କଳିଯୁଗରେ ଝିଅ ନିଜର ବୁଢା ମା ବାପାଙ୍କୁ ଘରୁ ବାହାର କରିଦେଲା, ବାଧ୍ୟ ହୋଇ ମା ବାପା କଲେ ଏମତି କାମ… ଥରେ ନିଶ୍ଚୟ ପଢନ୍ତୁ

ବାପା ମାଙ୍କୁ ଏହି ଦୁନିଆରେ ଭଗବାନ ବୋଲି କୁହା ଯାଇଥାଏ । ଗୋଟିଏ ପିଲାର ଜନ୍ମ ଠାରୁ ଆରମ୍ଭ କରି ପାଳନ ପୋଷଣ କରିବା ର ଦାୟିତ୍ଵ ପ୍ରଥମେ ମା ବାପାଙ୍କର ଥାଏ । ସବୁ ବାପା ମା ଚାହାଁନ୍ତି କି ତାଙ୍କ ପିଲାମାନେ ବୁଢା ସମୟରେ ତାଙ୍କର ଦେଖା ଶୁଣା କରନ୍ତୁ । କିନ୍ତୁ ଏଠି ଗୋଟେ କଳିଯୁଗ ର ଝିଅ ନିଜର ୯୦ ବର୍ଷ ର ବାପା ଏବଂ ୮୦ ବର୍ଷର ମାକୁ ଘରୁ ବାହର କରିଦେଇଥିଲା । ଏହା ହେଉଛି କର୍ଣାଟକ ର ଘଟଣା । ନିଜ ଝିଅ ଦ୍ଵାରା ଘରୁ ବାହାରି ସେମାନେ ଥଣ୍ଡା ରେ ବସ ଷ୍ଟାଣ୍ଡ ର ଫୁଟପାତ ରେ ରହୁଥିଲେ । ଦୁଇ ଦିନ ସେଠାରେ ରହିବା ପରେ ପୋଲିସକୁ ଏହି ଘଟଣା ବିଷୟରେ ଜଣାପଡିଥିଲା, ତାପରେ ପୁଲିସ ସେମାନଙ୍କୁ ବୃଦ୍ଧା ଆଶ୍ରମ ରେ ପହଞ୍ଚାଇ ଦେଇ ଆସିଥିଲା ।

ଏହି ଘଟଣା ଲକ୍ଷ୍ମେଶ୍ୱର ନିବାସୀ ୯୦ ବର୍ଷୀୟ ସୂର୍ଯ୍ୟକାନ୍ତ ଏବଂ ୮୦ ବର୍ଷୀୟ ପତ୍ନୀ କମଳମା ର ଅଟେ । ରିପୋର୍ଟ ଅନୁସାରେ କିଛି ଦିନ ପୂର୍ବରୁ ଏହି ଦୁଇଜଣ ହୁବଲି ର ଏକ ମନ୍ଦିର ରେ ପହଞ୍ଚିଥିଲେ । ସେଠାରେ ସେମାନେ କିଛି ଦିନ ରହିଥିଲେ, ଓ ନିଜ ଶ୍ରଦ୍ଧା ଏବଂ ଭକ୍ତିରେ ସମସ୍ତଙ୍କ ମନ ମୋହି ନେଇଥିଲେ। ଏହା ପରେ ସେମାନେ ସେଠୁ ନିଜ ଝିଅ ଘର କର୍ଣାଟକ କୁ ଯାଇଥଲେ ।

ଝିଅ ଘରେ ପହଞ୍ଚିବା ପରେ କିଛି ଦିନ ଠିକ୍ ଠାକ ଚାଲିଲା କିନ୍ତୁ କିଛି ଦିନ ପରେ ତାଙ୍କ ଝିଅ ତାଙ୍କୁ ଘରୁ ବାହାରି ଯିବାପାଇଁ କହିଲା । ଘରୁ ବାହାରିବା ପରେ ସେମାନଙ୍କ ପାଖରେ ରହିବାକୁ କୌଣସି ସ୍ଥାନ ନଥିଲା। ସେଥିପାଇଁ ସେମାନେ ସେଠି ହୁଗୁଳି ବସ ଷ୍ଟାଣ୍ଡ ରେ ରହିଗଲେ । ସେମାନେ ସେଠାରେ ଦୁଇ ଦିନ ରହିଲେ। ଦୁଇଦିନ ପରେ ଯେତେ ବେଳେ ଆଖପାଖ ଲୋକ ତାଙ୍କୁ ସେଠି ରହିବାର କାରଣ ପଚାରିଲେ ତ ସେମାନେ ତାଙ୍କର କାହାଣୀ ସମସ୍ତଙ୍କୁ ଶୁଣାଇଲେ । ପରେ ସମସ୍ତେ ତାଙ୍କୁ ସାହାଯ୍ୟ ର ହାତ ବଢାଇଲେ ।

ବସ ଷ୍ଟାଣ୍ଡ ରେ ଥିବା ଜଣେ ଅଧିକାରୀ କହିଲେ ଯେ ସକାଳେ ଯେତେବେଳେ ସେ ବସ ଷ୍ଟାଣ୍ଡ ରେ ପହଞ୍ଚିଲେ ତାଙ୍କର ସେହି ବୁଢାବୁଢୀ ସହ ଦେଖା ହେଲା । ସେମାନେ ସକାଳ ର ଘନ କୁହୁଡି ପାଇଁ ଥଣ୍ଡାରେ ଥରୁଥିଲେ । କିଛି ସମୟ ପରେ ସେଠାକାର ଅଧିକାରୀ ମାନେ ଏବଂ ଅଟୋ ଚାଳକ ମାନେ ପୁଲିସ କୁ ଡାକି ତାଙ୍କର ସାହାଯ୍ୟ କଲେ ।

ପୁଲିସ ତାଙ୍କୁ ବୃଦ୍ଧା ଆଶ୍ରମ ରେ ପହଞ୍ଚାଇ ଦେଇଥିଲା । ନିଜର ଲୋକମାନେ ସେମାନଙ୍କର ହାତ ଛାଡି ଦେଇଥିଲେ କିନ୍ତୁ ସେଠାକାର ଅନ୍ୟ ଲୋକମାନେ ତାଙ୍କର ହାତ ଧରି ବୃଦ୍ଧ ଆଶ୍ରମ ରେ ଛାଡି ଦେଇ ଆସିଥିଲେ ।

ବାପା ମାଙ୍କୁ ଏହି ସମୟରେ ସାହାରା ଦରକାର, କିନ୍ତୁ ଝିଅଟି କରିଥିବା ଏହି କାମଟି ସଂପୂର୍ଣ୍ଣ ନିନ୍ଦନୀୟ । ଯଦି ଆପଣ ଆମ ସହ ଏକମତ ଏହି ପୋଷ୍ଟଟିକୁ ଅଧିକରୁ ଅଧିକ ଶେୟାର କଋ ସମାଜରେ ସଚେତନତା ଆଣିବାରେ ସାହାଯ୍ୟ କରନ୍ତୁ ।  ଆପଣଙ୍କର ମତାମତ କମେଣ୍ଟ ନିଶ୍ଚୟ କରନ୍ତୁ ।