ପାଠ ପଢାଉ ପଢାଉ ଶିକ୍ଷକର ଖରାପ ହେଲା ନିୟତ, ହାତ ଧରି କହିଲା– ସାଙ୍ଗରେ ଚାଲ ନହେଲେ

ଶିକ୍ଷକ ଓ ଛାତ୍ରମାନଙ୍କ ସମ୍ପର୍କ ଏକ ଏମିତି ସମ୍ପର୍କ ଅଟେ ଯେଉଁଥିରେ ଭଲ ପାଇବା, ମାନ ସମ୍ମାନ ଇତ୍ୟାଦି ଥାଏ । କିନ୍ତୁ ଦୁଃଖର କଥା ଏହା ଅଟେ କି ଆଜି କେତେକ ଶିକ୍ଷକ ନିଜ ସ୍ଥାନର ଭୁଲ ଉପଯୋଗ କରୁଛନ୍ତି । ଏମାନେ ପିଲାମାନଙ୍କ ଭବିଷ୍ୟକୁ ଠିକ କରିବା ପରିବର୍ତ୍ତେ ତାକୁ ଖରାପ କରିବାରେ ଲାଗିଛନ୍ତି । ନିଜ ଠାରୁ ଶିକ୍ଷା ପ୍ରାପ୍ତ କରିବାକୁ ଆସିଥିବା ଛାତ୍ରୀକୁ ଖରାପ ନଜରରେ ଦେଖୁଛନ୍ତି । ଶିକ୍ଷକର ନାମକୁ ବଦନାମ କରୁଥିବା ଏମିତି ହିଁ ଏକ ମାମଲା ବିହାର ଭାଗଲପୁର ଜିଲ୍ଲାରୁ ସାମ୍ନାକୁ ଆସୁଛି ।

ଏଠି ଏକ ଟ୍ୟୁସନ ଟିଚରକୁ ନିଜର ଏକ ଛାତ୍ରୀକୁ ପଢାଇବା ମଧ୍ୟରେ ଛାତ୍ରୀ ସହ ଟିଚରକୁ ପ୍ରେମ ହୋଇଗଲା । ଏହା ପରେ ଶିକ୍ଷକ ଜଣକ ସେହି ଛାତ୍ରୀକୁ ହାସଲ କରିବା ପାଇଁ ଏକ ବହୁତ ହିଁ ଲଜ୍ୟାଜନକ କାମ କରିଦେଲା । କହିବାକୁ ଗଲେ ମିଳିଥିବା ସୂଚନା ଅନୁସାରେ ଏହି ପୁରା ଘଟଣା ବିହାରର ଭାଗଲପୁର ଜିଲ୍ଲାର ଇଶାକଚକ ଥାନା କ୍ଷେତ୍ରର ଅଟେ । ଏଠି ଏକ ଝିଅ ଟ୍ୟୁସନ ପାଇଁ ଏକ ଯୁବକ ପାଖକୁ ସବୁଦିନ ପଢିବାକୁ ଯାଉଥିଲା । ଏହା ପରେ କିଛି ଦିନ ମଧ୍ୟରେ ହିଁ ଟିଚରକୁ ସେହି ଛାତ୍ରୀ ସହ ଏକ ତରଫା ପ୍ରେମ ହୋଇଗଲା । ଏହା ପରେ ଶିକ୍ଷକ ଜଣକ ସେହି ଝିଅର ମୋବାଇଲକୁ ଖରାପ ଖରାପ ମ୍ୟାସେଜ କରିବାକୁ ଲାଗିଲା ।

ଏହା ପରେ ଝିଅ ଜଣକ ଟ୍ୟୁସନ ଯିବା ବନ୍ଦ କରିଦେଲା । କିନ୍ତୁ ଟିଚରକୁ ଏହି କଥା ହଜମ ହେଲା ନାହିଁ ଓ ସେ ସବୁଦିନ ସେହି ଝିଅର ପିଛା କରିବାକୁ ଲାଗିଲା । ଏହା ପରେ ଗତ ମଙ୍ଗଳବାର ଦିନ ଯେତେବେଳେ ଝିଅଟି ରିକ୍ସାରେ ନିଜ ଘରକୁ ଯାଉଥିଲା ତେବେ ଟିଚର ଘୁରାଣ ପୀରବାବା ଚୌକ ପାଖାପାଖି ଜବରଦସ୍ତ ସେହି ରିକ୍ସାରେ ବସିଗଲା । ଏହି କଥାରେ ରାଗି ଯାଇ ଯେମିତି ହିଁ ଝିଅ ରିକ୍ସାରୁ ଓଲ୍ହାଇଛି ତେବେ ଟିଚର ସଙ୍ଗେ ସଙ୍ଗେ ତାହାର ହାତ ଧରି ନେଲା ଓ କହିଲା କି ମୋ ସହିତ ସୈଂଡିସ କମ୍ପାଉଂଡ ପର୍ଯ୍ୟନ୍ତ ଚାଲ ।

ଟିଚର ଝିଅକୁ ଏହା ବି ଧମକ ଦେଲା କି ଯଦି ସେ ତାହା ସହିତ ନ ଯିବ ତେବେ ସେ ତାକୁ ବଦନାମ କରିଦେବ । ଏହି କଥାରେ ରାଗି ଯାଇ ଝିଅଟି ମଝି ରାସ୍ତାରେ ଟିଚରକୁ ଏକ ଚାପୁଡା ମାରିଦେଲା । ଏହା ପରେ ଏହାକୁ ଦେଖି ସେଠି କିଛି ଲୋକମାନେ ଏକତ୍ରିତ ହୋଇଗଲେ ଓ ଟିଚରକୁ ମାରି ମାରି ଶେଷରେ ପୋଲିସରେ ଦେଇ ଦେଲେ । ପୀଡ଼ିତା ଝିଅ ପୋଲିସକୁ କହିଲା କି ଟିଚର ବାରମ୍ବାର ତାକୁ ହଇରାଣ କରୁଥିଲା ।

ତାହା ସହିତ ଖରାପ ବ୍ୟବହାର କରୁଥିଲା ଓ ମୋବାଇଲରେ ଖରାପ ଖରାପ ମ୍ୟାସେଜ ବି କରୁଥିଲା । ଅନ୍ୟ ପଟେ ଟିଚର ନିଜ ବୟାନରେ କହିଲା ଝିଅ ଓ ସେ ଦୁଇ ଜଣ ପରସ୍ପରକୁ ବହୁତ ପ୍ରେମ କରନ୍ତି । କିନ୍ତୁ ଝିଅର କହିବା ଅଟେ କି ସେ ତାକୁ ଭଲ ପାଏ ନାହିଁ । ଏହା ତାହାର ଏକ ତରଫା ପ୍ରେମ ଅଟେ । ପୋଲିସ ବର୍ତ୍ତମାନ ଦୁଇ ପକ୍ଷର ବୟାନ ଆଧାରରେ ଏହି ମାମଲାର ଯାଞ୍ଚ ଆରମ୍ଭ କରି ଦେଇଛି ।