ରାମମନ୍ଦିର ପ୍ରତିଷ୍ଠା ପୂର୍ବରୁ କାନ୍ଦିପକାଇଲେ ମା ସୀତା , ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କଲେ ଅନୁରୋଧ ।

ଅଯୋଧ୍ୟା କୁ ଫେରିବେ ରାମ । କିନ୍ତୁ କାହିଁକି କାନ୍ଦିଲେ ସୀତା ? 500 ବର୍ଷ ପରେ ଫେରୁଛନ୍ତି ପ୍ରଭୁ ଶ୍ରୀରାମ । ଏମିତି ଖୁସି ଦିନର କାହିଁକି କାନ୍ଦିଛନ୍ତି ମା ସୀତା । ହନ୍ଦର୍ଶକ ବନ୍ଧୁ ଅଯୋଧ୍ୟାରେ ପ୍ରାଣ ପ୍ରତିଷ୍ଠା ପାଇଁ ମୂର୍ତ୍ତି ଚୟନ ହୋଇ ସାରିଛି । ଦେଶର ସୁପ୍ରସିଦ୍ଧ କାରିଗର ଅରୁଣ ଯୋଗୀଙ୍କ ଦ୍ଵାରା ନିର୍ମିତ ହୋଇଥିବା ମୂର୍ତ୍ତି କୁ ଅଯୋଧ୍ୟାରେ ସ୍ଥାପନ କରାଯିବ । ତେବେ ଏହି ମୂର୍ତ୍ତି କୁ 3ଟି ମୂର୍ତ୍ତି ମଧ୍ୟରୁ ଚୟନ କରାଯାଇଛି ।

ସବୁଠାରୁ ବଡ କଥା ଯାହାକୁ ସାରା ଭାରତ ମା ସୀତା ବୋଲି ମାନିଥାନ୍ତି ଏବେ ତାଙ୍କ ଆଖିରେ କାହିଁକି ଲୁହ ଆସିଛି ଏବେ ଚର୍ଚ୍ଚା ଚାଲିଛି । ଅଯୋଧ୍ୟାରେ ପ୍ରଭୁ ଶ୍ରେରମ ମୂର୍ତ୍ତି ପ୍ରତିଷ୍ଠା ହେବ ଯେଉଁଥିରେ ଦେଶର ବହୁ ପ୍ରତିଷ୍ଠିତ ବ୍ୟକ୍ତି ଅଂଶଗ୍ରହଣ କରିବେ । ରାମାନନ୍ଦ ସାଗରଙ୍କ “ରାମାୟଣ” ସିରିଏଲରେ ମା ସୀତାଙ୍କ ଭୂମିକାରେ ଅଭିନୟ କରିଥିବା ଦୀପିକା ଚିକଲିୟା ଙ୍କ ନାନା ସାମିଲ କରାଯାଇଛି ।

କିନ୍ତୁ ଏହି କଥା ଶୁଣିବାରେ ଦୀପିକା କାନ୍ଦି ପକାଇଛନ୍ତି । ଦୀପିକାଙ୍କୁ ଅତିଥି ଭାବେ ରାମ ମନ୍ଦିର ଉଦଘାଟନ କାର୍ଯ୍ୟକ୍ରମରେ ଡକା ଯାଇଥିବା ବେଳେ ସେପଟେ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏକ ବିଶେଷ ଅନୁରୋଧ କରିଛନ୍ତି । ସେ ଏକ ସାକ୍ଷାତ୍କାର ରେ କହିଛନ୍ତି “ମୁଁ ବହୁତ ଖୁସି ମୋତେ ଡକା ଯାଇଛି ।ଏ ଦିନଟି ଏକ ଐତିହାସିକ ଦିନ କାରଣ ଦୀର୍ଘ 500 ବର୍ଷ ପରେ ଭଗବାନ ରାମ ଅଯୋଧ୍ୟାକୁ ଆଶଛନ୍ତି ।

ସମସ୍ତେ ଜାଣିଛନ୍ତି ମୁଁ ପ୍ରଭୁ ରାମଙ୍କୁ କେତେ ଭଲ ପାରେ । ମୁଁ ମା ସୀତାଙ୍କ ଭୂମିକାରେ ଅଭିନୟ ମଧ୍ୟ କରିଛି । ଏହି ମୂହୁର୍ତ୍ତ ମୋତେ ଭାବ ପ୍ରବଣ କରି ଦେଉଛି । କାର୍ଜ୍ୟାଳୟରୁ ଯେବେ ଫୋନ ଆସିଥିଲା ସେମାନେ ମୋତେ କହିଥିଲେ ତୁମେ ହେଉଛ ଆମ ଦେଶ ପାଇଁ ସୀତା ମା । ଆମ ଦେଶର ପ୍ରତେକଟି ମଣିଷ ଜାଣିଛନ୍ତି ତୁମେ ସେଇ ସୀତା ଯାହାକୁ ସମସ୍ତେ ପିଲାଦିନରୁ ଦେଖି ଆସିଛନ୍ତି ।

ଆପଣ ଏଠାରେ ଉପସ୍ଥିତ ରହିଲେ ଆମେ ବହୁତ ଖୁସି ହେବୁ” । ତେବେ ରାମ ମନ୍ଦିରରେ ମା ସୀତାଙ୍କ ପ୍ରତିମା ନ ରହିବା କାରଣରୁ ଦୀପିକା ଦୁଃଖ ପ୍ରକାଶ କରିଛନ୍ତି । ଏହାକୁ ନେଇ ସେ କହିଛନ୍ତି ଯେ ମୁଁ ଆରମ୍ଭରୁ ଅନୁଭବ କରୁଥିଲି ଯେ ପ୍ରଭୁ ରାମଙ୍କ ସହ ମା ସିତାଙ୍କ ପ୍ରତିମା ସ୍ଥାପନ କରାଯିବ କିନ୍ତୁ ଏଠାରେ ତାହା ହୋଇ ନାହିଁ । ଆଉ ଏଥିପାଇଁ ସେ କାନ୍ଦି ପକାଇଛନ୍ତି ।

ଅଯୋଧ୍ୟାରେ ମାତା ସୀତା ଙ୍କ ସହ ପ୍ରଭୁ ରାମଙ୍କ ମୂର୍ତ୍ତି ସ୍ଥାପନ କରିବାକୁ ଦୀପିକା ଚିକଲିୟା ପ୍ରଧାନମନ୍ତ୍ରୀ ମୋଦୀ ଙ୍କୁ ଅନୁରୋଧ କରିଥିବା କଥା ଏବେ ସାମ୍ନା କୁ ଆସିଛି । ଶେଷରେ ଦୀପିକା କହିଛନ୍ତି “ମୁଁ କେବେ ଭାବି ନ ଥିଲି ମୋତେ ଅଯୋଧ୍ୟା ପ୍ରତିଷ୍ଠା ପାଇଁ ନିମନ୍ତ୍ରଣ ଆସିବ । ମୁଁ ଏତିକି ଚାହୁଁଛି ମାତା ସିତାଙ୍କୁ ଅଯୋଧ୍ୟାରେ ସ୍ଥାନ ଦିଆଯାଉ । ସେଠାରେ ଏମିତି ସ୍ଥାନ ଥିବ ଯେଉଁ ଠାରେ ମାତା ସୀତା ବିରାଜମାନ କରିପାରିବେ” ।

ବନ୍ଧୁଗଣ ଆପଣ ମାନଙ୍କର ଏହି ପୋଷ୍ଟ କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।