ଚଳିତ ମାସ ୩୦ ତାରିଖରେ ପବିତ୍ର ରକ୍ଷା ବନ୍ଧନ ପଡିବା ପାଇଁ ଯାଉଛି । ତେବେ ଏହି ରାଖୀ ପୂର୍ଣ୍ଣିମା ୩୦ କିମ୍ବା ୩୧ ତାରିଖରେ ପଡୁଛି । ଏଥିସହ ଏଥର ରାକ୍ଷୀପୂର୍ଣ୍ଣିମାରେ ଭଦ୍ରାକାଳର ଯୋଗ ମଧ୍ୟ ପଡୁଅଛି । ତାହାକୁ ନେଇ ଅନେକ ଲୋକଙ୍କର ଅନେକ କିଛି ପ୍ରଶ୍ନ ରହୁଛି ? ତେବେ ଚାଲନ୍ତୁ ରାକ୍ଷୀ ପୂର୍ଣ୍ଣିମା ସମ୍ବଧିତ ବିଷୟବସ୍ତୁ ଉପରେ ଆଲୋଚନା କରିବା । ଏହି ଅଗଷ୍ଟ ମାସରେ ପଡୁଥିବା ପୂର୍ଣ୍ଣିମା ୩୦ ଓ ୩୧ ତାରିଖ ଭଳି ୨ ଦିନ ରହୁଛି ।

ହେଲେ ୩୦ ତାରିଖ ଦିନ ସକାଳ ୧୦ ଟା ୫୮ ମିନିଟ ଠାରୁ ଆରମ୍ଭ ହୋଇ ୩୧ ତାରିଖ ସକାଳ ୭ ଟା ୪୬ ମିନିଟରେ ସମାପ୍ତ ହେଉଛି । ତେଣୁ ଆପଣ ଅଗଷ୍ଟ ୩୦ ତାରିଖ ଦିନ ସାରା ଆରମରେ କୌଣସି ସମୟରେ ବି ରାକ୍ଷୀ ବାନ୍ଧି ପାରିବେ । ଏଥିସହ ଅନେକଙ୍କ ପ୍ରଶ୍ନ ଏହା ରହୁଛି ? ଯେ ଏହି ବର୍ଷ ରାକ୍ଷୀ ପୂର୍ଣ୍ଣିମା ଅବସରରେ ଭଦ୍ରାକାଳ ଯୋଗ ମଧ୍ୟ ରହୁଛି । ତେଣୁ ଭଦ୍ରାକାଳ ଯୋଗରେ ରାକ୍ଷୀ ବାନ୍ଧିବା ଦ୍ଵାରା ଭାଇର ଅମଙ୍ଗଳ ହୋଇଥାଏ ।
କାରଣ ସୁପର୍ଣ୍ଣରେଖା ନିଜ ଭାଇ ରାବଣକୁ ଏହି ତିଥିରେ ରାକ୍ଷୀ ବାନ୍ଧିଥିବାରୁ ରାବଣ ମୃ-ତ୍ୟୁ ହୋଇଯାଇଥିଲା । ତେଣୁ ଏଠାରେ ଆଜି ଆମେ ଆପଣଙ୍କୁ ସଂପୂର୍ଣ୍ଣ ଭାବରେ ବୁଝେଇ କହିବା ପାଇଁ ଯାଉଛୁ । ଏହା କି ଯେ ଏହି ବର୍ଷ ଭଦ୍ରାକାଳ ପୃଥିବୀ ପୃଷ୍ଠରେ ନୁହଁ ବଂର ପାତଳ ଲୋକରେ ପଡିବା ପାଇଁ ଯାଉଛି । ତେଣୁ ଭଦ୍ରାକାଳର ପ୍ରଭାବ ପୃଥିବୀ ପୃଷ୍ଠରେ ରହୁଥିବା ଲୋକଙ୍କ ଉପରେ କିଛି ମଧ୍ୟ ଏହାର ଖରାପ ପ୍ରଭାବ ପଡିବ ନାହିଁ ।

ତେଣୁ ଆପଣ ମାନେ ଆରମ ସହକାରେ ଚଳିତ ମାସ ୩୦ ତାରିଖରେ ପବିତ୍ର ରାକ୍ଷୀ ପୂର୍ଣ୍ଣିମାକୁ ପାଳନ କରିପାରିବେ । ଏଥିସହ ଆପଣଙ୍କୁ ରାକ୍ଷୀ ପୂର୍ଣ୍ଣିମା ଦିନ ପାଳନ କରିବାକୁ ଥିବା କେତେକ ନିୟମ ବିଷୟରେ ମଧ୍ୟ ଏଠାରେ କହିବା ପାଇଁ ଯାଉଛୁ । ରାକ୍ଷୀ ପୂର୍ଣ୍ଣିମା ଦିନ କଳା ବସ୍ତ୍ର ପରିଧାନ କରିବା ଅନୁଚିତ ।
ରାକ୍ଷୀ ବାନ୍ଧିବା ସମୟରେ ଭାଇକୁ ବନ୍ଦାପନା କରିବା ସମୟରେ ଶୁଦ୍ଧ ଦେଶୀ ଗାଈର ଘିଅ ଲଗାଇବା ଉଚିତ । ରାକ୍ଷୀ ବାନ୍ଧିବା ବେଳେ ଭାଇର ମୁହଁ ଯେପରି ଉତ୍ତର କିମ୍ବା ପୂର୍ବ ଓ ଭଉଣୀର ମୁହଁ ପଶ୍ଚିମ ବା ଦକ୍ଷିଣ ଦିଗକୁ ରହିବା ଉଚିତ । ଛିଡା ରାକ୍ଷୀକୁ ଯୋଡି ଭାଇର ହାତରେ ବାନ୍ଧିବା ଅନୁଚିତ । ରାକ୍ଷୀ ପୂର୍ଣ୍ଣିମାରେ ଭାଇ ନିଜ ଭଉଣୀକୁ ଚପଲ, ଦର୍ପଣ ଓ ରୁମାଲ ଉପହାର ସ୍ୱରୂପ ପ୍ରଦାନ କରିବା ଅନୁଚିତ ।

ତେବେ ଆପଣ ମାନେ ରାକ୍ଷୀ ପୂର୍ଣ୍ଣିମାର ଏହି ସମୟ ନିୟମ ପାଳନ କରି ରାକ୍ଷୀ ବାନ୍ଧନ୍ତୁ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ