ରକ୍ଷକ ସାଜିଲା ଭକ୍ଷକ, ସୋସିଆଲ ମିଡିଆରେ ଘୁରି ବୁଲିଲା ଭିଡିଓ, ଆଉ ଭକୁଆ ବନଉଛି ପୁରୀ ପ୍ରଶାସନ…

ନମସ୍କାର ବନ୍ଧୁଗଣ । ଚଳିତ ବର୍ଷ ପୁରୀ ଶ୍ରୀ କ୍ଷେତ୍ର ରେ ରଥଯାତ୍ରା ଖୁବ ଧୂମଧାମ ରେ ପାଳନ କରା ଯାଇଛି । ଲକ୍ଷ ଲକ୍ଷ ଭକ୍ତ ମହାପ୍ରଭୁ ଙ୍କ ଦର୍ଶନ କରିବା ଲାଗି ବେଶ ଆଗ୍ରହର ସହ ପୁରୀ ରେ ପହଞ୍ଚି ଥିଲେ ମଧ୍ୟ । କିନ୍ତୁ ଏମିତି ଏକ ଘଟଣା ସାମନାକୁ ଆସିଛି ଯାହା ସମସ୍ତଙ୍କୁ ସ୍ତବ୍ଧ କରି ରଖି ଦେଇଛି । ସୂଚନା ଅନୁଯାୟୀ ମହିଳା ଙ୍କୁ ଅସଦାଚରଣ କରିଥିବା ପୋଲିସ କୁ ଗିରଫ କର । ସବୁ ଆଡୁ ଉଠିଲାଣି ସ୍ଵର । ରଥଯାତ୍ରା ସମୟରେ ଜଣେ ରାପିଡ଼ ଆକ୍ସନ ଫୋର୍ସ ର ଯବାନ ଙ୍କ କାରନାମା ଏବେ ସୋସିଆଲ ମିଡିଆରେ ସାମନାକୁ ଆସିଛି ।

ରକ୍ଷକ ସାଜିଲା ଭକ୍ଷକ । ଆଉ ଭକୁଆ ବନାଉଛି ପୁରୀ ପ୍ରସସାନ । ଜଣେ ମହିଳା ଶ୍ରଦ୍ଧାଳୁ ଙ୍କୁ ରାପିଡ଼ ଆକ୍ସନ ଫୋର୍ସରେ ଯବାନ ଦୁର୍ବ୍ୟବହାର କଲେ । ସୋସିଆଲ ମିଡିଆରେ ଘୁରି ବୁଲୁଛି ଭିଡିଓ । ସବୁ ଆଡେ ଏହାକୁ ନେଇ ଛି ଛି କରା ଯାଉଛି । ହେଲେ ଏ ଯାଏଁ ସମ୍ପୃକ୍ତ ଯବାନଙ୍କୁ ଚିହ୍ନଟ କରିବାରେ ବିଫଳ ହୋଇଛି ଜିଲ୍ଲା ପ୍ରସସାନ । ରଥଯାତ୍ରା ସମୟରେ ବଡ ଦାଣ୍ଡରେ ଛାଇ ଯାଇଥିଲା ସିସିଟିଭି ମ୍ୟାମେରା । ପୁଡ଼ ସହର  ଥିଲା ମହାପ୍ରଭୁ ଙ୍କ ଦର୍ଶନ ରେ ବ୍ୟସ୍ତ । କଣ୍ଟ୍ରୋଲ ରୁମ ରୁ ସବୁ କିଛି ଅପରେଟ ହୋଇଥିଲା ।

ହେଲେ ଏହି ଘଟଣା ତ ପୋଲିସ ନଜରକୁ ଆସି ପାରିଲା ନାହି । ଅପର ପଟେ ସୋସିଆଲ ମିଡିଆ ସ୍କାନର ଙ୍କୁ କିନ୍ତୁ ଆସିଗଲା ଏଭଳି କିଛି ଘଟଣା । ଯାହାକୁ ନେଇ ମହିଳା ଜଣକ ନିଜକୁ ଅସୁରକ୍ଷିତ ମନେ କରିଲେ । ଭିଡ ଭୀତରେ ମହାପ୍ରଭୁ ଜଗନ୍ନାଥ ଙ୍କ ପାଖକୁ ଯିବା ପାଇଁ ଆଉ ସାହସ ଜୁଟାଇ ପାରୁ ନାହାନ୍ତି । ଯଦି ଜଣେ ସୁରକ୍ଷା କର୍ମୀ ଏଭଳି ଆଚରଣ କରୁଛନ୍ତି ତେବେ ସାଧାରଣ ଲୋକ ଙ୍କ ଠାରୁ କଣ ବା ଆଶା କର ଯାଇପାରେ ତାହା ଏବେ ପ୍ରଶ୍ନ ଉଠୁଛି ।

ତୁରନ୍ତ ସମ୍ପୃକ୍ତ ଯବାନ ଙ୍କୁ ଚିହ୍ନଟ କରି ତାଙ୍କ ବିରୁଦ୍ଧରେ କାର୍ଯ୍ୟ ଅନୁଷ୍ଠାନ ଗ୍ରହଣ କରିବାକୁ ସବୁ ଆଡେ ରେ ଦାବି ହେଲାଣି । ହେଲେ ପୁରୀ ପୋଲିସ ଏ ଯାଏଁ କୌଣସି  ନିସ୍ପତି ନେଇ ନାହି । ଉପଦେଶୀ ଓ ବରିଷ୍ଠ କର୍ମଚାରୀ ତନ ତନ କରି ଅକ୍ଲାନ୍ତ ପରିଶ୍ରମ କରି ରଥଯାତ୍ରା କୁ ସଫଳ କରାଉଥିବା କଥା କହୁଛନ୍ତି । ହେଲେ ଯଦି ଏଭଳି ଯବାନଙ୍କ ଏମିତି କାରନାମା କରୁଛନ୍ତି ତେବେ ପୋଲିସ ସୁରକ୍ଷା ଦେବା କେତେ ଦୂର ଠିକ ?

ତେବେ ଏହି ଯବାନ ଙ୍କ ବିରୁଦ୍ଧରେ ପୁରୀ ପୋଲିସ କୌଣସି ପଦକ୍ଷେପ ନ ନେଇ କଣ ଠିକ କରୁଛି ତାହାକୁ ଏବେ ସବୁ ଆଡେ ଚର୍ଚ୍ଚା ଚାଲିବା ସହ ଏହାର ପ୍ରତିବାଦ ମଧ୍ୟ କରା ଯାଉଛି । ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଅମା ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।