ରାଶି ଅନୁଯାୟୀ କେଉଁ ବାରରେ ବିବାହ କଲେ ମିଳିଥାଏ ଶୁଭଫଳ ? ନଚେତ ଭୋଗିବାକୁ ପଡିଥାଏ ବିପରୀତ ପରିଣାମ (Astrology)

ଜ୍ଯୋତିଷ ଅନୁସାରେ ପ୍ରତ୍ଯେକ ରାଶିଙ୍କର ଏକ ଶୁଭବାର ରହିଥାଏ । ତେବେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛି କି କେଉଁ ରାଶିର ବ୍ୟକ୍ତି କେଉଁ ବାରରେ ବିବାହ କରିବା ଶୁଭ ହୋଇଥାଏ । ଆଉ ଯେଉଁମାନେ ନିଜ ରାଶି ଜାଣି ନାହାନ୍ତି ସେମାନେ ସୋମବାର, ବୁଧବାର କିମ୍ବା ଶୁକ୍ରବାର ଏହି ତିନୋଟି ଦିନରେ ବିବାହ କରିବା ସର୍ବଶ୍ରେଷ୍ଠ ହୋଇଥାଏ । ନିଜ ରାଶି ଜାଣିଥିଲେ ନିଜ ରାଶି ଅନୁସାରେ କେଉଁ ଦିନରେ ବିବାହ କରିବେ ତଳେ ଦେଖନ୍ତୁ ।

ମେଷ ରାଶି- ଏହି ରାଶିର ଲୋକେ ମଙ୍ଗଳବାରରେ ବିବାହ କରିବା ଶୁଭ ହୋଇଥାଏ । ଏହାଦ୍ବାରା ସେମାନଙ୍କର ସର୍ବାଙ୍ଗୀନ ଉନ୍ନତି ହେବା ସହ ସେମାନେ ପ୍ରତ୍ଯେକ କ୍ଷେତ୍ରରେ ଲାଭଦାୟକ ହୋଇଥାନ୍ତି ।

ବୃଷ ରାଶି- ଏମାନେ ଶୁକ୍ରବାର ଦିନ ବିବାହ କଲେ ସେମାନଙ୍କ ବୈବାହିକ ଜୀବନ ସୁଖମୟ ଓ ମଧୁମୟ ହୋଇଥାଏ ଏବଂ ସେମାନେ ପ୍ରତ୍ଯେକ କ୍ଷେତ୍ରରେ ଶୁଭଫଳ ପ୍ରାପ୍ତି କରନ୍ତି ।

ମିଥୁନ ରାଶି- ଏହି ରାଶିର ଲୋକେ ବୁଧବାର ଦିନ ବିବାହ କଲେ ସୁଖୀ ହୋଇଥାନ୍ତି ଓ ଉତ୍ତମ ଦାମ୍ପତ୍ୟ ଜୀବନ ସହ ପ୍ରତ୍ଯେକ କ୍ଷେତ୍ରରେ ସଫଳ ହୁଅନ୍ତି ।

କର୍କଟ ରାଶି- ଏମାନେ ସୋମବାର ଦିନ ବିବାହ କଲେ ସେମାନଙ୍କୁ ପାରିବାରିକ ସୁଖଶାନ୍ତି ନିଶ୍ଚୟ ମିଳିଥାଏ ଏବଂ ପରିବାରରେ କେବେବି ଅଶାନ୍ତି ଲାଗେ ନାହିଁ ।

ସିଂହ ରାଶି- ଏମାନେ ରବିବାର ଦିନ ବିବାହ କଲେ ସେମାନଙ୍କୁ ସୁସନ୍ତାନ ଲାଭ ହୁଏ ଏବଂ ପରିବାରରେ ସବୁବେଳେ ସୁଖଶାନ୍ତି ଲାଗି ରୁହେ ।

କନ୍ୟା ରାଶି- ଏହି ରାଶିର ବ୍ୟକ୍ତିବିଶେଷ ଯଦି ବୁଧବାର ଦିନ ବିବାହ କରନ୍ତି ତେବେ ସେମାନଙ୍କ ଦାମ୍ପତ୍ୟ ଜୀବନ ଖୁସିରେ ବିତିଥାଏ ଓ ପରିବାରରେ ସୁଖଶାନ୍ତି ଲାଗି ରହିଥାଏ ।

ତୁଳା ରାଶି- ଏହି ରାଶିର ବ୍ୟକ୍ତିବିଶେଷ ଯଦି ଶୁକ୍ରବାର ଦିନ ବିବାହ କରିଥାନ୍ତି ତେବେ ସେମାନଙ୍କ ସୌଭାଗ୍ୟରେ ବୃଦ୍ଧି ଘଟିଥାଏ ଏବଂ ପାରିବାରିକ ଜୀବନ ସୁଖମୟ ହେବା ସହ ଦାମ୍ପତ୍ୟ ଜୀବନରେ ମଧ୍ୟ ବହୁତ ସୁଖ ପ୍ରାପ୍ତି କରିଥାନ୍ତି ।

ବିଛା ରାଶି- ବିଛା ରାଶିର ବ୍ୟକ୍ତିବିଶେଷ ଯଦି ମଙ୍ଗଳବାରରେ ବିବାହ କରନ୍ତି ତେବେ ଆତ୍ମ ସନ୍ତୋଷ ଲାଭ କରନ୍ତି ଏବଂ ପାରିବାରିକ, ବୈବାହିକ ଓ ଦାମ୍ପତ୍ୟ ଜୀବନ ବେଶ ସୁଖଦାୟକ ହୋଇଥାଏ ।

ଧନୁ ରାଶି- ଏହି ରାଶିର ବ୍ୟକ୍ତିବିଶେଷ ଯଦି ଗୁରୁବାରରେ ବିବାହ କରନ୍ତି ତେବେ ସର୍ବ ମଙ୍ଗଳ ହୁଏ ଓ ସବୁ କାର୍ଯ୍ୟରେ ଉନ୍ନତି ପ୍ରାପ୍ତ ହୁଏ । ଏହାସହ ବୈବାହିକ ଓ ପାରିବାରିକ ଜୀବନ ବି ସୁଖପ୍ରଦ ହୋଇଥାଏ ।

ମକର ରାଶି- ଏହି ରାଶିର ବ୍ୟକ୍ତିବିଶେଷ ଯଦି ଶନିବାରରେ ବିବାହ କରନ୍ତି ତେବେ ସର୍ବ ସୁଖ ଲାଭ କରନ୍ତି ଓ ବିବାହ ପରେ ସେମାନଙ୍କ ଜୀବନରେ ସୁଖ ଏବଂ ସମୃଦ୍ଧି ବୃଦ୍ଧି ପାଇଥାଏ ।

କୁମ୍ଭ ରାଶି- ଏହି ରାଶିର ବ୍ୟକ୍ତିମାନେ ଯଦି ଶନିବାରରେ ବିବାହ କରନ୍ତି ତେବେ ସେମାନଙ୍କ ବିବାହ ପରେ ଉନ୍ନତି ପରିଲକ୍ଷିତ ହୋଇଥାଏ ଓ ସେମାନେ ପ୍ରତ୍ଯେକଟି କ୍ଷେତ୍ରରେ ଜୟଯୁକ୍ତ ମଧ୍ୟ ହୋଇଥାନ୍ତି ।

ମୀନ ରାଶି- ମୀନ ରାଶିର ବ୍ୟକ୍ତିବିଶେଷ ଯଦି ଗୁରୁବାରରେ ବିବାହ କରିଥାନ୍ତି ତେବେ ପ୍ରତ୍ଯେକଟି କ୍ଷେତ୍ରରେ ସର୍ବ ସିଦ୍ଧି ଲାଭ କରିଥାନ୍ତି ଓ ବୈବାହିକ ଜୀବନରେ ସୁଖରେ କାଟିଥାନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।