ଯେବେ ମା’ ଙ୍କ କଥା କହି ଭୋ ଭୋ ହୋଇ କାନ୍ଦିଥିଲେ PM Modi, ଆପଣ ବି ଦେଖିଲେ ଭାବବିହ୍ଵଳ ହୋଇଯିବେ, ଦେଖନ୍ତୁ video

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂଘର୍ଷ କାହାଣୀ ସମସ୍ତଙ୍କୁ ବେଶ ଭଲ ଭାବେ ଜଣା । ସେ ତାଙ୍କ ମା’ଙ୍କୁ ଖୁବ ସ୍ନେହ ଓ ସମ୍ମାନ କରନ୍ତି । ତେବେ ଆଜି ପଞ୍ଚଭୂତରେ ଲୀନ ହୋଇ ଯାଇଛନ୍ତି ମୋଦୀଜୀଙ୍କ ମା’ ହୀରାବେନ । ଗତ କିଛି ମାସ ତଳେ ମା’ଙ୍କ ସହ ତାଙ୍କର 100ତମ ଜନ୍ମଦିନ ପାଳନ କରିଥିଲେ ମୋଦୀ । ତେବେ 100 ବର୍ଷ ବୟସରେ ଆରପାରିକୁ ଚାଲି ଯାଇଛନ୍ତି ହୀରାବେନ । ପ୍ରଧାନମନ୍ତ୍ରୀଙ୍କ ମା ହେଲେ ମଧ୍ୟ ସେ ଖୁବ ସରଳ ଜୀବନ କାଟୁଥିଲେ, ଯାହା ସମସ୍ତଙ୍କୁ ବେଶ ସ୍ପର୍ଶ କରେ ।

ମୋଦୀ ରାଜନୀତିରେ ଆସିବା ଆଗରୁ ଚାହା ବିକ୍ରି କରୁଥିଲେ ବୋଲି ସମସ୍ତେ ଜାଣିଛନ୍ତି । ହେଲେ ତାଙ୍କୁ ମଣିଷ କରିବା ପାଇଁ ତାଙ୍କ ମା’ କେତେ ସଂଘର୍ଷ କରିଛନ୍ତି ତାହା ମୋଦୀ ନିଜେ ଏକ କନ୍ଫରେନ୍ସରେ ଜଣାଇଥିଲେ । ମୋଦୀ କହିଥିଲେ କି, ତାଙ୍କ ବାପା ଖୁବ କମ୍ ବୟସରୁ ଛାଡି ଚାଲି ଯାଇଥିଲେ । ଆଉ ତାଙ୍କୁ ମଣିଷ କରିବା ପାଇଁ ତାଙ୍କ ମା’ ପର ଘରେ ବାସନ ମାଜୁଥିଲେ, ପାଣି ଆଣି ଦେଉଥିଲେ । ଏପରିକି ମଜଦୁରି କାମ ମଧ୍ୟ ତାଙ୍କ ମା’ କରିଛନ୍ତି ।

ମୋଦୀ ଏସବୁ କହିବା ବେଳେ ଏକଦମ ଭାବବିହ୍ଵଳ ହୋଇ ଯାଉଥିଲେ । ମୋଦୀଙ୍କ ମା’ ହୀରାବେନ ପରଲୋକ ଗମନ କରିବା ପରେ ଏବେ ତାଙ୍କୁ ନେଇ ଅନେକ ଆଲୋଚନା ଜାରି ରହିଛି । ଏହି ସମୟରେ ମୋଦୀ ନିଜ ମା’ଙ୍କ ସଂଘର୍ଷ କାହାଣୀ ବୟାନ କରିଥିବାର ଭିଡିଓଟି ଭାଇରାଲ ହେଉଛି ।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି କି, ଜଣେ ମା’ ତା’ ପିଲାଙ୍କ ପେଟରେ ଦାନା ଦେବାକୁ ଓ ସେମାନଙ୍କୁ ମଣିଷ କରିବାକୁ ଖୁବ ସଂଘର୍ଷ କରେ । ଆଉ ଆପଣ କଳ୍ପନା କରି ପାରୁଥିବେ ସେହି ସମୟରେ ମୋ ମା’ କିଭଳି ସଂଘର୍ଷ କରିଥିଲେ । ଏତିକି କହି ମୋଦୀ କାନ୍ଦି ପକାଇଥିଲେ । ମୋଦୀଙ୍କ ମା’ ନିଜ ଜୀବନର ଶେଷ ସମୟ ଯାଏଁ ସରଳ ଜୀବନଯାପନ କରୁଥିଲେ ଓ ମୋଦୀ ମଧ୍ୟ ମା’ ଙ୍କୁ ବହୁତ ଭଲ ପାଆନ୍ତି । ସମୟ ପାଇବା ମାତ୍ରେ ମା’ଙ୍କ ସହ ସମୟ ବିତାଇବାକୁ ଯାଆନ୍ତି ।

ତାଙ୍କର ଏଭଳି ଦୁଃଖଦ ସମୟରେ ଭଗବାନ ତାଙ୍କୁ ଧୈର୍ଯ୍ୟ ଓ ଆଶ୍ଵାସନା ଦିଅନ୍ତୁ ଏବଂ ହୀରାବେନଙ୍କ ଅମର ଆତ୍ମାକୁ ଶାନ୍ତି ଓ ସଦଗତି ପ୍ରଦାନ କରନ୍ତୁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।