ଆପଣଙ୍କର ଶସ୍ତା ବିମାନଯାତ୍ରା ସ୍ଵପ୍ନ ହେବ ପୂର୍ଣ୍ଣ, Rakesh Jhunjhunwala ନେଇ ଆସୁଛନ୍ତି ଏକ ନୂଆ Air line, ଲଞ୍ଚ ହେଲା Logo

ଭାରତୀୟ ଆରବପତି ଏବଂ ଷ୍ଟକ୍ ମାର୍କେଟର ବିଗବୁଲ୍ କୁହା ଯାଉଥିବା ରାକେଶ ଝୁନଝୁନୱାଲାଙ୍କ ନିବେଶିତ ବଜେଟ ଏୟାରଲାଇନ ଆକାଶା ଏୟାର ଗତ ୨୨ ଡିସେମ୍ବରରେ ଏୟାରଲାଇନର ଲୋଗୋ ଏବଂ ଟ୍ୟାଗଲାଇନ ଜାରି କରିଛି । କମ୍ପାନୀ ଆକାଶକୁ ଥିମ ବଣାଇ ‘ରାଇଜିଙ୍ଗ A’ ଥିମ ଉପରେ ନିଜ ଲୋଗୋ ପ୍ରସ୍ତୁତ କରିଛି । କମ୍ପାନୀ ଏକ ଟ୍ୟାଗଲାଇନ ମଧ୍ୟ ରଖିଛି ଯାହା ହେଉଛି – ‘It’s Your Sky’ ଅର୍ଥାତ ଏହା ଆପଣଙ୍କ ଆକାଶ ।

କମ୍ପାନୀ କହିଛି କି ଏମିତି ଟ୍ୟାଗଲାଇନ ରଖିବାର ଅର୍ଥ ହେଉଛି, ଆକାଶା ଏୟାରଲାଇନ ସମସ୍ତ ଭାରତୀୟଙ୍କ ଆକାଶରେ ଉଠିବାର ସ୍ଵପ୍ନକୁ ପୂରଣ କରିବା ପାଇଁ ପ୍ରତିବଦ୍ଧ ଅଟେ । ସେ ତେଣିକି ଯେକୌଣସି ସାମାଜିକ, ସାଂସ୍କୃତିକ ଏବଂ ଆର୍ଥିକ ପୃଷ୍ଠଭୂମିର ହେଉଥାନ୍ତୁ ନା କାହିଁକି । ବ୍ରାଣ୍ଡର ରଙ୍ଗ ଅରେଞ୍ଜ ଏବଂ ପର୍ପଲ, ଏୟାରଲାଇନର କାର୍ଯ୍ୟ ପ୍ରତି ଉଦ୍ଦୀପନା, ଯୁବା ଏବଂ ସମ୍ମାନଜନକ ପ୍ରକୃତିକୁ ଦର୍ଶାଏ । କମ୍ପାନୀ ଆକାଶା ଏୟାରଲାଇନର ଲୋଗୋ ଏବଂ ଥିମ ପେଶ କରି ଏକ ଟ୍ବିଟ ମଧ୍ୟ କରିଥିଲା ।

ସେଥିରେ ଲେଖିଥିଲା କି, ‘ଆକାଶା ଏୟାର’ ର ‘ଦି ରାଇଜିଙ୍ଗ A’ କୁ ପେଶ କରୁଛୁ । ଯାହା ଆକାଶର ତତ୍ତ୍ଵ, ଉଦୟ ହେଉଥିବା ସୂର୍ଯ୍ୟର ତାପମାତ୍ରା ଓ ଗୋଟିଏ ପକ୍ଷୀର ସହଜ ଉଡାଣ ଦ୍ଵାରା ପ୍ରେରିତ ଅଟେ । ଏହି ସମସ୍ତ ଜିନିଷ ବିମାନ ୱିଙ୍ଗର ନିର୍ଭରତାର ପ୍ରତୀକ । ନିକଟରେ ଆକାଶା ବିମାନ ନିର୍ମାଣକାରୀ କମ୍ପାନୀ ବୋଇଂକୁ ଉନ୍ନତମାନର ୭୩୭ ମ୍ୟାକ୍ସର ବିମାନ ପାଇଁ ଅର୍ଡର ଦେଇଥିଲା । ଆସନ୍ତା ବର୍ଷ ତଥା ୨୦୨୨ ଆରମ୍ଭରେ କମ୍ପାନୀର ପ୍ରଥମ ଡେଲିଭେରି ହୋଇଯିବ ଓ ଆସନ୍ତା ବର୍ଷ ହିଁ ବିମାନ ସେବା ମଧ୍ୟ ଆରମ୍ଭ ହୋଇଯିବ ।

ତେବେ ଆସନ୍ତା ବର୍ଷ ମାର୍କେଟରେ ଆକାଶା ଏୟାରଲାଇନ ଓ ଜେଟ ଏୟାରୱେ ୨.୦ ନାମକ ଦୁଇଟି ନୂଆ ଏୟାରଲାଇନ ସେବା ଆରମ୍ଭ ହେବାକୁ ଯାଉଛି ବୋଲି କୁହାଯାଉଛି । ଏହାସହ ଟାଟା ଗ୍ରୁପ ଏୟାର ଇଣ୍ଡିଆକୁ ମଧ୍ୟ କିଣି ନେଇଛି, ଯାହାଦ୍ୱାରା ଏୟାର ଟିକେଟ ବହୁତ କମ୍ ହୋଇପାରେ ବୋଲି ଆଶା କରାଯାଉଛି । ଆକାଶା ଏୟାରଲାଇନରେ ଆରବପତି ରାକେଶ ଝୁନଝୁନୱାଲା ୪୦ ପ୍ରତିଶତ ଭାଗୀଦାରୀ ଅଟନ୍ତି । ଏଥିପାଇଁ ଆରମ୍ଭରେ ସେ ପ୍ରାୟ ୨୫୦ କୋଟି ଟଙ୍କାର ନିବେଶ କରିଛନ୍ତି ।

ଦେଶରେ ଶସ୍ତା ବିମାନ ଯାତ୍ରା ଆରମ୍ଭ କରିବା ଏହି ଏୟାରଲାଇନର ପ୍ରକୃତ ଉଦ୍ଦେଶ୍ୟ । ଏହା ଏକ ଅଲଟ୍ରା ଲୋ-କଷ୍ଟ କ୍ଯାରିୟର ହେବ ବୋଲି କୁହାଯାଉଛି । ଅଲଟ୍ରା ଲୋ-କଷ୍ଟ କ୍ଯାରିୟର ଶସ୍ତା ବିମାନ ଯାତ୍ରାର ଏକ ଅନନ୍ୟ ବିକଳ୍ପ ଅଟେ । ଏଥିରେ ଯାତ୍ରୀମାନଙ୍କ ଟିକେଟ ଶସ୍ତା କରିବା ପାଇଁ ସେମାନଙ୍କ ଆବଶ୍ୟକ ଅନୁସାରେ ଜରୁରୀ ସେବା ଉପଲବ୍ଧ କରାଯାଏ ।

ଅଲଗା ସେବା ପାଇଁ ଅଲଗା ଚାର୍ଜ ଦେବାକୁ ହୋଇଥାଏ । ଆଶା କରାଯାଉଛି କି ଯାତ୍ରୀ ମାନଙ୍କ ପାଇଁ ଶୀଘ୍ର ଏୟାରଲାଇନ ସେବା ଶସ୍ତା ହୋଇଯିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।