ୟୁକ୍ରେନ ନେଉଛି ବଦଲା ! ଋଷର ସହର ଉପରେ ଏତେ ଭୟଙ୍କର ଆକ୍ରମଣ କଲା କି ଏବେ ଭୟରେ ଋଷ, Video ଦେଖିଲେ ଛାତି ଥରି ଉଠିବ…

ଋଷିଆର ସହରରେ ପଶି ଆକ୍ରମଣ କଲା ୟୁକ୍ରେନ । ଯୁଦ୍ଧର ୩୭ଦିନ ପରେ ଋଷକୁ ସବକ୍ ଶିଖାଇବାକୁ ଅଣ୍ଟା ଭିଡିଛି ୟୁକ୍ରେନ । ମିଳିଥିବା ସୂଚନା ଅନୁସାରେ ୟୁକ୍ରେନର ହେଲିକପ୍ଟର ଗୁଡିକ ଋଷର ସହର ବେଲଗୋଡର ଉପରେ ଆକ୍ରମଣ କରିଥିବା ଖୋଦ ମସ୍କୋ କହିଛି । ଆଉ ମସ୍କୋର ଏହି ମନ୍ତବ୍ୟ ପରେ ବେଶ ଚର୍ଚ୍ଚା ଚାଲିଛି । କାରଣ ୟୁକ୍ରେନ ଉପରେ ଯେମିତି ଭାବେ ଦମନଲୀଳା ରଚାଇଥିଲା ଋଷ ତାହାକୁ ପୁରା ବିଶ୍ଵ ଦେଖୁଥିଲା । ହେଲେ ଏବେ ପ୍ରତିଶୋଧର ନିଆଁରେ ଜଳି ଜଳି ଆକ୍ରମଣାତ୍ମକ ହୋଇଛି ୟୁକ୍ରେନ ।

ନିଜ ଉପରେ ହୋଇଥିବା ଆକ୍ରମଣର ପ୍ରତିଶୋଧ ନେବା ପାଇଁ ସିଧାସଳଖ ଋଷକୁ ଟାର୍ଗେଟ କରିଛି । ୟୁକ୍ରେନର ଲଢୁଆ ହେଲିକପ୍ଟର ଋଷର ଏକ ଏୟାରପୋର୍ଟ ଉପରେ ଆକ୍ରମଣ କରିବା ସହ ତୈଳ ଡିପୋ ଉପରେ ବୋମାମାଡ କରିଛନ୍ତି । ଏହା ଫଳରେ ଏୟାରପୋର୍ଟ ନିକଟରେ ଥିବା ତୈଳ ଡିପୋରେ ଭୟଙ୍କର ନିଆଁ ଲାଗିଛି । ଏହି ଆକ୍ରମଣ କେତେ ଭୟଙ୍କର ଥିଲା ସେନେଇ ଋଷ ମିଲିଟାରୀ ପକ୍ଷରୁ ଫଟୋ ଏବଂ ଭିଡିଓ ମଧ୍ୟ ଜାରି କରାଯାଇଛି ।

ଏହି ଭିଡିଓରେ ଆକ୍ରମଣ ପରେ ଉକ୍ତ ତୈଳ ଡିପୋରେ ପ୍ରବଳ ବେଗରେ ନିଆଁ ଯାଉଥିବାର ଦେଖିବାକୁ ମିଳିଛି । ଋଷ ଗଣମାଧ୍ୟମ ତରଫରୁ ସୂଚନା ଦିଆଯାଇଛି କି, ୟୁକ୍ରେନ ହେଲିକପ୍ଟରରୁ ଅଳ୍ପ ଉଚ୍ଚତାରୁ ତୈଳ ଡିପୋ ଓ ଏୟାରପୋର୍ଟକୁ ମିଶାଇଲ ନିକ୍ଷେପ କରା ଯାଇଥିଲା । ଏହାଫଳରେ ତୈଳ ଡିପୋରେ ବଡ ଧରଣର ଦୁର୍ଘଟଣା ଘଟିଥିଲା । ତେବେ ଏହି ଆକ୍ରମଣରେ ଏୟାରପୋର୍ଟର ବିଶେଷ କ୍ଷତି ହୋଇ ନଥିବା ଋଷ ପକ୍ଷରୁ କୁହାଯାଇଛି ।

ସେପଟେ ଋଷିଆ ଓ ୟୁକ୍ରେନ ଯୁଦ୍ଧ ୩୭ ଦିନରେ ପହଞ୍ଚିଥିବା ବେଳେ ଏବେ ପର୍ଯ୍ୟନ୍ତ ମଧ୍ୟ ସମାଧାନର କୌଣସି ବାଟ ବାହାରି ପାରିନାହିଁ । ସେଥିପାଇଁ ସମାଧାନ ଲାଗି ଏବେ ଋଷିଆ ଭାରତର ମଧ୍ୟସ୍ଥତା ଚାହୁଁଛି । ଋଷ ବୈଦେଶିକ ମନ୍ତ୍ରୀ ସରଗେଇ ଲାଭାରୋଭ ଭାରତର ସ୍ଵତନ୍ତ୍ର ବୈଦେଶିକ ନୀତିର ପ୍ରଶଂସା କରିଛନ୍ତି । ଋଷ ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ ଯଦି ଋଷ ଠାରୁ ଭାରତ କିଛି କିଣିବାକୁ ଚାହୁଁଛି ତା ହେଲେ ଏହି ସମ୍ପର୍କରେ ଆଲୋଚନା କରିବା ଲାଗି ଆମେ ପ୍ରସ୍ତୁତ ଅଛୁ ।

ୟୁକ୍ରେନ ପ୍ରସଙ୍ଗରେ ଭାରତର ମଧ୍ୟସ୍ଥତା ପ୍ରଶ୍ନ ଉପରେ ସେ ଏକ ସକରାତ୍ମକ ଆଭିମୁଖ୍ଯ ଦେଖାଇଛନ୍ତି । ତେବେ ଏହି ଯୁଦ୍ଧ କେବେ ଶେଷ ହେବ ଓ କିପରି ଶେଷ ହେବ ଏହା ଉପରେ ଏବେ ସାରା ବିଶ୍ବରେ ନଜର ରହିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।