ଓଡିଶାରେ ପୁଣି ତିନି ଜଣ ଲୋକମାନେ କରୋନା ପଜିଟିବ ହେଲେ, ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୦୩ ପହଞ୍ଚିଲା

କହିବାକୁ ଗଲେ ପୁରା ଭାରତରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଯଦି ଓଡିଶା ବିଷୟରେ ଆମେ କଥା ହେବା ତେବେ ଏଠି ବି ସେହିଭଳି କିଛି ଅବସ୍ଥା ଅଛି । ବର୍ତ୍ତମାନ ସମୟର ଖବର ଅନୁସାରେ ଓଡିଶାରେ ଜଣେ ମହିଳା ସହିତ ତିନି ଜଣ ଲୋକ କରୋନା ପଜିଟିବ ପୃଷ୍ଟି ହୋଇଛନ୍ତି । ଏହା ସହିତ ବର୍ତ୍ତମାନ ଓଡିଶାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ରବିବାର ସୁଧା ୧୦୩ ହୋଇ ଯାଇଛି ।

ସୂଚନା ଏବଂ ଜନସମ୍ପର୍କ ବିଭାଗ କହିଛନ୍ତି କି ଏହି ତିନୋଟି ମାମଲା ସୁନ୍ଦରଗଢ ଜିଲ୍ଲାର ରାଉରକେଲାରୁ ସାମ୍ନାକୁ ଆସୁଛି । ଏଥିରେ ୫୭ ବର୍ଷୀୟ ଜଣେ ମହିଳା ଓ ୨୩ ଏବଂ ୬୦ ବର୍ଷର ଦୁଇ ଜଣ ପୁରୁଷ ସାମିଲ ଅଛନ୍ତି । ସୂଚନା ଏବଂ ଜନସମ୍ପର୍କ ବିଭାଗ ଆଗକୁ କହିଲେ କି ସଂକ୍ରମିତଙ୍କ ସମ୍ପର୍କରେ ଆସିଥିବା ଲୋକମାନଙ୍କୁ ଖୋଜା ଚାଲିଛି ଓ ଏହା ସହିତ ଅନ୍ୟ କେତେକ ପଦକ୍ଷେପ ବି ଗ୍ରହଣ କରାଯାଉଛି ।

ଅଧିକାରୀମାନଙ୍କ ଅନୁସାରେ, ଏଥିରେ ଦୁଇ ଜଣ ଲୋକ କରୋନା ରୋଗୀର ସମ୍ପର୍କରେ ଆସିଥିଲେ । ସେ କହିଲେ କି ୨୫ ଏପ୍ରିଲରେ ମୋଟ ୨୨୧୭ଟି ନୁମନା କୋବିଡ  -୧୯ ପାଇଁ ଯାଞ୍ଚ କରାଯାଇଛି । ରାଜ୍ୟରେ ମୋଟ ୧୦୩ କରୋନା ସଂକ୍ରମିତ ରୋଗୀଙ୍କ ମଧ୍ୟରୁ ୬୮ ଜଣ ରୋଗୀ ବର୍ତ୍ତମାନ ଚିକିତ୍ସା ହେଉଛନ୍ତି ଓ ଅନ୍ୟ ପଟେ ୩୪ ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରି ଯାଇଛନ୍ତି ।

ଅନ୍ୟ ପଟେ ଭୁବନେଶ୍ଵରରେ ୭୨ ବର୍ଷୀୟ ବ୍ୟକ୍ତିର ଏହି ରୋଗ କାରଣରୁ ୬ ଏପ୍ରିଲରେ ନିଧନ ହୋଇଥିଲା । ଆପଣଙ୍କୁ କହିଦେଉଛୁ କି ସବୁଠୁ ଅଧିକ ୪୬ଟି ମାମଲା କେବଳ ଖୋର୍ଦ୍ଦା ଜିଲ୍ଲାରୁ ହିଁ ସାମ୍ନାକୁ ଆସୁଛି । ଏହା ପରେ ଯାଜପୁରରୁ ୧୮, ଭଦ୍ରକରୁ ୧୬, ବାଲେଶ୍ଵରରୁ ୧୦ ଓ ସୁନ୍ଦରଗଢରୁ ୬ଟି ମାମଲା ସାମ୍ନାକୁ ଆସିଛି ।

ଅଧିକାରୀମାନେ କହିଲେ କି ୨୫ ଏପ୍ରିଲ ମଧ୍ୟରାତ୍ରି ପର୍ଯ୍ୟନ୍ତ ୮ ଟି ପ୍ରୟୋଗଶାଳାରେ ମୋଟ ୨୨,୮୧୫ ନମୁନାର ଯାଞ୍ଚ କରାଯାଇଛି । ଏହା ସହିତ ସୁରକ୍ଷା ଦୃଷ୍ଟିରୁ ରାଜ୍ୟ ସରକାର ଭଦ୍ରକ, ଯାଜପୁର ଓ ବାଲେଶ୍ଵରରେ କରୋନାର ମାମଲା ଅଚାନକ ବଢିଯିବା କାରଣରୁ ଏହି ତିନୋଟି ଜିଲ୍ଲାକୁ ଗୁରୁବାର ରାତି ୧୦ ଟା ଠାରୁ ୬୦ ଘଣ୍ଟା ପର୍ଯ୍ୟନ୍ତ ପୁରା ବନ୍ଦ ଲାଗୁ କରାଯାଇଛି । କାରଣ ଏହି ସପ୍ତାହର ଆରମ୍ଭରେ ହିଁ ଏହି ତିନୋଟି ଜିଲ୍ଲାରୁ କରୋନାର ୩୪ଟି ମାମଲା ସାମ୍ନାକୁ ଆସି ସାରିଛି ।