ବିବାହ ଋତୁ ଆରମ୍ଭ ହେଉ ହେଉ ଅନେକ ଓଡିଆ କଳାକାର ମାନେ ବିବାହ ପାଇଁ ଧାଡି ବାନ୍ଧି ସାରିଲେଣି । ଇତିମଧ୍ୟରେ ଓଡିଆ ହାସ୍ୟ ଅଭିନେତା ରାଜୁ ଦାସ ହାତକୁ ଦି’ ହାତ ହୋଇଛନ୍ତି । ରାଜୁଙ୍କ ବାହାଘରର ଗୋଟି ଗୋଟି ଖବର ଗଣମାଧ୍ୟମରେ ଦେଖିବାକୁ ମିଳିଥିବା ବେଳେ ରାଜୁଙ୍କ ରିସେପ୍ସନ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଯାତ୍ରା ଦୁନିଆର ଲୋକପ୍ରିୟ ତଥା ବିବାଦୀୟ ନାୟିକା ରାନୀ ପଣ୍ଡାଙ୍କୁ ରାଜୁ ଦାସଙ୍କ ରିସେପ୍ସନରେ ଯୋଗ ଦେବାର ଦେଖିବାକୁ ମିଳିଥିଲା । ଏହି ସମୟରେ ରାନୀ ଗଣମାଧ୍ୟମ ସାକ୍ଷାତକାର ଦେଇଥିଲେ ।
ରାଜୁ ଓ ତାଙ୍କ ନବ ବିବାହିତା ପତ୍ନୀ ସୋନାଲିଙ୍କ ମଧ୍ୟରେ ଠିଆ ହୋଇ ନବଦମ୍ପତିଙ୍କୁ ଅନେକ ଭଲ ଭଲ ଉପଦେଶ ଦେଇଥିଲେ ରାନୀ । ତେବେ ରାନୀ ପଣ୍ଡା କହିଛନ୍ତି ଯେ, ସେ ବହୁତ କମ୍ ବିବାହ ଉତ୍ସବ ମାନଙ୍କରେ ଯୋଗ ଦିଅନ୍ତି । ରାଜୁ ତାଙ୍କ ସାନ ଭାଇ ପରି ତେଣୁ ତାଙ୍କ ବିବାହ ଉତ୍ସବରେ ଯୋଗ ଦେବାକୁ ସେ ଉଚିତ ମଣିଲେ । ତାଙ୍କର ଯାତ୍ରା କାର୍ଯ୍ୟକ୍ରମ ରହିଥିଲେ ସୁଦ୍ଧା ସେ ପ୍ରଥମେ ରାଜୁଙ୍କ ରିସେପ୍ସନରେ ଯୋଗ ଦେଇ ତା’ପରେ ଯାତ୍ରାକୁ ଯିବାକୁ ଇଚ୍ଛା କଲେ ।
ତେବେ ରାନୀ ବେଶ ମଜାରେ କହିଥିଲେ କି, ମଟନ ହେଇଥିବ କାଳେ ସେଇଆ ଭାବି ଚାଲି ଆସିଲି । ଟିକେ ଉଡେଇ ଦେଇଯିବି । ତେବେ ରାଜୁଙ୍କ ପତ୍ନୀ ତାଙ୍କୁ କେମିତି ଲାଗିଲେ ବୋଲି ଗଣମାଧ୍ୟମ ପ୍ରତିନିଧି ପଚାରିଥିଲେ । ଏହାର ଉତ୍ତରରେ ରାନୀ ପଣ୍ଡା କହିଥିଲେ, ମୁଁ କେମିତି ଜାଣିବି ସେ କିଭଳି ବୋଲି । ଯିଏ ତାଙ୍କ ହାତ ଧରି ପତ୍ନୀ କରି ଆଣିଛି ସେ ହିଁ କେବଳ କହିପାରିବେ ସେ କେମିତି ।
ଉଭୟ ଜୀବନଯାତ୍ରାରେ ହାତ ଧରାଧରି ହୋଇଛନ୍ତି ତେଣୁ ସେମାନେ ପରସ୍ପରକୁ ଭଲ ଲାଗିବା ଦରକାର । ଏହା ଭିତରେ ରାଜୁ ନିଜ ପତ୍ନୀଙ୍କ ବିଷୟରେ କହିଥିଲେ କି, ସବୁ ଗୁଣରେ ପରିପୂର୍ଣ୍ଣ ଆଉ ସେ ବହୁତ ଭଲ । ତେବେ ରାନୀ ସେମାନଙ୍କୁ ଉପଦେଶ ଦେଇ କହିଥିଲେ, ଗୋଟିଏ ନାରୀ ଯେତେବେଳେ ବାହା ହୋଇ ଶାଶୁଘରକୁ ଆସେ , ସ୍ଵାମୀତ ଦୁଃଖ ସୁଖକୁ ଆଦରି ଓ ସ୍ଵାମୀର ପରିବାରକୁ ନିଜ ପରିବାର ବୋଲି ଭାବି ସମସ୍ତଙ୍କୁ ଖୁସି ବାଣ୍ଟିବା ଉଚିତ ।
ସ୍ବାମୀର ଯେତିକି ଅଛି ସେତିକିରେ ସନ୍ତୁଷ୍ଟ ହେବା ଉଚିତ । ସ୍ତ୍ରୀ ଯେମିତି ସ୍ଵାମୀକୁ ବୁଝି ସେବା କରିବା ଉଚିତ ସ୍ଵାମୀ ମଧ୍ୟ ସ୍ତ୍ରୀର ସେବା କରିବା ଆବଶ୍ୟକ । ତେବେ ରାନୀ ମଟନ ପ୍ରିୟ ହୋଇଥିବାରୁ ମଟନ ଖାଇ ଯିବେ ବୋଲି କହିଥିଲେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।