ଧବଳେଶ୍ଵର ଘାଟରେ ଫୋପାଡି ଦେଇଥିଲେ ଓ ତାଙ୍କ ଠାରୁ ଟଙ୍କା, ସୁନା ମୁଦି ଏବଂ ମୋବାଇଲ ଲୁଟି ନେଇଥିଲେ । ଉକ୍ତ ଶିକ୍ଷକଙ୍କ ନାମ ହେଉଛି ଅଖିଳ କୁମାର ପାଲ୍ । ଶିକ୍ଷକ ଜଣକ ଅନେକ ସମୟ ଧରି ବସ୍ ଷ୍ଟାଣ୍ଡରେ ଅପେକ୍ଷା କରିଥିଲେ ମଧ୍ୟ କୌଣସି ବସ୍ ପାଇ ନଥିଲେ । କିଛି ସମୟ ପରେ ଗୋଟିଏ କାର୍ ରେ ଦୁଇ ଜଣ ବ୍ୟକ୍ତି ଆସିଥିଲେ ଓ ତାଙ୍କୁ ପଚାରିଥିଲେ, ବାବୁ ଯିବେକି ଗାଡି ଅନୁଗୁଳ ଯିବ ।

ଯେହେତୁ କୌଣସି ବସ୍ ପାଇ ନଥିଲେ ତେଣୁ ଶିକ୍ଷକ ତୁରନ୍ତ ରାଜି ହୋଇ ଯାଇଥିଲେ । ଶିକ୍ଷକଙ୍କୁ ନେଇ କିଛି ବାଟ ଯିବା ପରେ ତାଙ୍କୁ ଥଣ୍ଡା ପିଇବାକୁ ଦେଇଥିଲେ ଦୁଇଜଣ ଦୁର୍ବୁର୍ତ୍ତ । ଥଣ୍ଡା ପିଇବା ପରେ ଶିକ୍ଷକ ଜଣକ ଆପେ ଆପେ ଶୋଇ ପଡିଥିଲେ । ଶେଷରେ ସେମାନେ ତାଙ୍କୁ ସଂପୂର୍ଣ୍ଣ ଭାବେ ଲୁଟି ଧବଳେଶ୍ଵର ଘାଟରେ ନେଇ ଫୋପାଡି ଦେଇ ଚାଲି ଯାଇଥିଲେ ।

ତାଙ୍କ ପାଖରେ ପ୍ରାୟ ୬୦୦୦ ଟଙ୍କା ଥିଲା, ଏହା ସହ ସେ ହାତରେ ପିନ୍ଧିଥିବା ସୁନା ମୁଦି ଓ ତାଙ୍କ ମୋବାଇଲ ମଧ୍ୟ ଦୁର୍ବୁର୍ତ୍ତ ମାନେ ଲୁଟି ନେଇଛନ୍ତି । ଯଦି ଆପଣ ବି କେବେ ଅଜଣା ଲୋକଙ୍କ ଠାରୁ ଲିଫ୍ଟ ନେଉଛନ୍ତି ତ ଏବେ ସାବଧାନ ହୋଇଯାନ୍ତୁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।