ରାଜ୍ୟ ସରକାରଙ୍କ ବଡ ଘୋଷଣା, କାଲି ରାତି 9 ଟା ରୁ 31 ଜୁଲାଇ ପର୍ଯ୍ୟନ୍ତ ରାଜ୍ୟର ଏହି 4 ଟି ଜିଲ୍ଲାରେ ଲକଡାଉନ, ଜାଣନ୍ତୁ କଣ ରହିଛି ଲକଡାଉନର ନିୟମ

କରୋନାର ବଢୁଥିବା ସଂକ୍ରମଣ କୁ ନଜରରେ ରଖି ରାଜ୍ୟ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି । କହିବାକୁ ଗଲେ ରାଜ୍ୟରେ ପ୍ରତିଦିନ କରୋନା ସଂକ୍ରମଣ ନୂଆ ରେକର୍ଡ କରୁଛି ଯାହାକୁ ରୋକିବା ସରକାରଙ୍କ ପାଇଁ କଷ୍ଟ ସାଧ୍ୟ ହୋଇ ଯାଇଛି । ତେଣୁ ଆଜି ସରକାର ଏକ ନିଷ୍ପତ୍ତି ନେଇଛନ୍ତି । ତାହା ହେଲା କାଲି ରାତି ୯ ଟା ରୁ ୧୪ ଦିନ ପାଇଁ ରାଜ୍ୟର ୪ ଟି ଜିଲ୍ଲାରେ ଲକ ଡାଉନ ରହିବ । ସେଗୁଡିକ ହେଲା ଗଞ୍ଜାମ, ଖୋର୍ଦ୍ଧା, ଯାଜପୁର ଓ କଟକ ।

କାଲି ରାତି ୯ ଟାରୁ ୩୧ ଜୁଲାଇ ପର୍ଯ୍ୟନ୍ତ ଲକଡାଉନ ଜାରି ରହିବ । ଗଞ୍ଜାମ, ଖୋର୍ଦ୍ଧା, ଯାଜପୁର ଓ କଟକ ରେ ସର୍ବାଧିକ ପଜିଟିଭ ଚିହ୍ନଟ ହୋଇଥିବାରୁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ମୁଖ୍ୟ ଶାସନ ସଚିବ ଏ ବିଷୟରେ ପ୍ରେସମିଟ ରେ ସୂଚନା ଦେଇଛନ୍ତି । ଏହି ଲକଡାଉନ କଡାକଡି ଭାବେ ପାଳନ କରାଯିବ ।

ଏହି ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ ର ଦୋକାନ ସବୁ ଖୋଲା ରହିବ କିନ୍ତୁ ଏଗୁଡିକ ଗୋଟିଏ ନିର୍ଦ୍ଧିଷ୍ଟ ସମୟ ପାଇଁ ଖୋଲା ରହିବ । ଏହି ସବୁ ଦୋକାନ ସକାଳ ୬ ରୁ ଦିନ ୧ ଟା ଯାଏ ଖୋଲିବ । ଆତ୍ୟାବଶ୍ୟକ ସାମଗ୍ରୀ କିଣିବା ସମୟରେ ସମସ୍ତେ ସାମାଜିକ ଦୂରତା ରକ୍ଷା କରିବବେ । କୃଷି ଓ ମତ୍ସ୍ୟ ଚାଷ କାର୍ଯ୍ୟ ଲକଡାଉନ ସମୟରେ ଚାଲୁ ରହିବ । ପୂର୍ବ ପରି ଅଣ୍ଡା, ମାଛ, ମାଂସ ର ହୋମ ଡେଲିଭରି କରାଯିବ ।

ଲକଡାଉନ ସମୟରେ ପେଟ୍ରୋଲ ପମ୍ପ ଖୋଲା ରହିବ । ଏହି ସମୟରେ ଦୋକାନ ବଜାର, ଅଫିସ ବିଭିନ୍ନ ଅନୁଷ୍ଠାନ ବନ୍ଦ ରହିବ । ଏହି ସମୟରେ ପେଟ୍ରୋଲ ପମ୍ପ ଖୋଲା ରହିବ । ଲକଡାଉନ ସମୟରେ ଅତ୍ୟାବଶ୍ୟକ ସେବା ଯୋଗାଇ ଦିଆଯିବ । ଏହା ସହିତ ରାଉରକେଲାର ପୌରାଞ୍ଚଳ ମଧ୍ୟ ଲକଡାଉନ ରହିବ । ଦେଶର ସବୁ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ଧନ୍ୟବାଦ ।