ଆଜିର ରାଶିଫଳ, 3 ଡିସେମ୍ବର 2018 ସୋମବାର – ହେଲା ମହାସଂଯୋଗ ମହାଦେବଙ୍କ କୃପା ଆଜିଠୁ ଏହି ୩ ରାଶିକୁ ମିଳିବ

ମେଷ:-

ବ୍ୟବସାୟ କ୍ଷେତ୍ରରେ ଖୁବ ଅଗ୍ରଗତି ଘଟିବ । କରଜ ଭାରରୁ ମୁକ୍ତି ମିଳିବ । ଆଇନ ଅଦାଲତରେ ଜୟଯୁକ୍ତ ହେବେ । ଚାକିରିରେ ପ୍ରତିଷ୍ଠିତ ହେବେ । ଉପରିସ୍ଥ କର୍ମଚାରୀ ଆପଣଙ୍କର ସହଯୋଗ ଲୋଡିବେ । ବିପତ୍ତି କଟିବା ଫଳରେ ସୁଖ ସୌଭାଗ୍ୟ ବୃଦ୍ଧି ହେବ । ପାରିବାରିକ ବ୍ୟବସ୍ଥା ପରି ବର୍ତ୍ତନ ସାଙ୍ଗକୁ ଅର୍ଥସଙ୍କଟରୁ ମୁକ୍ତି ମିଳିବ । ମହିଳାମାନେ ପରିବାରରେ ଆଦରଣୀୟା ହୋଇ ସୁଖଭୋଗ କରିବେ । ପ୍ରତିକାର–ବୃଦ୍ଧ ବୃଦ୍ଧାଙ୍କୁ ସହାୟତା କରିବେ ଓ ଆଶୀର୍ବାଦ ପ୍ରାପ୍ତ କରିବେ ।

ବୃଷ:-

ଆର୍ଥିକ ସ୍ଥିତି ସୁଦୃଢ଼ ହେବ, ଋଣ ପରିଶୋଧ କରିବାର ସୁଯୋଗ ପାଇବେ । ସାମାଜିକ ପ୍ରତିଷ୍ଠା ଓ ମାନ-ସମ୍ମାନ ବୃଦ୍ଧି ହେବ । ବ୍ୟବସାୟରେ ଉନ୍ନତି ଫଳରେ ଅଶାତୀତ ଲାଭବାନ୍ ହେବେ । ଗୃହରେ ଧାର୍ମିକ କାର୍ଯ୍ୟରେ ଧନ ବ୍ୟୟହେବ । ସହକର୍ମୀମାନଙ୍କଠାରୁ ସାହାଯ୍ୟ ଓ ସହଯୋଗ ପାଇବେ । କର୍ମ ନିଯୁକ୍ତି ପାଇଁ ଚେଷ୍ଟା କଲେ ଭବିଷ୍ୟତରେ କର୍ମପ୍ରାପ୍ତି ହେବ । ପ୍ରତିକାର– ଗାଈକୁ ରୁଟି ଖାଇବାକୁ ଦେବେ ।

ମିଥୁନ:-

ଇନ୍ଦ୍ରିୟପରାୟଣତା ଓ ବିଷୟବାସନା ଉପରେ ଅଧିକ ଗୁରୁତ୍ଵ ଦେବେ । ଯୁକ୍ତି-ତର୍କରେ ଦକ୍ଷତା ସହ ବ୍ୟବହାରିକ ବିଜ୍ଞାନ ଓ ଦର୍ଶନର ଗଭୀରତା ଭିତରକୁ ଟାଣିହୋଇ ଯିବେ । ସାମାଜିକ ପ୍ରତିଷ୍ଠା ଓ ମାନ-ସମ୍ମାନ ବୃଦ୍ଧି ହେବ । ବ୍ୟବସାୟିକ ସ୍ଥିତି ଅଚାନକ ବୃଦ୍ଧି ହେବା ଫଳରେ ଆଶାନୁରୂପ ଅର୍ଥାଗମ ହେବ । ନୂତନ ଚାକିରୀ ପାଇଁ ପ୍ରୟାସ ରତ ଯୁବକମାନେ ଉତ୍ସାହବର୍ଦ୍ଧକ ସମାଚାର ପାଇବେ । ଅଚାନକ ବନ୍ଧୁ ବାନ୍ଧବମାନଙ୍କର ସମାଗମ ହେବ । ପ୍ରତିକାର:- ଅସହାୟା ମାନଙ୍କୁ ସାହାଯ୍ୟ କରନ୍ତୁ ।

କର୍କଟ:-

କର୍ମ ବ୍ୟବସାୟରେ ମାନସିକ ଦୁର୍ବଳତା ସହିତ ସାମୟିକ ବିଭ୍ରାନ୍ତି ଜନିତ ଆଳସ୍ୟଭାବ ଦେଖାଦେବ । ମହିଳାମାନଙ୍କର ନ୍ୟାୟମାର୍ଗ ଓ ମିଷ୍ଟ ବଚନ ଯୋଗେ ନିମ୍ନବର୍ଗ ଲୋକଙ୍କ ଠାରୁ ସମ୍ମାନ ପାଇବା ସମ୍ଭବ ହେବ । ପ୍ରତ୍ୟେକ କ୍ଷେତ୍ରରେ ଅଯଥା ତରତର ନ ହୋଇ ବିବେକ ବୁଦ୍ଧି ଖଟାଇ ଧୈର୍ଯ୍ୟର ସହିତ ଚାଲିବା ଉଚିତ । ଆତ୍ମୀୟ–ସ୍ଵଜନଙ୍କ ବୈରତା, ବୃଥା ଭ୍ରମଣରୁ ଆର୍ଥିକ କ୍ଷତି ସହିବାକୁ ପଡିବ । ପ୍ରତିକାର–ମାଦକଦ୍ରବ୍ୟଠାରୁ ଦୂରେଇ ରୁହନ୍ତୁ ।

ସିଂହ:-

ବ୍ୟବସାୟୀମାନେ କାରବାର ଦିଗରୁ ପ୍ରଚୁର ଲାଭବାନ୍ ହେବେ । କୁଳଶ୍ରେଷ୍ଠ ଓ କୀର୍ତ୍ତିଶାଳୀ ଭଳି ଦିବ୍ୟ ଗୁଣ ଗୁଡିକ ଠୁଳ ହେବ । ମହିଳାମାନେ ନିକଟସ୍ଥ ସ୍ଥାନମାନଙ୍କରେ ଭ୍ରମଣକରି ବେଶ୍ ଆନନ୍ଦ ଅନୁଭବ କରିବେ । ସେୟାର ମାର୍କେଟ, ଲଟେରୀ, ଜୁଆ ଆଦିରେ ଅର୍ଥ ଖଟେଇଲେ ବିଶେଷ ଲାଭବାନ୍ ହେବେ । କର୍ମ କ୍ଷେତ୍ରରେ ସମ୍ମାନ ଲାଭ ସହ ନୂଆ ନୂଆ ଯୋଜନା ପ୍ରସ୍ତୁତ କରିବେ । ପାରିବାରିକ କ୍ଷେତ୍ରରେ ସୁଖ ଓ ଶାନ୍ତି ପ୍ରାପ୍ତି ହେବ । ପ୍ରତିକାର–ଗହମ, ଗୁଡ ପିଲାମାନଙ୍କୁ ଦାନ କରିବେ ।

କନ୍ୟା:-

ସାମାଜିକ ପ୍ରତିଷ୍ଠା, ମାନ-ସମ୍ମାନ ବୃଦ୍ଧି ହେବ । ବ୍ୟବସାୟରେ ବନ୍ଧୁ ମିତ୍ରଙ୍କ ସାହାଯ୍ୟରେ ବାକି ପଡ଼ିଥିବା ଅର୍ଥ ପ୍ରାପ୍ତି ହେବ । କର୍ମ ନିଯୁକ୍ତି କ୍ଷେତ୍ରରେ ଅନେକ ଦିନର ଅଭିଳାଷ ପୂରଣ ହେବ । ପୁରାତନ ରୋଗର ପ୍ରକୋପ ହ୍ରାସ ହେବାଫଳରେ ମନଶାନ୍ତ ରହିବ । କର୍ମକ୍ଷେତ୍ରରେ ନିଜର ପ୍ରତିପତ୍ତି ବିସ୍ତାର କରି ପାରିବେ । ବ୍ୟକ୍ତିଗତ ସୁଖ, ଦୁଃଖ ତଥା ମନର ଭାବ କେହି ଠିକ୍ ଭାବେ ଠଉରେଇ ପାରିବେ ନାହିଁ । ମହିଳାମାନେ ଚାକିରି କ୍ଷେତ୍ରରେ ଉନ୍ନତି କରିପାରିବେ । ଶରୀର ସୁସ୍ଥ ରହିବ । ପ୍ରତିକାର–ସକାଳେ ଧର୍ମସ୍ଥାନକୁ ସଫା କରନ୍ତୁ ।

ତୁଳା:-

ଶିକ୍ଷାଖେତ୍ରରେ ଉଚ୍ଚାକାଂକ୍ଷା ପୁର୍ତ୍ତିର ଫଳ ସ୍ୱରୂପ ନିଜ କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରି ପାରିବେ । ଗୁରୁ ଗୁରୁ ଜନଙ୍କ ଆଶୀର୍ବାଦ ବହୁକ୍ଷେତ୍ରରେ ସୁରକ୍ଷା ଦେବ । ବୈଷୟିକ ଅଭିବୃଦ୍ଧି ପାଇଁ ସମାଧାନର ରାସ୍ତା ପ୍ରସ୍ତୁତ କରିବେ । ମାଲିମୋକଦ୍ଦମା ଓ ରାଜନୀତିରେ ଶତ୍ରୁ ଓ ବିରୋଧୀମାନଙ୍କୁ ପରାସ୍ତ କରି ବିଜୟୀ ହେବେ । ପ୍ରତିଯୋଗି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ କର୍ମ ନିଯୁକ୍ତି ପାଇବେ । ପ୍ରତିକାର–ଫୁଲଗଛରେ ପାଣିଛିଞ୍ଚିବେ ।

ବିଛା:-

ଆମୋଦ-ପ୍ରମୋଦ, କ୍ରିଡା, ଆଡମ୍ବରରେ ଆଗ୍ରହ ବଢିବ । ବ୍ୟବସାୟୀମାନେ ଧୈର୍ଯ୍ୟଧରୀ ପରିଶ୍ରମ ନ କଲେ ବ୍ୟବସାୟକୁ ରକ୍ଷା କରିବା କାଠିକର ପାଠ ହେବ । କର୍ମକ୍ଷେତ୍ରରେ ବିବାଦୀୟ ସ୍ଥିତି ଦେଖାଦେଇ ପାରେ । ମହିଳାମାନଙ୍କର କର୍ମ, ବ୍ୟବସାୟରେ କେତେକ କ୍ଷେତ୍ରରେ ଉନ୍ନତିକର ହେବ । ଭୁଲ ବୁଝାମଣାରୁ ବିବାଦୀୟ କ୍ଷେତ୍ରରେ ପ୍ରବେଶ କରି ପୀଡା ଭୋଗିବେ । ଅଧ୍ୟୟନରେ ଅଧିକ ପରିଶ୍ରମ କରିବା ଆବଶ୍ୟକ । ପ୍ରତିକାର:- ଅସହାୟା ବୃଦ୍ଧାକୁ ସାହାଯ୍ୟ କରନ୍ତୁ ।

ଧନୁ:-

ଶିଳ୍ପୀ, ସହିତ୍ୟିକ, ସଂଗୀତଜ୍ଞ, ଯାନ୍ତ୍ରିକ ମାନେ କ୍ଷାତି ଅର୍ଜନ କରିବେ । କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ଯୋଗେ ମାନସମ୍ମାନ ବଜାୟ ରହିବ ପଦୋନ୍ନତି ମଧ୍ୟ ପାଇପାରନ୍ତି । ସ୍ୱାସ୍ଥ୍ୟ ପ୍ରାୟ ଭଲ ରହିବ । ପାରିବାରିକ ଜୀବନରେ ପ୍ରୀତିଲାଭ, ବନ୍ଧୁମିଳନ, ବିବହୋତ୍ସବର ସଂକେତ, ଆନନ୍ଦ ଉତ୍ସାହ ବୃଦ୍ଧି ପାଇବ । ମହିଳାମାନେ ଅଧିକ ଭାଗ୍ୟବାଦିନୀ ହୋଇ ନିଜ ଗୋଡରେ ନିଜେ ଠିଆ ହେବାକୁ ସାହସ ବାନ୍ଧିବେ । ପ୍ରତିକାର:- ଦରିଦ୍ର ନାରାୟଣଙ୍କୁ ଖାଦ୍ୟ ଦିଅନ୍ତୁ ।

ମକର:-

ବାଦ ବିବାଦ ପରୀକ୍ଷା, ପ୍ରତିଯୋଗିତା ଓ ମାଲିମକଦ୍ଦମାର ଅବସାନ ହେବ । ବ୍ୟବସାୟରେ ଲାଭ । ଶତୃ ପରାଜିତ ହେବେ । ଶାରିରୀକ ଅସୁସ୍ଥତା ଦୂରହେବ । କର୍ମ କ୍ଷେତ୍ରରେ ଉପରିସ୍ଥ କର୍ମଚାରୀ, ଗୁରୁ ଓ ଗୁରୁଜନମାନଙ୍କର ସହଯୋଗ ପାଇବେ । ନୂତନ କର୍ମ ନିଯୁକ୍ତିର ସୁଯୋଗ ପାଇବେ । ଉଚ୍ଚବିଦ୍ୟା ଅଧ୍ୟୟନ ପାଇଁ ବାହ୍ୟ ଦେଶକୁ ଯାତ୍ରା କରିବେ । ମାନସିକ ଶାନ୍ତି ଓ ଋଣଭାର ଲାଘବ ହେବ । ସାମାଜିକ ପ୍ରତିଷ୍ଠା ଓ ମାନ-ସମ୍ମାନ ବୃଦ୍ଧି ହେବ । ପ୍ରତିକାର: ଗୋଟାମୁଗ ଧର୍ମାନୁଷ୍ଠାନରେ ଦାନ କରନ୍ତୁ ।

କୁମ୍ଭ:-

ସ୍ୱାସ୍ଥ୍ୟ ଭଲ ରହିବ । ବ୍ୟବସାୟରେ ଉନ୍ନତି ଓ ଅଗ୍ରଗତିର ସୁଯୋଗ ପାଇବେ । କର୍ମ କ୍ଷେତ୍ରରେ ପ୍ରଶଂସିତ ହେବେ । ବିଭିନ୍ନ ବିଭାଗୀୟ ପରୀକ୍ଷା ଦେବାର ସୁଯୋଗ ପାଇବେ । ଶିକ୍ଷାକ୍ଷେତ୍ରରେ ହସ ଖୁସିରେ ସମୟ କଟାଇବେ । ପାରିବାରିକ କ୍ଷେତ୍ରରେ ମାନସିକ ଶାନ୍ତି ମିଳିବ । ମହିଳାମାନେ ପରିଶ୍ରମର ସୁଫଳ ଭୋଗ କରିବେ । ନୂତନ ଲୋକଙ୍କସହ ବନ୍ଧୁତ୍ୱ ସ୍ଥାପନ ହେବ । ପଡିରହିଥିବା କାର୍ଯ୍ୟକୁ ପୂର୍ଣ୍ଣକରିବାର ଦୃଢ଼ତା ଆସିବ । ପ୍ରତିକାର– ଘରୁ ବହାରରିବା ସମୟରେ ମୁହଁ ମିଠା କରି ବାହାରନ୍ତୁ ।

ମୀନ:-

କୌଣସି ବ୍ୟାଙ୍କରୁ ଋଣ ପାଇବା ଯୋଗ ଅଛି । ଅତ୍ୟଧିକ କାର୍ଯ୍ୟଚାପ ଯୋଗୁଁ ମନରେ ଅଶାନ୍ତି ଲାଗି ରହିବ । ଆର୍ଥିକ ଉନ୍ନତିରେ ବାଧା ଓ ଶାରିରୀକ ଅସୁସ୍ଥତା ଦେଖାଦେବ । ଶିକ୍ଷାର୍ଥୀମାନେ ସଂଘର୍ଷ କରିବାକୁ ବାଧ୍ୟ ହୋଇ ଉଚ୍ଚ ଶିକ୍ଷାସ୍ଵପ୍ନ ସାର୍ଥକ କରିବେ । ବ୍ୟବସାୟୀମାନେ ଅଶାନ୍ତିର ମୁହାଁମୂହିଁ ହୋଇ ଧନମାନ ଦିଗରୁ ସୁରକ୍ଷିତ ରହିବେ । ରାଜନୀତି କ୍ଷେତ୍ରରେ ବନ୍ଧୁମିଳନ ପାଇଁ ଦୂରଯାତ୍ରା କରିବେ । ପ୍ରତିକାର-କୌଣସି ଛୋଟ ଛୁଆକୁ ମିଠା ଖାଇବାକୁ ଦେବେ ।