ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଓଲିଉଡ ଅଭିନେତ୍ରୀ ରାଜେଶ୍ଵରୀ ରାଏ ମହାପାତ୍ରଙ୍କ ଗତ କାଲି ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ ହୋଇଛି । ତେବେ ତାଙ୍କର ଦେହାନ୍ତରେ ପୁରା ପରିବାର ବର୍ଗଙ୍କ ଠାରୁ ଆରମ୍ଭ କରି ଓଲିଉଡ ଜଗତରେ ଶୋକର କଳା ବାଦଲ ଖେଳି ଯାଇଛି । ତେବେ ନିଜ ଭଉଣୀଙ୍କୁ ଝୁରି ହେଉଥିବା ରାଜେଶ୍ଵରୀଙ୍କ ଭାଇ କିଛି ଏଭଳି ମନ୍ତବ୍ୟ ରଖିଛନ୍ତି ଯାହା ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ।

ତେବେ ରାଜେଶ୍ଵରୀଙ୍କ ଭାଇ କହିଛନ୍ତି ରାକ୍ଷୀ ପୂର୍ଣ୍ଣିମା ପାଖେଇ ଆସୁଛି କିନ୍ତୁ ଆଜି ପ୍ରଥମ ଥର ପାଇଁ ତାଙ୍କ ଭଉଣୀ ତାଙ୍କ ପାଖରେ ନାହାନ୍ତି କି ସେ ଆଉ କେବେ ଫେରିବେ ନାହି । ଏମିତି କୌଣସି ବର୍ଷ ନାହି ଯେବେ ଭାଇ ଭଉଣୀ ରାକ୍ଷୀରେ ଏକାଠି ହୋଇ ନାହାନ୍ତି ବୋଲି ରାଜେଶ୍ଵରୀଙ୍କ ଭାଇ କହିଛନ୍ତି । ତେବେ ରାଜେଶ୍ଵରୀ ତାଙ୍କ ଭାଇଙ୍କୁ ୨ଟା ଗୋଲ୍ଡେନ ରାକ୍ଷୀ ଦେଇଛନ୍ତି ଯାହାକୁ ସେ ଏହି ବର୍ଷ ପିନ୍ଧିବେ ବୋଲି କହିଛନ୍ତି ।
ରାଜେଶ୍ଵରୀଙ୍କ ବାପାଙ୍କ ଦେହ ବହୁତ ଖରାପ ଥିଲା ତେଣୁ ସେ ନିଜ ବାପାଙ୍କର ସେବା ବହୁତ କରିଛନ୍ତି । ଏମିତିକି ସେ ସମସ୍ତଙ୍କର ସେବା ଶୁଶ୍ରୂଷା କରିଥାନ୍ତି । ଏଥର ରାକ୍ଷୀରେ ସେ ନିଜ ଭାଇ ପାଇଁ ରାକ୍ଷୀ ରଖିକି ଯାଇଛନ୍ତି ବୋଲି ରାଜେଶ୍ଵରୀଙ୍କ ଭାଇ କହିଛନ୍ତି । ରାଜେଶ୍ଵରୀଙ୍କ ଭାଇ କହିଛନ୍ତି ଯେ ତାଙ୍କର ଚିକିତ୍ସା ରେ ଅବହେଳା କରା ଯାଇଛି । ସେ ଭୁବନେଶ୍ବର ସୋମ ହସ୍ପିଟାଲ ରେ ଚିକିତ୍ସସିତ ହେଉଥିଲେ ।
ତାଙ୍କର ବିଳମ୍ବିତ ରାତିରେ ବାନ୍ତି ଆରମ୍ଭ ହୋଇଥିଲା ସେଥିପାଇଁ ତାଙ୍କୁ ମେଡ଼ିସିନ ଦିଆଯାଇଥିଲା । କିନ୍ତୁ ବାନ୍ତି ଅଧିକ ହେବାରେ ଲାଗିଥିଲା । କିଛି ସରକାରୀ ହସପିଟାଲରେ ତାଙ୍କୁ ଅବହେଳା କରାଯାଇଛି । ରାଜେଶ୍ଵରୀ ଗୌରବ ସାର ନାମକ ଡାକ୍ତରଙ୍କ ପାଖରେ ଚିକିତ୍ସିତ ହେଉଥିଲେ ଯାହାକୁ ରାଜେଶ୍ଵରୀଙ୍କ ଭାଇ ଫୋନ କରିଥିଲେ ।

ତା ପରେ ଡାକ୍ତର ତାଙ୍କୁ ୩ଟି ଇଂଜେକସନ ଦେବାକୁ କହିଥିଲେ ଆଉ ତା ପରେ ରାଜେଶ୍ଵରୀଙ୍କୁ ହସପିଟାଲ ନେବାକୁ କହିଥିଲେ । ଏମିତି ଆଗରୁ ଅନେକ ସମୟରେ ମଧ୍ୟ ହୋଇସାରିଛି । ତେବେ ସରକାରୀ ଡାକ୍ତର ବହୁତ ଫରମାଲିଟି କହିବାକୁ ଲାଗିଲେ ବୋଲି ରାଜେଶ୍ଵରୀଙ୍କ ଭାଇ କହିଛନ୍ତି । ଏହା ପରେ ସେ ରାଜେଶ୍ଵରୀଙ୍କ ସ୍ଵାମୀ ଓ ପ୍ରଡ୍ୟୁସର ପ୍ରଦୀପ ଭାଇଙ୍କୁ ଫୋନ କରିଥିଲେ ଆଉ ତୁରନ୍ତ ହସପିଟାଲ ନେଇଥିଲେ । କିନ୍ତୁ ସେତେ ବେଳକୁ ରାଜେଶ୍ଵରୀ ସବୁ ଦିନ ପାଇଁ ଆଖି ବୁଜି ଦେଇସାରିଥିଲେ ।

ସେ ଆଜି ନିଜର ୱ୍ହାଟସପରେ ଷ୍ଟାଟସ ଦେଇଛନ୍ତି ରାକ୍ଷୀ ପାଖେଇ ଆସିଲାଣି ତୁ କୁଆଡେ ଗଲୁ ବୋଲି ରାଜେଶ୍ଵରୀଙ୍କ ଭାଇ କାନ୍ଦିକି କହିଛନ୍ତି । ସେ ଅନେକ ବର୍ଷ ମିଡିଆ ଲାଇନରେ କାମ କରିଛନ୍ତି କିନ୍ତୁ ଏମିତି କେଉଁ ବର୍ଷ ହୋଇ ନାହି ରାଜେଶ୍ଵରୀ ରାକ୍ଷୀ ପୋଷ୍ଟ କରିଛନ୍ତି । ବରଂ ଭାଇ ଭଉଣୀ ଦୁହିଙ୍କ ମଧ୍ୟରୁ କେହି ନା କେହି ଯାଆନ୍ତୁ ପରସ୍ପର ପାଖକୁ । ଭାଇ ଭଉଣୀଙ୍କର ସମ୍ପର୍କ କିଛି ଏମିତି ଥିଲା । ଖାସ କରି ରାକ୍ଷୀରେ ସେମାନେ ଦୁହେଁ ଏକାଠି ହୋଇଥାନ୍ତି । ଏଭଳି କିଛି ମନ୍ତବ୍ୟ ଦେଇଛନ୍ତି ରାଜେଶ୍ଵରୀଙ୍କ ଭାଇ ।
ବନ୍ଧୁଗଣ ଆପଣଙ୍କର ଏହା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ ।