ISIS ଜଏନ କରିବା ପାଇଁ ଘରୁ ପଳେଇ ଆସିଥିଲା ଏହି ଝିଅ, ୪ ବର୍ଷ ପରେ ଏମିତି ହେଲା କି ନିଜ ଅବସ୍ଥା ଉପରେ ହିଁ ଆସିଲା କାନ୍ଦ

ISISକୁ ଦୁନିଆର ସବୁଠୁ ବଡ ଆତଙ୍କି ସଂଗଠନ ବୋଲି କୁହାଯାଏ । ଏହି ସଂଗଠନ ଦେଶର ଯୁବକମାନଙ୍କୁ ଭ୍ରମିତ କରି ନିଜର ସଂଗଠନରେ ସାମିଲ ହେବା ପାଇଁ ମଜବୁର କରୁଛନ୍ତି । କେତେଥର ତ ଆପଣମାନେ ବି ସୋସିୟାଲ ମିଡିୟା ଉପରେ ଏହିଭଳି କେତେକ ଭିଡିଓ ଏବଂ ଫଟୋ ଦେଖି ଥିବେ । ଯେଉଁଥିରେ ଯୁବକମାନଙ୍କୁ ଏହି ସଂଗଠନରେ ସାମିଲ ହେବା ପାଇଁ ଦେଖା ଯାଇଥାଏ । ଏହି ଖବର ମଧ୍ୟରେ ଗୋଟିଏ ୧୯ ବର୍ଷ ଝିଅ ଶମୀମା ବେଗମ ର ଘଟଣା ସାମନାକୁ ଆସିଛି ।

୪ ବର୍ଷ ପୂର୍ବରୁ ଛାଡି ଆସିଥିଲା ଘର – ପରିବାର

କହିଦେଉଛୁ ଯେ, ଆଜି ଠାରୁ ୪ ବର୍ଷ ପୂର୍ବେ ଶମୀମା ଏହି ଆତଙ୍କି ସଂଗଠନରେ ସାମିଲ ହେବା ପାଇଁ ବ୍ରିଟେନରୁ ଏହି ଇସ୍ଲାମିକ ଦେଶକୁ ଆସିଥିଲା । ବର୍ତ୍ତମାନ ଏଠି ଆସିବା ପରେ ୪ ବର୍ଷ ପରେ ଶମୀମାକୁ ତାଙ୍କର ଘର ଏବଂ ଘର ଲୋକମାନଙ୍କର କଥା ମନେ ପଡୁଛି । ୪ ବର୍ଷ ପରେ ସେ ନିଜ ଘରକୁ ଯିବା ପାଇଁ ଚାହୁଁଛି ।

ଏହି ଚାରି ବର୍ଷ ପରେ ବଦଳି ଯାଇଛି ସବୁ କିଛି

ଯେତେବେଳେ ଶମୀମା ବ୍ରିଟେନରୁ ନିଜ ଘର ଛାଡିଥିଲା ତେବେ ସେ ମାତ୍ର ୧୫ ବର୍ଷର ଥିଲେ । ଘରୁ ଆସିବା ସମୟରେ ସେ ଏକୂଟିଆ ନଥିଲା । ତା ସହିତ ସେ ନିଜର ଦୁଇଜଣ କ୍ଲାସମେଟଙ୍କ ସହିତ ଘର ଛାଡି ଏହି ସଂଗଠନରେ ସାମିଲ ହେବା ପାଇଁ ଆସିଥିଲା । ଏହି ତିନି ଜଣ ଲଣ୍ଡନର ନିଜ ଘର ଛାଡି ସିରିୟା ଯାଇ ପହଞ୍ଚିଲେ । ଯେତେବେଳେ ତାଙ୍କୁ ଏହି ଆତଙ୍କବାଦୀମାନଙ୍କ ବିଷୟରେ ପଚରାଗଲା, ତେବେ ସେ କହିଲ କି ମୁଁ ନିଜ ଆଖି ସାମନାରେ ମୁଣ୍ଡ କଟା ହେଉ ଥିବାର ଦେଖିଛି ।

ବମ ଧମାକା ଦେଖିଛି । ମୁଁ ବର୍ତ୍ତମାନ ସେହି ମୂର୍ଖ ପିଲା ନୁହେଁ ଯିଏ କି ଚାରି ବର୍ଷ ପୂର୍ବେ ସ୍କୁଲ ଛାଡି ଚାଲି ଆସିଥିଲି ଏବଂ ନା ହିଁ ତାଙ୍କୁ ଏହି କଥାର ପଶ୍ଚାତାପ ଅଛି କି ସେ ଆତଙ୍କି ସଂଗଠନକୁ ଜଏନ କରିଥିଲା । କିନ୍ତୁ ବର୍ତ୍ତମାନ ସେ ଥକି ଯାଇଛି ଏବଂ ଘରକୁ ଫେରିବାକୁ ଚାହୁଁଛି ।

ତୃତୀୟ ଥର ଗର୍ଭବତୀ ହେଲା ଶମୀମା

ଶମୀମା କହିଲେ କି ସ୍କୁଲର ଗୋଟିଏ ଝିଅ ଶରମୀନା ବେଗମ ୨୦୧୪ରେ ସିରିୟାର ଏହି ସଂଗଠନରେ ସାମିଲ ହେବା ପାଇଁ ପଳେଈ ଆସିଥିଲା । ଏହା ପରେ ମୁଁ ଏବଂ ମୋର ଦୁଇଜଣ ସାଙ୍ଗ ବି ସିରିୟାରକୁ ଯିବା ପାଇଁ ନିଷ୍ପତି କରିଲୁ । ସେଠିକାର ISIS ଯୁବକମାନଙ୍କ ବିବାହ କରିନେଲୁ । ଶମୀମା ବର୍ତ୍ତମାନ ୯ ମାସର ଗର୍ଭବତୀ ଅଛି ଏବଂ ଏହା ପୂର୍ବରୁ ବି ସେ ୨ ଥର ମା ହୋଇ ସାରିଛି ।

କିନ୍ତୁ ଶମୀମାର ସେହି ଦୁଇ ନବଜାତ ଶିଶୁ ମରି ଯାଇଛନ୍ତି । କିନ୍ତୁ ସେ ବର୍ତମାନ ସେଠୁ ପଳେଈ ଯିବା ପାଇଁ ଚାହୁଁଛି କାରଣ ସେ ଚାହୁଁ ନାହିଁ କି ତାର ଏହି ଶିଶୁ ବି ମରିଯାଉ । କହି ଦେଉଛୁ ଯେ ଶମୀମା ଡଚ ନାଗରିକଙ୍କୁ ବାହା ହୋଇଥିଲା ଯିଏକି ସେହି ସମୟରେ ISISରେ ସାମିଲ ହେବା ପାଇଁ ଆସିଥିଲା ।

ବିଜୟର ଅଧିକାରୀ ନୁହନ୍ତି ସେହି ଲୋକମାନେ

ଶମୀମା ଆଗକୁ କହିଲେ କି, “ଖଲୀଫା ଶେଷ ହୋଇଯାଇଛି । ମୁଁ ଏତେ ଅତ୍ୟାଚାର ଏବଂ ଭ୍ରଷ୍ଟାଚାର ଦେଖିଛି କି ମୋତେ ଲାଗୁ ନାହିଁ କି ବର୍ତ୍ତମାନ ସେମାନେ ବିଜୟର ଅଧିକାରୀ ଅଟନ୍ତି ।“ ଶମୀମା କହିଲେ କି, “ମୁଁ ଜାଣିଛି ମୋ ବିଷୟରେ ଆପଣମାନେ କଣ ଚିନ୍ତା କରୁଛନ୍ତି । କିନ୍ତୁ ବର୍ତ୍ତମାନ ମୁଁ କେବଳ ଘରକୁ ଯିବା ପାଇଁ ଚାହୁଁଛି । ଏବଂ ନିଜ ପିଲାକୁ ଜନ୍ମ ଦେବାକୁ ଚାହୁଁଛି ।

ନିଜର ବନ୍ଧୁମାନଙ୍କ ବିଷୟର କହିଲେ କି ସେ ନିଜର ବନ୍ଧୁମାନଙ୍କୁ ଗତ ବର୍ଷ ଜୁଲାଇ ମାସରେ ଦେଖିଥିଲେ ଏବଂ ସେତେବେଳେ ସେମାନେ ବହୁତ ଖୁସି ଥିଲେ । କିନ୍ତୁ ବର୍ତ୍ତମାନ ସେମାନେ କେଉଁଠି ଅଛନ୍ତି ମୁଁ ଜାଣିନାହିଁ ।

ପୋଷ୍ଟ ଟିକୁ ଅନ୍ୟମାନକ ସହିତ ଶେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ଓଡିଆ ଫାଷ୍ଟ ପେଜକୁ ଲାଇକ କରନ୍ତୁ ।