“Rani Panda ଖୁବ ଭଲ ସ୍ତ୍ରୀ ଓ ବୋହୂ ହୋଇପାରିବେ”, ଖୁଲମଖୁଲା ବିବାହ ପ୍ରସ୍ତାବ ପାଇବା ପରେ ଏନେଇ ଶେଷରେ ମୁହଁ ଖୋଲିଲେ Anubhav Mohanty, ଦେଖନ୍ତୁ Video

ବିବାଦୀୟ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା ଅନୁଭବ ମହାନ୍ତିଙ୍କୁ ବାହା ହେବା ପାଇଁ ମନ ବଳାଇଥିବା କଥା କାହାକୁ ଅଛପା ନାହିଁ । କାରଣ ସେ ନିଜେ ଏନେଇ ସର୍ବ ସମୁଖରେ କହି ସାରିଛନ୍ତି । ଏଭଳି ଖବର ସାମ୍ନାକୁ ଆସିବା ପରେ ଏବେ ସୁପରଷ୍ଟାର ଅନୁଭବ ମହାନ୍ତି ନିଜେ ଏନେଇ ମୁହଁ ଖୋଲିଛନ୍ତି । ରାଣୀ ପଣ୍ଡାଙ୍କ ବିବାହ ପ୍ରସ୍ତାବ ନେଇ ଏକ ଭିଡିଓ ମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି ଅନୁଭବ । ଅନୁଭବ କହିଛନ୍ତି କି, ରାଣୀଙ୍କ ହୃଦୟ ଖୁବ ଭଲ ।

ସେ ସମାଜ ସେବାରେ ଖୁବ ଆନନ୍ଦ ପାଆନ୍ତି ଓ ଆମ ସମାଜର ଜଣେ ସେବକ । ସେ ନିଜ ପାରିଶ୍ରମିକ ଅନ୍ୟକୁ ଦେଇ ଖୁବ ଖୁସି ପାଆନ୍ତି । ସେ ନାରୀ ନେତ୍ରୀ ନେହେଲେ ବି ନିଜେ ନେତୃତ୍ଵ ନିଅନ୍ତି । ସେଥିପାଇଁ ମୋର ବିଶ୍ବାସ ଯେ, ରାଣୀଙ୍କ ପାଖେ ଜଣେ ଭଲ ପତ୍ନୀ ଏବଂ ଭଲ ବୋହୂ ହେବାର କ୍ଷମତା ରହିଛି । ଅନୁଭବଙ୍କୁ ବିବାହ କରିବେ ବୋଲି ରାଣୀ ପଣ୍ଡା ଖୁଲମାଖୁଲା କହିବା ପରେ ଅନୁଭବ ପ୍ରଥମ ଥର ପାଇଁ ଏନେଇ ପ୍ରତିକ୍ରିୟା ରଖିଛନ୍ତି ।

ଅନୁଭବ ଆହୁରି ମଧ୍ୟ କହିଛନ୍ତି କି, ରାଣୀ ପଣ୍ଡାଙ୍କୁ ମୁଁ ବହୁତ ସମ୍ମାନ କରେ । ଯଦିଓ ବ୍ୟକ୍ତିଗତ ଭାବେ ତାଙ୍କ ସହ ମିଶିବ ପାଇଁ ସେତେ ସୁଯୋଗ ପାଇନାହିଁ, ଯେତିକି ତାଙ୍କ ବିଷୟରେ ଶୁଣିଛି ବା ଜାଣିଛି ସେ ସମାଜସେବା କରିବାକୁ ବହୁତ ଭଲ ପାଆନ୍ତି । ଯାହା ସେ ରୋଜଗାର କରନ୍ତି ପ୍ରାୟ ସବୁକିଛି ଦାନ କରିଦିଅନ୍ତି ।

କେବଳ ଏତିକି ନୁହେଁ ବରଂ ତାଙ୍କୁ ଟିକିଏ ସମୟ ମିଳିଲେ ସେ ରାଣୀ ପଣ୍ଡାଙ୍କୁ ନିଶ୍ଚୟ ଦେଖା କରିବେ ବୋଲି କହିଛନ୍ତି । ତେବେ ଏସବୁ ମଧ୍ୟରେ ରାଣୀ ପଣ୍ଡାଙ୍କୁ ଗୋଟି ଗୋଟି କରି ଅନୁଭବ ପଢି ସାରିଲେନି । ରାଣୀଙ୍କ ଭିତରେ ଥିବା ଦକ୍ଷତା ଓ ସେବା ମନୋବୃତ୍ତିକୁ ବେଶ ପ୍ରଶଂସା କରିଛନ୍ତି ସାଂସଦ ଅନୁଭବ ମହାନ୍ତି ।

କାରଣ ସେବା କରିବା ପାଇଁ କୌଣସି ପଦ ପଦବୀର ଆବଶ୍ୟକତା ନଥାଏ ବରଂ କେବଳ ସୁନ୍ଦର ମନୋଭାବର ଆବଶ୍ୟକ ଥାଏ । ବିଭିନ୍ନ କଥା କହି ବିବାଦରେ ଛନ୍ଦି ହୋଇ ଯାଉଥିଲେ ମଧ୍ୟ ରାଣୀଙ୍କ ହୃଦୟ ଖୁବ ସଫା ବୋଲି ସମସ୍ତେ ଜାଣନ୍ତି । ତେବେ ଏନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।