Union Budget 2022-23: ଦେଖନ୍ତୁ ବଜେଟର 10 ଟି ବଡ ଘୋଷଣା, ଚଳିତ ବର୍ଷ ବଜେଟରେ ରହିଛି କେଉଁ ସବୁ ଜନ ହିତକର ଯୋଜନା !

ଗତକାଲି ସଂସଦରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବର୍ଷ ୨୦୨୨ ର୍ବଙ୍ଗ ୨୦୨୩ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି । ସବୁ ବର୍ଷ ଭଳି ଏଥର ମଧ୍ୟ ବଜେଟରେ ଅନେକ ବଡ ପରିବର୍ତ୍ତନ ହୋଇଛି । ପ୍ରତି ବର୍ଷ ଦେଶର ଉନ୍ନତି ପାଇଁ ସଂସଦରେ ଏକ ସ୍ଵତନ୍ତ୍ର ବଜେଟ ଉପସ୍ଥାପନ କରାଯାଇ ଥାଏ । ତେବେ କାଲି ଅର୍ଥମନ୍ତ୍ରୀ ଚଳିତ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିବା ପରେ ବର୍ତ୍ତମାନ ସବୁଆଡେ ବଜେଟକୁ ନେଡି ଚର୍ଚ୍ଚା ଚାଲିଛି । ତେବେ ଏହି ବଜେଟରେ କଣ ସବୁ ବିଶେଷ ପରିବର୍ତ୍ତନ ହୋଇଛି ଆସନ୍ତୁ ଜାଣିବା ।

ଚଳିତ ବଜେଟରେ ଖାସ୍ କରି ମହିଳା, କୃଷକ, ଦଳିତ ଏବଂ ଯୁବପିଢିଙ୍କ ଉପରେ ବିଶେଷ କରି ଅଧିକ ଗୁରୁତ୍ଵ ଦିଆଯାଇଛି । ତେବେ ଗତକାଲି ସଂସଦରେ ବଜେଟକୁ ନେଇ ହୋଇଥିବା ବଡ ଘୋଷଣା ଉପରେ କିଛି ତଥ୍ୟ ଆପଣ ଜାଣି ରଖିବା ନିହାତି ଆବଶ୍ୟକ । ଚଳିତ ବର୍ଷରୁ ଡାକଘରେ ଆରମ୍ଭ ହେବ କୋର ବ୍ୟାଙ୍କିଂ ସେବା । ଡାକଘରେ ଅନଲାଇନ ବ୍ୟାଙ୍କିଂ, ମୋବାଇଲ ବ୍ୟାଙ୍କିଂ, ଏଟିଏମ ଏବଂ ଅନଲାଇନ କାରବାର ସେବା ଆଦି ଆରମ୍ଭ ହେବ ।

ତେବେ ଆୟକର ଛାଡ ସୀମା ଅପରିବର୍ତ୍ତିତ ରହିବ । ଲଗାତର ଦ୍ଵିତୀୟ ବର୍ଷ ପାଇଁ ଆୟକର ଛାଡ ସୀମାରେ କୌଣସି ପରିବର୍ତ୍ତନ ହୋଇ ନାହିଁ । ଚଳିତ ବର୍ଷରୁ ଦେଶରେ ଆରମ୍ଭ ହେବ ୫ଜି ସେବା । ଆସନ୍ତା ୩ ବର୍ଷରେ ୪ ଶହ ନୂଆ ଜେନେରେସନର ବନ୍ଦେ ଭାରତ ଟ୍ରେନ ଚାଲୁ ହେବ । ଚଳିତ ବର୍ଷ ପିଏମ ଆବାସ ଯୋଜନାରେ ୮୦ ଲକ୍ଷ ଘର ନିର୍ମାଣ ହେବ । ଏଥିପାଇଁ ପ୍ରାୟ ୪୮ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଘୋଷଣା କରିଛନରୀ କେନ୍ଦ୍ର ଅର୍ଥମନ୍ତ୍ରୀ ।

ଚଳିତ ବର୍ଷ ଠାରୁ ଆମ ଦେଶରେ ଇ-ପାସପୋର୍ଟ ବ୍ୟବସ୍ଥା ଲାଗୁ ହେବ । ଚଳିତ ବଜେଟରେ ଯୁବପିଢିଙ୍କ ପାଇଁ ବଡ ଘୋଷଣା କରାଯାଇଛି । ଯୁବପିଢିଙ୍କ ପାଇଁ ଏଥର ପ୍ରାୟ ୬୦ ଲକ୍ଷରୁ ଉର୍ଦ୍ଧ୍ଵ ନିଯୁକ୍ତି ଯୋଗାଇ ଦେବେ ସରକାର । ଯାହାଦ୍ୱାରା ଆମ ଦେଶରେ ବେରୋଜଗାରୀ ଏବଂ ବେକାରି ସମସ୍ଯା ହ୍ରାସ ପାଇବ । ଦେଶରେ ଏକ ଡିଜିଟାଲ ୟୁନିଭର୍ସିଟି ପ୍ରତିଷ୍ଠା କରାଯିବ । ଏବେ ଦେଶର ସମସ୍ତ ସ୍କୁଲର ସବୁ ଶ୍ରେଣୀ ଗୃହରେ ଲାଗିବ ଟିଭି ।

ପ୍ରତ୍ଯେକ ରାଜ୍ୟଙ୍କୁ ବିନା ସୁଧାରେ ଏକ ଲକ୍ଷ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ଦିଆ ଯାଇପାରିବ । ୫୦ ବର୍ଷ ପାଇଁ ବିନା ସୁଧାରେ ଦିଆଯିବ ଋଣ ସୁବିଧା । ଏହାସହ ୨୦ ହଜାର କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ୨୫ ହଜାର କିଲୋମିଟର ର ଜାତୀୟ ରାଜପଥ । ଏହିସବୁ ଥିଲା ଚଳିତ ବର୍ଷ ବଜେଟର କିଛି ବଡ ଖବର । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।