ରକ୍ତ ଜୁଡୁବୁଡୁ ହୋଇ ପଡି ରହିଛନ୍ତି ମ୍ଯୁନିସିପାଲିଟି ର ମହିଳା କର୍ମଚାରୀ, ଅଳିଆ ପକାଇବାକୁ ଯାଇଥିବା ବେଳେ ତାଙ୍କ ସହ ଯାହା ଘଟିଲା ଜାଣିଲେ ଲୋମ ଟାଙ୍କୁରି ଉଠିବ

ଜଣେ ମହିଳା କର୍ମଚାରୀଙ୍କ ମୃତଦେହ ରାସ୍ତାକଡ ବୁଦା ଭିତରେ ପଡିଥିବାର ଦେଖିବାକୁ ମିଳିଛି । ସାଇକେଲ ସହିତ ମହିଳାଙ୍କ ଶବ ରାସ୍ତାକଡରେ ପଡିଥିବା ବେଳେ ସେଠାରେ ଲୋକଙ୍କ ଭିଡ ଜମିଛି । ଯାହାପରେ ଘଟଣାସ୍ଥଳରେ ପୋଲିସ ମଧ୍ୟ ପହଞ୍ଚିଛି । ୪୦ ବର୍ଷୀୟ ଏହି ମହିଳାଙ୍କ ନାମ ଅଷ୍ଟମୀ ବକୁଲ ବୋଲି ଜଣାପଡିଛି । ଅଷ୍ଟମୀ ମ୍ଯୁନିସିପାଲିଟିର ଅଳିଆ ଗାଡି ଡ୍ରାଇଭର ଥିଲେ । ସୂଚନା ଅନୁଯାୟୀ ଅଷ୍ଟମୀ ଗତକାଲି ସନ୍ଧ୍ୟାରେ ମ୍ଯୁନିସିପାଲିଟି ଅଫିସ ଆସି ୱେଷ୍ଟ ମ୍ୟାନେଜମେଣ୍ଟ ପାଖେ ନିଜ ଗାଡି ରଖିଛନ୍ତି ।

ଯାହାକି ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି । ଏହାପରେ ଯେଉଁ ରାସ୍ତାରେ ଅଷ୍ଟମୀଙ୍କ ଶବ ମିଳିଛି ସେହି ରାସ୍ତା ଦେଇ ସେ ଘରକୁ ଯାଉଥିଲେ ଏବଂ ଘରକୁ ଯିବା ବାଟରେ ହିଁ ତାଙ୍କୁ ହତ୍ୟା କରାଯାଇଛି । ସବୁଠୁ ବଡ କଥା ହେଲା ଏହି ଘଟଣାର ଠିକ ଦୁଇଦିନ ପୂର୍ବରୁ ଦୁଇ ଜଣ ଅଧ୍ୟାପକଙ୍କୁ ସେହିଠାରେ ହିଁ ଖଣ୍ଡାରେ ହାଣି ହତ୍ୟା କରା ଯାଇଥିଲା । ଆଉ ସେହି ଅଞ୍ଚଳରେ ଲଗାତାର ଅପରାଧ ହେଉଥିବା ଦେଖିବାକୁ ମିଳୁଛି ।

ସେହି ସ୍ଥାନରେ ପୋଲିସ ଠିକ ଭାବେ ପେଟ୍ରୋଲିଂ କରୁନାହିଁ ଏବଂ ଅନ୍ୟପଟେ ମହିଳା କର୍ମଚାରୀଙ୍କୁ ଡେରି ଯାଏଁ କମ କରିବାକୁ ମ୍ଯୁନିସିପାଲିଟି ଅଧିକାରୀ ବାଧ୍ୟ କରୁଥିଲେ । ଯାହାର ପରିଣାମ ସ୍ୱରୂପ ଏହି ମହିଳାଙ୍କର ମୃତଦେହ ସେହି ସ୍ଥାନରେ ମିଳିଛି ବା ତାଙ୍କୁ ସେଠାରେ ହତ୍ୟା କରିଛି । ସନ୍ଧ୍ୟା ବେଳେ ତାଙ୍କର କିଛି ମହିଳା ସହକର୍ମଚାରୀ କଲ୍ କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ତାଙ୍କ ଫୋନ୍ ଲାଗି ନଥିଲା ।

ତେବେ ଉକ୍ତ ମହିଳାଙ୍କ ମୁଣ୍ଡ ଏବଂ ହାତରେ ଆଘାତ ଲାଗିଥିବା ଦେଖିବାକୁ ମିଳିଛି । ଯେଉଁଥିରୁ ଜଣାପଡିଛି କି, ତାଙ୍କ ତାଙ୍କ ମୁଣ୍ଡକୁ କେଉଁ ଧାରୁଆ ଅସ୍ତ୍ରରେ ପିଟିବା ସହ ହାତକୁ ମଧ୍ୟ ହାଣି ଦେଇଛନ୍ତି ଦୁର୍ବୃତ୍ତ । ରକ୍ତରେ ଜୁଡୁବୁଡୁ ହୋଇ ସାଇକେଲ ଓ ଚପଲ ସହ ଅଷ୍ଟମୀ ମୃତ ଅବସ୍ଥାରେ ସେପରି ପଡି ରହିଥିବାର ଦେଖିବାକୁ ମିଳିଛି । ତାଙ୍କର ଏଭଳି ମୃତ୍ୟୁରେ ତାଙ୍କର ସହକର୍ମୀମାନେ ଭୟଭୀତ ହେବା ସହ ଭାଙ୍ଗି ପଡିଛନ୍ତି ।

ତେବେ ଲୁଟପାଟକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ହୋଇଥିବା ନେଇ ସନ୍ଦେହ କରାଯାଉଛି । ବଲାଙ୍ଗୀରରୁ ଏଭଳି ଘଟଣା ସାମ୍ନାକୁ ଆସିବା ପରେ ସବୁବେଳେ ଭୟ ମାହୋଲ ଖେଳିଯାଇଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।