ପୁଲୱାମାରେ ହୋଇଥିବା ଆତଙ୍କି ଆକ୍ରମଣ ପରେ ପୁରା ଦେଶରେ ପାକିସ୍ତାନ ପାଇଁ ମନରେ ରାଗ ଏବଂ ପାକିସ୍ତାନ ଠାରୁ ପ୍ରତିଶୋଧ ନେବା ପାଇଁ କହୁଛନ୍ତି । ଏହା ସହିତ କେତେକ ଜାଗାରେ ପାକିସ୍ତାନ ମୁର୍ଦାବାଦର ନାରା ବି ଲଗାଉଛନ୍ତି ।
ଭାରତ ସରକାର ଆକ୍ରମଣ ପରେ ବହୁତ କଡା ନିଷ୍ପତି ନେଇଛନ୍ତି । ଯେଉଁଥିରେ ପାକିସ୍ତାନକୁ ମୋସ୍ଟ ଫେଭ୍ରେଟ ନେଶନ ଲିସ୍ଟରୁ ହଟାଇ ଦିଆ ଯାଇଛି ଏବଂ ସେହି ଦେଶର ସବୁ କଳାକାର ମାନଙ୍କୁ ବି ଭାରତରେ ବ୍ୟାନ କରି ଦିଆ ଯାଇଛି । ଏହା ଛଡା ବି ସରକାର ଅନ୍ତରାଷ୍ଟ୍ରୀୟ ସ୍ତରରେ ବି ଚେଷ୍ଟା କରୁଛନ୍ତି କି ପାକିସ୍ତାନକୁ କିଛି ଶିକ୍ଷା ଦିଆଯାଉ । କିନ୍ତୁ ବର୍ତ୍ତମାନ ସୋସିୟାଲ ମିଡିୟାରେ କେବଳ ପାକିସ୍ତାନ ବିରୁଦ୍ଧରେ ପ୍ରଦର୍ଶନର ବହୁତ ଭିଡିଓ ଏବଂ ଫଟୋ ସାମନାକୁ ଆସୁଛି ।
ଏହା ମଧ୍ୟରେ ସୋସିୟାଲ ମିଡିୟାରେ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଗୋଟିଏ ଦୋକାନୀ ନିଜର ଦୋକାନର ଜିନିଷ ବିକ୍ରି କରିବା ପାଇଁ ଚେଷ୍ଟା କରୁଛି ଏବଂ ତାହା ସହିତ ପାକିସ୍ତାନ ବିରୁଦ୍ଧରେ ମନରେ ଥିବା ରାଗକୁ ବାହାରକୁ ବାହାର କରୁଛନ୍ତି । ସୋସିୟାଲ ମିଡିୟାରେ ଭାଇରାଲ ହେଉଥିବା ଏହି ଭିଡିଓ ଦିଲ୍ଲୀର କରୋଲ ବାଗ ମାର୍କେଟର କୁହା ଯାଉଛି ।
ଯେଉଁଥିରେ ଗୋଟିଏ ବ୍ୟକ୍ତି ହାତରେ ଜୋତା ଧରି ଛିଡା ହୋଇଛି ଏବଂ ରାସ୍ତାର ମଝିରେ ପାକିସ୍ତାନ ମୁର୍ଦାବାଦର ନାରା ଲଗାଉଛନ୍ତି । ମୁର୍ଦାବାଦ ପରେ ସେ ୧୧୦୦ ଟଙ୍କାରେ ତିନିଟି ଜୋତା ନିଅନ୍ତୁ ବୋଲି କହୁଛନ୍ତି । ରାସ୍ତାରେ ଯାଉଥିବା ଲୋକମାନଙ୍କୁ ବି କହୁଛନ୍ତି କି କୁହନ୍ତୁ ପାକିସ୍ତାନ ମୁର୍ଦାବାଦ । ଏହି ଭିଡିଓ ସୋସିୟାଲ ମିଡିୟାରେ ଖୁବ ଶେୟାର କରା ଯାଉଛି, ଏହା କୁହାଯାଉଛି କି ରାଷ୍ଟ୍ରବାଦ ନାମରେ ମାର୍କେଟିଂଗ କରିବାର ଏକ ଭଲ ଉପାୟ ଅଟେ ।
राष्ट्रवाद की बढिया मार्केटिंग😳😳😳 pic.twitter.com/zkV3X4tmxN
— Imran Pratapgarhi (@ShayarImran) February 18, 2019
୧୪ ଫେବ୍ରୁୟାରୀକୁ ଦ୍ଵିପହର ୩ ଟା ସମୟରେ ସିଆରପିଏଫଙ୍କ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ । ଏହାର ୧୦୦ ଘଣ୍ଟା ମଧ୍ୟରେ ସୁରକ୍ଷାକର୍ମୀ ଏହି ଆକ୍ରମଣର ମାସ୍ଟରମାଇଂଡ ଗାଜୀ ସହିତ ୨ ଜଣ ଆତଙ୍କିମାନଙ୍କୁ ମାରିଛନ୍ତି । କିନ୍ତୁ ଏହି ଆକ୍ରମଣରେ ବି ଦେଶର ୫ ଜଣ ଯବାନ ସହିଦ ହୋଇ ଛନ୍ତି । କିନ୍ତୁ ସେହି ସହିଦ ଯବାନମାନଙ୍କୁ ପୁରା ଦେଶ ମନେ ରଖିବେ ।
ପୋଷ୍ଟ ଟି ଭଲ ଲାଗିଲେ ଶେୟାର କରନ୍ତୁ ଓ ପେଜକୁ ଲାଇକ କରିବାକୁ ଭୁଲିବେନି ।