Vastu Tips:- ରାଶି ଅନୁସାରେ ବାସଗୃହର ରଙ୍ଗ କଣ ହେବା ଦରକାର ? ବଢିଥାଏ ଧନ !

ଆମ ଜନ୍ମ ତିଥି ଆମ ଭାଗ୍ୟ ଉପରେ ଅନେକ ପ୍ରଭାବ ପକାଇଥାଏ । ଆମ ରାଶିରେ ଗ୍ରହଙ୍କ ଅବସ୍ଥାନରୁ ଆମ ଭାଗ୍ୟ ଏବଂ ଭବିଷ୍ୟତ ନିର୍ଦ୍ଧାରିତ କରି ହୁଏ । ସେଥିପାଇଁ ଅନେକ ଲୋକ ଜ୍ଯୋତିଷ ଶାସ୍ତ୍ର ଉପରେ ନିର୍ଭର କରିଥାନ୍ତି । କିଛି କାର୍ଯ୍ୟରେ ସଫଳତା ପାଇବାକୁ ହେଲେ କିମ୍ବା ଶୁଭଫଳ ପାଇବାକୁ ହେଲେ ଆମକୁ କିଛି ବିଶେଷ ବିଷୟ ପ୍ରତି ଧ୍ୟାନ ଦେବାକୁ ପଡିଥାଏ । ତେବେ ଆଜି ଆମେ ଆପଣଙ୍କୁ କହିବୁ କି ରାଶି ଅନୁସାରେ ଆପଣଙ୍କ ବାସଗୃହର ରଙ୍ଗ କିପରି ହେଲେ ଲାଭଦାୟକ ହୋଇଥାଏ ।

ମେଷ ରାଶିର ସ୍ଵାମୀ ଗ୍ରହ ହେଉଛନ୍ତି ମଙ୍ଗଳ । ତେଣୁ ଏହି ରାଶିର ଲୋକଙ୍କ ବାସଗୃହର ରଙ୍ଗ ନାଲି କିମ୍ବା ଗୋଲାପି ହେଲେ ଶୁଭ ହୋଇଥାଏ । ବୃଷ ରାଶିର ସ୍ଵାମୀ ଗ୍ରହ ସୁକର ହୋଇଥିବାରୁ ତାଙ୍କ ବାସଗୃହର ରଙ୍ଗ ଧଳା କିମ୍ବା ସୁନେଲି ହେଲେ ଶୁଭଦାୟକ ହୋଇଥାଏ । ମିଥୁନ ରାଶିଙ୍କ ସ୍ଵାମୀ ଗ୍ରହ ହେଉଛନ୍ତି ବୁଧ । ତେଣୁ ତାଙ୍କ ବାସଗୃହର ରଙ୍ଗ ସବୁଜ କିମ୍ବା ନୀଳ ହେଲେ ଶୁଭଦାୟକ ହୋଇଥାଏ । କର୍କଟ ରାଶିଙ୍କ ସ୍ଵାମୀ ଗ୍ରହ ହେଉଛନ୍ତି ଚନ୍ଦ୍ର । ତେଣୁ ଏହି ବ୍ୟକ୍ତିଙ୍କର ବାସଗୃହର ରଙ୍ଗ ଧଳା ବା ଦୁଧିଆ ହେବା ଶୁଭଦାୟକ ହୋଇଥାଏ ।

ସିଂହ ରାଶିର ସ୍ଵାମୀ ଗ୍ରହ ହେଉଛନ୍ତି ସୂର୍ଯ୍ୟଦେବ ଓ ଏହା ଏକ ଅଗ୍ନି ତତ୍ତ୍ଵର ରାଶି ଅଟେ । ତେଣୁ ଏମାନଙ୍କ ବାସଗୃହର ରଙ୍ଗ ସୁନେଲି କିମ୍ବା ନାଲି ହେଲେ ଶୁଭଦାୟକ । କନ୍ୟା ରାଶିର ସ୍ଵାମୀ ହେଉଛନ୍ତି ବୁଧ ଗ୍ରହ । ତେଣୁ ଏହି ରାଶିର ବ୍ୟକ୍ତି ମାନଙ୍କର ବାସଗୃହର ରଙ୍ଗ ଆକାଶିଆ ବା ସବୁଜ ହେଲେ ଶୁଭଦାୟକ ହୋଇଥାଏ ।

ବାୟୁ ତତ୍ତ୍ଵ ପ୍ରଧାନ ତୁଳା ରାଶିର ସ୍ଵାମୀ ହେଉଛନ୍ତି ଶୁକ୍ର । ତେଣୁ ଏହି ରାଶିର ଲୋକଙ୍କ ବାସଗୃହ ଧୂସର କିମ୍ବା ନୀଳ ହେଲେ ଶୁଭଦାୟକ ହୋଇଥାଏ । ବିଛା ରାଶି ଲୋକଙ୍କ ସ୍ଵାମୀ ଗ୍ରହ ମଧ୍ୟ ମଙ୍ଗଳ ଅଟନ୍ତି । ତେଣୁ ଏହି ରାଶିର ଲୋକମାନଙ୍କ ବାସଗୃହର ରଙ୍ଗ ନାଲି ଏବଂ ଗୋଲାପି ହେଲେ ଶୁଭଦାୟକ ହୋଇଥାଏ । ଧନୁ ରାଶିର ସ୍ଵାମୀ ଗ୍ରହ ହେଉଛନ୍ତି ବୃହସ୍ପତି । ତେଣୁ ଏହି ରାଶିର ଲୋକଙ୍କ ବାସଗୃହର ରଙ୍ଗ ହଳଦିଆ ବା ଗୋଲ୍ଡେନ ରଙ୍ଗ ହେଲେ ଶୁଭଦାୟକ ହୋଇଥାଏ ।

ମକର ରାଶି ଲୋକଙ୍କ ସ୍ଵାମୀ ଗ୍ରହ ହେଉଛନ୍ତି ଶନି ଗ୍ରହ । ତେଣୁ ଏହି ରାଶିର ଲୋକଙ୍କ ବାସଗୃହର ରଙ୍ଗ ଆକାଶିଆ କିମ୍ବା ନୀଳ ହେଲେ ଶୁଭଦାୟକ । ସେହିପରି କୁମ୍ଭ ରାଶିର ସ୍ଵାମୀ ଗ୍ରହ ମଧ୍ୟ ଶନି ଅଟନ୍ତି । ତେଣୁ ଏହି ରାଶିର ଲୋକଙ୍କ ବାସଗୃହର ରଙ୍ଗ ଗାଢ ନୀଳ ରଙ୍ଗ ହେଲେ ଶୁଭଦାୟକ ହୋଇଥାଏ ।

ମୀନ ରାଶି ଲୋକଙ୍କ ସ୍ଵାମୀ ଗ୍ରହ ହେଉଛନ୍ତି ଦେବଗୁରୁ ବୃହସ୍ପତି । ତେଣୁ ଏମାନଙ୍କ ବାସଗୃହର ରଙ୍ଗ ଧଳା କିମ୍ବା ହଳଦିଆ ହେବା ଅତ୍ୟନ୍ତ ଶୁଭଦାୟକ ହୋଇଥାଏ । ରାଶି ଅନୁସାରେ ବ୍ୟକ୍ତିଙ୍କ ବାସଗୃହର ରଙ୍ଗ ସଠିକ ଥିଲେ ଏହା ତାଙ୍କୁ ଶୁଭଫଳ ପ୍ରଦାନ କରିଥାଏ ଓ ଅନିଷ୍ଟ ଖଣ୍ଡନ କରିବାରେ ମଧ୍ୟ ସହାୟକ ହୋଇଥାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।