70 ବର୍ଷ ପର୍ଯ୍ୟନ୍ତ ରହିଲେ ଦୁହେଁ ଦୁହିଁଙ୍କର ସାଥି ହୋଇ ଓ ଯେବେ ମୃତ୍ୟୁ ଆସିଲା ତ ଦୁନିଆ ଦେଖିଲା ଏକ ସୁନ୍ଦର ଅନ୍ତ ଦେଖନ୍ତୁ ଏହି ଅନୋଖା ପ୍ରେମ କାହାଣୀ

ପ୍ରକୃତ ପ୍ରେମ କାହାଣୀ ଫିଲ୍ମ ରେ ହୋଇଥାଏ ନତୁବା ପୁସ୍ତକର କୌଣସି ଗପରେ ହୋଇଥାଏ, ଏମିତି ମାନୁଥିବା ଲୋକଙ୍କ ସଂଖ୍ୟା ବହୁତ ଅଧିକ ଅଟେ । ଆଜି କାଲି ଦୁନିଆରେ ସବୁ କିଛି ମିଳି ଯାଉଛି, କିନ୍ତୁ ପ୍ରକୃତ ଭଲ ପାଇବା ମିଳୁ ନାହିଁ, କିନ୍ତୁ ପ୍ରେମର କିଛି ଏମିତି କାହାଣୀ ଅଛି ଯାହା ବିଷୟରେ ଜାଣି ରୁମ ଟାଙ୍କୁରି ହୋଇଉଠେ ଓ ଆଖି ଭରି ଆସେ । ଲୋକ ମାନନ୍ତି କି ପ୍ରେମ ସେ ପର୍ଯ୍ୟନ୍ତ ରହିଥାଏ ଯେ ପର୍ଯ୍ୟନ୍ତ ଲୋକ ଯବାନ ରହିଥାନ୍ତି ଓ ବୃଦ୍ଧ ବୟସରେ ଲୋକ କେବଳ ପିଲା ମାନଙ୍କ ବନ୍ଧନରେ ବାନ୍ଧି ହୋଇ ରୁହନ୍ତି ଓ ତାଙ୍କ ଭିତରେ ଭଲ ପାଇବା ଯେମିତି ଶେଷ ହୋଇ ଯାଇଥାଏ । ଯଦି ଆପଣ ବି ଏମିତି ଭାବୁଛନ୍ତି ତେବେ ଆପଣଙ୍କୁ ଜଣାଇବୁ ଏମିତି ଏକ ଦମ୍ପତ୍ତିଙ୍କ କାହାଣୀ ଯାହାର ଜୀବନ ଯାତ୍ରା 70 ବର୍ଷ ପର୍ଯ୍ୟନ୍ତ ଚାଲିଲା ଓ ମୃତ୍ୟୁ ହେଲା ତ ଏକା ସହିତ ।

ଗରିବ ପୁଅ ଧନୀ ଝିଅ

ଏହି ପ୍ରେମ କାହାଣୀ ଅଟେ 90 ବର୍ଷର ନୋର୍ମା ଜୁନ ଳ୍ପଟେଲ ଓ 92 ବର୍ଷର ଫ୍ରାନସିସ ଅର୍ନେଷ୍ଟ ଳ୍ପଟେଲଙ୍କର । ଏମାନଙ୍କ ବିବାହକୁ 70 ବର୍ଷ ବିତି ଯାଇଥିଲେ ମଧ୍ୟ ଏମାନଙ୍କର ଭଲ ପାଇବା ସବୁବେଳେ ଯବାନ ରହିଥିଲା । ନୋର୍ମା ଅଜ୍ଲାଇମର ରୋଗରେ ପୀଡିତ ଥିଲେ ଓ ତାଙ୍କ ପତି ଅର୍ନେଷ୍ଟ ଙ୍କୁ ହିପ ଏରିଆରେ ଆଘାତ ହୋଇଥିଲା ଓ ଏହି କାରଣର ଦୁଇ ଜଣଙ୍କୁ ଏକା ସହିତ ହସ୍ପିଟାଲ ରେ ଭର୍ତ୍ତି ହେବାକୁ ପଡିଥିଲା । ଏମାନଙ୍କର ପ୍ରେମ କାହାଣୀ ଆପଣଙ୍କୁ ଏକଦମ ଫିଲ୍ମ ଭଳି ଲାଗିବ, କିନ୍ତୁ ଏମାନଙ୍କ ଭିତରେ ଯେଉଁ ଭଲ ପାଇବା ଥିଲା ତାହା ପ୍ରକୃତ ପ୍ରେମ ଥିଲା ।

ଫ୍ରାନସିସ ଜଣେ ଗରିବ ବ୍ୟକ୍ତି ଥିଲେ ଓ ତାଙ୍କ ପରିବାରରେ ଲୋକଙ୍କର ସାମାନ୍ୟ ଆମଦାନୀ ଥିଲା ସେଇଠି ନୋର୍ମା ଜଣେ ଧନୀ ଘରର ଝିଅ ଥିଲେ । ଜଣେ ଗରିବ ଘରର ପୁଅ ଓ ଧନୀ ଘରର ଝିଅ କିନ୍ତୁ ଯେବେ ପ୍ରେମ ହେଲା ତେବେ ଏହି ଧନୀ ଗରିବର ପରଦା ଉଠିଗଲା । ଦୁଇ ଜଣ ବିବାହ କରିନେଲେ ଓ ବିବାହ ପରେ 70 ବର୍ଷ ବହୁତ ଭଲରେ ଦୁହେଁ ଦୁହିଁଙ୍କ ସହିତ କାଟିଲେ ।

ହାତରେ ହାତ ରଖି ମୃତ୍ୟୁବରଣ କଲେ

ଯେବେ ବୟସ ଢଳିବାକୁ ଲାଗିଲା ଓ ଶରୀର ସାଥିରେ ରାହିଲା ନାହିଁ, ଦୁଇ ଜଣଙ୍କୁ ହସ୍ପିଟାଲ ରେ ଭର୍ତ୍ତି କରାଗଲା  କିନ୍ତୁ ଦୁଇ ଜଣ ଯାକ ଅଲଗା ୱାର୍ଡ ରେ ରହିବାକୁ ମନା କରିଦଲେ । ଦୁଇ ଜଣଙ୍କୁ ଏକାଠି ଗୋଟିଏ ୱାର୍ଡ ରେ ରଖାଗଲା । ତାଙ୍କ ଝିଅ କହିଲେ କି ମା’ଙ୍କୁ ନିଶ୍ଵାସ ନେବାରେ କଷ୍ଟ ହେଉଥିଲା ଓ ସେପଟେ ପିତାଙ୍କର ସ୍ୱାସ୍ଥ୍ୟ ମଧ୍ୟ ଖରାପ ହେବାକୁ ଲାଗିଥିଲା । ଏବେ ନର୍ସ ଦୁଇ ଜଣଙ୍କୁ ଦେଖିବା ପାଇଁ ଆସିଲେ ତେବେ ସାମ୍ନା ର ଦୃଶ୍ୟ ଦେଖି କିଛି ସମୟ ପାଇଁ ସେ ଆବାକ ହୋଇଗଲା ।

ନୋର୍ମା ଓ ଫ୍ରାନସିସ ମୃତ୍ୟୁବରଣ କରି ସାରିଥିଲେ, ଦୁହେଁ ଦୁହିଙ୍କ ହାତ ଧରି ଦୁଇ ଜଣ ଯାକ ଶେଷ ନିଶ୍ଵାସ ତ୍ୟାଗ କଲେ । ତାଙ୍କ ଝିଅକୁ ମାତା ପିତାଙ୍କ ଯିବାର ଦୁଃଖ ଥିଲା କିନ୍ତୁ ଯେଉଁ ପ୍ରକାରରେ ପ୍ରେମକୁ ଦର୍ଶାଇ ତାଙ୍କ ମାତା ପିତା ଏହି ଦୁନିଆରୁ ଗଲେ ତାହା ତାଙ୍କ ପାଇଁ ବହୁତ ସୁନ୍ଦର ଦୃଶ୍ୟ ଥିଲା ।

ଏହି ଘଟଣା ସମ୍ବଧରେ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ ଓ ଭଲ ଲାଗିଲେ ଶେୟାର କରନ୍ତୁ । ଆଗକୁ ଏମିତି ଅନେକ ପୋଷ୍ଟ ସବୁ ପାଇଁ ପେଜକୁ ଲାଇକ କରନ୍ତୁ ।