ରାଶି ଅନୁସାରେ ଧନତେରସ ଦିନ ଏହି ଜିନିଷ ଆଣିଲେ, ଘରକୁ ଆସିଥାନ୍ତି ମା’ ଲକ୍ଷ୍ମୀ…Astrology

ବନ୍ଧୁଗଣ ଧନତେରସ ଧନର ବହୁତ ବଡ ପର୍ବ ହୋଇଥାଏ । ଏହି ଦିନ ପ୍ରଭୁ ଗଣେଶ ଓ ମା’ ଲକ୍ଷ୍ମୀଙ୍କର ପୂଜା ଅର୍ଚନା କରିବା ଦ୍ଵାରା ଘରେ ଆର୍ଥିକ ସ୍ଥିତି  ଭଲ ରହିଥାଏ । ଏହି ଦିନ ଯଦି ରାଶି ଅନୁସାରେ ଜିନିଷ କିଣିକି ଘରକୁ ଆଣିଥାନ୍ତି । ତେବେ ଏହାଦ୍ବାରା ଆପଣଙ୍କ ଘରର ଆର୍ଥିକ ସ୍ଥିତି ମଜଭୁତ ହୋଇଥାଏ । ତେବେ ଲୋକମାନେ ନିଜ ରାଶି ଅନୁସାରେ ଜିନିଷ କିଣିବା ଦ୍ଵାରା ସର୍ବଦା ମା ଲକ୍ଷ୍ମୀଙ୍କର କୃପାଦ୍ରୁଷ୍ଟିରେ ରହିଥାନ୍ତି । ତେବେ ଚାଲନ୍ତୁ ରାଶି ଅନୁସାରେ କେଉଁ କେଉଁ ସବୁ ଜିନିଷ ଧନତେରସରେ କିଣିବା ଶୁଭ ହୋଇଥାଏ ଆସନ୍ତୁ ଜାଣିବା ।

ମେଷ ରାଶି – ଏହି ରାଶିର ଲୋକ ମାନେ ସୁନା, ଚାନ୍ଦି କିମ୍ବା ତମ୍ବାର ଯେକୌଣସି ଜିନିଷ ଘରକୁ ଆଣନ୍ତୁ । ଧନତେରସ ଦିନ ଯଦି ମେଷ ରାଶିର ଲୋକମାନେ ଜମିବାଡି ଆଦି କିଣିଥାନ୍ତି । ତେବେ ତାଙ୍କ ଘରର ସୁଖ ସମୃଦ୍ଧି ବଢିଥାଏ ।

ବୃଷ ରାଶି – ଏହି ରାଶିର ଲୋକମାନେ ଘରକୁ ନୂତନ ଯାନବାହାନ, ଚାନ୍ଦି କିମ୍ବା ହୀରାରୁ ପ୍ରସ୍ତୁତ ଅଳଙ୍କାର କିଣିବା ଦ୍ଵାରା ଅତ୍ୟନ୍ତ ଶୁଭ ହୋଇଥାଏ ।

ମିଥୁନ ରାଶି – ଏହି ରାଶିର ଲୋକମାନେ ସୁନା, ରୂପା, ପିତ୍ତଳର କିମ୍ବା ଇଲୋକଟ୍ରୋନିକ ଜିନିଷ ମଧ୍ୟ କ୍ରୟ କରି ଘରକୁ ଆଣିବା ଦ୍ଵାରା ଘରର ମଙ୍ଗଳ ହୋଇଥାଏ ।

କର୍କଟ ରାଶି – ଏହି ରାଶିର ବ୍ୟକ୍ତିବିଶେଷ ମାନେ ଚାନ୍ଦିର ଠାକୁର ବାସନ ଓ ସୁନା କିଣିବା ଅତି ମଙ୍ଗଳ ହୋଇଥାଏ ।

ସିଂହ ରାଶି – ଏହି ରାଶିର ଲୋକମାନେ ତମ୍ବା କିମ୍ବା ସୁନା ଯେକୌଣସି ବସ୍ତୁ ଘରକୁ କ୍ରୟ କରି ଆଣିବା ଦ୍ଵାରା ବର୍ଷ ସାରା ମା’ ଲକ୍ଷ୍ମୀଙ୍କର ଆଶୀଷର ପାତ୍ର ଆପଣ ହୋଇପାରିବେ । ତମ୍ବାର ଠାକୁର ବାସନ କିଣିବା ଏହା ଆପଣଙ୍କ ମଙ୍ଗଳଦାୟୀ ହୋଇବ ।

କନ୍ୟା ରାଶି – ଏହି ରାଶିର ବ୍ୟକ୍ତିବିଶେଷ ସୁନା, ରୂପା, ମା’ ଲକ୍ଷ୍ମୀ ଓ ପ୍ରଭୁ ଗଣେଶଙ୍କର ମୂର୍ତ୍ତି ଓ ଶ୍ରୀ ଜନ୍ତ୍ର ଘରକୁ ନେଇ ଆସନ୍ତୁ । ଏହା କିଣିବା ଦ୍ଵାରା ଆପଣଙ୍କ ଘରେ ବର୍ଷ ସାରା ଧନ ସମ୍ବଦ୍ଧୀୟ ବିବାଦ ରହିନଥାଏ ।

ତୁଳା ରାଶି – ଏହି ରାଶିର ଲୋକ ମାନେ ଏହି ଧନତେରସର ପବିତ୍ର ଅବସରରେ ଘରକୁ ରୂପାର କୌଣସି ଜିନିଷ ମଧ୍ୟ ଘରକୁ ନେଇ ଆସନ୍ତୁ । ନିଶ୍ଚୟ ଆପଣଙ୍କର ଆର୍ଥିକ ସୁଧାର ଘଟିବ ।

ବିଛା ରାଶି – ଏହି ରାଶିର ଲୋକମାନେ ସୁନା, ରୂପା, ତମ୍ବା କିମ୍ବା ଅଷ୍ଟ ଧାତୁର କୌଣସି ଜିନିଷ ମଧ୍ୟ କିଣିପାରିବେ ।

ଧନୁ ରାଶି – ଏହି ରାଶିର ଲୋକ ମାନେ ସୁନା କିମ୍ବା ରୂପାରେ ତିଆରି କୌଣସି ଅଳଙ୍କାର ଘରକୁ ନେଇ ଆସନ୍ତୁ ।

ମକର ରାଶି – ଏହି ରାଶିର ଲୋକ ସୁନା, ରୂପା କିମ୍ବା ଅଷ୍ଟ ଧାତୁରେ ନିର୍ମିତ କୌଣସି ବସ୍ତୁ ଘରକୁ ଆଣନ୍ତୁ ।

କୁମ୍ଭ ରାଶି – ଏହି ରାଶିର ବ୍ୟକ୍ତି ବିଶେଷ ମଧ୍ୟ ସୁନା, ରୂପା କିମ୍ବା ଅଷ୍ଟ ଧାତୁର ବସ୍ତୁ କ୍ରୟ କରି ଘରକୁ ଆଣିବା ଉଚିତ ।

ମୀନ ରାଶି – ଏହି ରାଶିର ବ୍ୟକ୍ତିବିଶେଷ ନିହାତି ଭାବେ ସେହି ଦିନ ଘରକୁ ସୁନାର ଜିନିଷ କିଣିକି ଆଣନ୍ତୁ । ଯଦି ଏହା ସମ୍ଭବ ନୁହେଁ । ତେବେ ପିତ୍ତଳ ଓ ଶ୍ରୀ ଜନ୍ତ୍ର ଘରକୁ ନେଇ ଆସନ୍ତୁ ।

ବନ୍ଧୁଗଣ ଯଦି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍ ଓ ଶେୟାର କରିବା ସହ କମେଣ୍ଟରେ ଜୟ ମାତା ଲକ୍ଷ୍ମୀ ଲେଖିକି ଅବଶ୍ୟ ଜଣାନ୍ତୁ । ଧନ୍ୟବାଦ