ରମିଜ ରାଜା ପଚାରିଲେ – କୋହଲିଙ୍କ ବିଶ୍ଵରେକର୍ଡ ଭାଙ୍ଗି କେମିତି ଲାଗୁଛି, ବାବର ଦେଲେ ଏଇ ଜବାବ୍..

ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି ପୃଥିବୀ ସାରା ବହୁତ ରେକର୍ଡ ତିଆରି ହୋଇଥାଏ ଏବଂ ଭାଙ୍ଗି ବି ମଧ୍ୟ ଥାଏ ।ଏବେ କିଛି ଦିନ ପୂର୍ବେ ପାକିସ୍ତାନ ଏବଂ ଅଷ୍ଟ୍ରେଲିୟା ମଧ୍ୟରେ ହୋଇଥିବା T20 ମ୍ୟାଚ ରେ ପାକିସ୍ତାନ ଟିମ ଅଷ୍ଟ୍ରେଲିୟା କୁ ୩.୧ ରେ ହରାଇଥିଲେ । ପାକିସ୍ତାନ ଟିମ ଏବେ ଭଲ ଫର୍ମ ରେ ଚାଲୁଛନ୍ତି ଏବଂ New Zealand ଙ୍କୁ ବି ୩ ମ୍ୟାଚ ବିଶିଷ୍ଟ T20 ସିରିଜ ରେ ୩-୦ ରେ ବିଜୟ ହାସଲ କରିଥିଲେ ।

ଏହି T20 ମ୍ୟାଚ ରେ ପାକିସ୍ତାନ ଟିମ ତିନୋଟି ମ୍ୟାଚ ର ଶେଷ ମ୍ୟାଚ ରେ ଟସ ଜିତି ପ୍ରଥମେ ବ୍ୟାଟିଂ ନେଇ ନିର୍ଧାରିତ ୨୦ ଓଭର ରେ ଖେଳି ୧୬୬/୩ ରନ କରିଥିଲେ । ଏହା ମଧ୍ୟରେ ଓପନର ବ୍ୟାଟ୍ସମ୍ୟାନ ବାବର ଆଜାମ ୫୮ ବଲରେ ୭୯ ରନ କରିଥଲେ ଏବଂ ସେ ଏହା ଭିତରେ ୨ ଟି ଛକା ଏବଂ ୭ ଟି ଚଉକା ମାରିଥିଲେ । ପୂର୍ବରୁ ଭାରତୀୟ ଅଧିନାୟକ ବିରାଟ କୋହଲୀ ୨୭ ଇନିଙ୍ଗସରେ ୧୦୦୦ ରନ କରିଥିଲେ । ବାବର ଆଜମ ବିରାଟ କୋହଲୀ ଙ୍କର ରେକର୍ଡ ଭାଙ୍ଗି ଦେଇ ନିଜର ଏକ ନୂଆ ରେକର୍ଡ କରିଥିଲେ ।

ପାକିସ୍ତାନୀ ଓପନର ବ୍ୟାଟସମାନ ବାବର ଆଜମ ଙ୍କୁ ମ୍ୟାଚ ଶେଷ ହେବା ପର ପ୍ରେଜେଂଟେଶନ ସେରିମନୀ ରେ ରମିଜ ରାଜା ପଚାରିଲେ ଯେ ତମେ ବ୍ୟାଟିଂ କଲାବେଳେ ନିଜର ରନ ଗଣୂଥିଲ କି, ତେବେ ବାବର ଏହି ବିଷୟରେ କହିଲେ କି : ମୋତେ ରେକର୍ଡ ବିଷୟରେ ଅବଶ୍ୟ ଜଣା ଥିଲା, କିନ୍ତୁ ରନ ଆଡକୁ ଦେଖୁ ନଥିଲି, ମୁଁ ନିଜ ଟିମ କୁ ଗୋଟେ ବଡ ସ୍କୋର ଦବାକୁ ଭାବୁଥିଲି ।

ରମିଜ ରାଜା ବାବର ଆଜମ କୁ ପଚାରିଲେ ଯେ ଆପଣ ବଡ ବଡ ବ୍ୟାଟ୍ସମ୍ୟାନ ଙ୍କର ମଧ୍ୟ ରେକର୍ଡ ଭାଙ୍ଗି ଦେଇଛନ୍ତି , ଯେଉଁଥିରେ ଭାରତୀୟ ବ୍ୟାଟସମାନ ବିରାଟ କୋହଲୀ ଙ୍କର ବି ନାଁ ଅଛି, ଏହାର ଜବାବ ରେ ସେ କହିଲେ ମୋତେ ଏହି ବିଷୟରେ ଅବଶ୍ୟ ଜଣା ଥିଲା । କିନ୍ତୁ ଏହି ରେକର୍ଡ କରିବାରେ ଅଲ୍ଲାହ ଙ୍କୁ ଧ୍ୟନବାଦ ଦେବି । ମୋତେ ଅଲ୍ଲାହ ତାଲା ଏହି ସଫଳା ତାରେ ପହଞ୍ଚେଇବା ପାଇଁ ସାହାର୍ଯ୍ୟ କରିଥିଲେ ।

ଏହି ସମ୍ଭଧରେ ଆପଣଙ୍କର କଣ ପ୍ରତିକ୍ରିୟା ଅଛି ? କମେଣ୍ଟ ବକ୍ସରେ ନିଜର ମହତ୍ଵ ପୂର୍ଣ୍ଣ ରାୟ ଦିଅନ୍ତୁ ।