ଫ୍ୟୁଚର ମାର୍କେଟରେ ସୁନାର ଦାମ ପୁଣି ଥରେ ଖସିଲା ତଳକୁ, ଚାନ୍ଦି ବି ଖସିଲା, ଜାଣନ୍ତୁ ବର୍ତ୍ତମାନର ରେଟ….

ଫ୍ୟୁଚର ମାର୍କେଟରେ ସୁନାର ଦାମ ଗୁରବାର ସକାଳେ ତଳକୁ ଖସି ଯାଇଛି । ଏମସୀଏକ୍ସ ଏକ୍ସଚେଂଜ ଉପରେ ୫ ଅଗଷ୍ଟ ୨୦୨୦ରେ ସୁନାର ଫ୍ୟୁଚର ମାର୍କେଟର ଦାମ ଗୁରୁବାର ସକାଳେ ୯ : ୩ ମିନିଟରେ ୪୯ ଟଙ୍କା ତଳକୁ ଖସିବା ସହିତ ୪୯,୧୧୦ ଟଙ୍କା ପ୍ରତି ୧୦ ଗ୍ରାମରେ ଟ୍ରେଣ୍ଡରେ ରହିଥିଲା । ଏହା ଛଡା ୫ ଅକ୍ଟୋବର ୨୦୨୦କୁ ସୁନାର ଫ୍ୟୁଚର ମାର୍କେଟର ଦାମ ଗୁରୁବାର ସକାଳେ ୯ : ୨୧ ମିନିଟରେ ଏମସୀଏକ୍ସ ଉପରେ ୨୪ ଟଙ୍କା ତଳକୁ ଖସି ୪୯,୨୮୦ ଟଙ୍କା ପ୍ରତି ୧୦ ଗ୍ରାମରେ ଟ୍ରେଣ୍ଡ କରୁଥିଲା ।

ଅନ୍ୟ ପଟେ ୪ ଡିସେମ୍ବର ୨୦୨୦ର ସୁନାର ଫ୍ୟୁଚର ମାର୍କେଟର ଦାମ ଗୁରୁବାର ସକାଳେ ୯ : ୪୧ ମିନିଟରେ ୨୦ ଟଙ୍କା ତଳକୁ ଖସି ୪୯,୪୦୦ ଟଙ୍କା ପ୍ରତି ୧୦ ଗ୍ରାମ ଉପରେ ଟ୍ରେଣ୍ଡ କରୁଥିଲା ।

ସୁନା ସହିତ ହିଁ ଚାନ୍ଦିର ଦାମରେ ବି ଗୁରୁବାର ସକାଳେ ଘରେଲୁ ବଜାରରେ ତଳକୁ ଖସିବାର ଦେଖା ଯାଇଛି । ଏମସୀଏକ୍ସ ଉପରେ ଗୁରୁବାର ସକାଳେ ୯ : ୧୧ ମିନିଟରେ ୪ ଡିସେମ୍ବର ୨୦୨୦ର ଚାନ୍ଦିର ଦାମ ୬୭ ଟଙ୍କା ତଳକୁ ଖସିବା ସହିତ ୫୨,୯୯୧ ଟଙ୍କା ପ୍ରତି କିଲୋଗ୍ରାମ ଉପରେ ଟ୍ରେଣ୍ଡ କରୁଥିଲା । ଗ୍ଲୋବାଲ ବଜାରରେ ଗୁରୁବାର ସକାଳେ ଚାନ୍ଦିର ଫ୍ୟୁଚର ମାର୍କେଟ ଓ ସ୍ପଟ ମାର୍କେଟ ଦୁଇଟିରେ ହିଁ ଦାମ କମ ହେଉଥିବାର ଦେଖା ଯାଇଛି ।

ଫ୍ୟୁଚର ମାର୍କେଟ ବାଜାରରେ ଏହିଭଳି ଠିକ ହୋଇଥାଏ ସୁନାର ଦରଦାମ

ସୁନାର ବ୍ୟାପାର ଦୁଇ ପ୍ରକାରର ହୋଇଥାଏ । ଗୋଟିଏ ସ୍ପଟ ମାର୍କେଟ ଓ ଦ୍ଵିତୀୟ ଫ୍ୟୁଚର ମାର୍କେଟ । ଫ୍ୟୁଚର ମାର୍କେଟ କାରୋବାର କମୋଡିଟୀ ଏକ୍ସଚେଂଜ ଉପରେ କରା ଯାଇ ଥାଏ । ଫ୍ୟୁଚର ମାର୍କେଟରେ ଜିନିଷକୁ ଡିଜିଟାଲ ମାଧ୍ୟମରେ ବିକ୍ରି ଓ କ୍ରୟ କରାଯାଏ । ଫ୍ୟୁଚର ମାର୍କେଟରେ ଜିନିଷକୁ ପୁରୁଣା ଓ ନୂଆ ଦାମର ଆଧାରରେ ଭବିଷ୍ୟତର ଦାମରେ ଡିଲ କରାଯାଇଥାଏ । ଏହି ବଜାରରେ ଏକ ସଠିକ ତାରିଖ ପର୍ଯ୍ୟନ୍ତ ଡିଲ ହୋଇଥାଏ । ଫ୍ୟୁଚର ମାର୍କେଟର ସିଧା ପ୍ରଭାବ ସ୍ପଟ ମାର୍କେଟ ଉପରେ ପଡିଥାଏ । ସ୍ପଟ ମାର୍କେଟ ଓ ଫ୍ୟୁଚର ମାର୍କେଟର ଜିନିଷର ଦାମରେ ଅଧିକ ଅନ୍ତର ବି ନ ଥାଏ ।

ସୁନାର ଗ୍ଲୋବାଲ ରେଟ

ଅନ୍ତରାଷ୍ଟ୍ରୀୟ ବଜାରରେ ଗୁରୁବାର ଦିନ ସକାଳେ ସୁନାର ଫ୍ୟୁଚର ମାର୍କେଟର ଦାମ ତଳକୁ ଖସିଛି ଓ ସ୍ପଟ ମାର୍କେଟରେ ସୁନାର ଦାମ ବଢିଛି । ବ୍ଲୂମବର୍ଗ ଅନୁସାରେ ଗୁରୁବାର ସକାଳେ କମେକ୍ସ ଉପରେ ସୁନାର ଗ୍ଲୋବାଲ ଫ୍ୟୁଚର ମାର୍କେଟର ଦାମ ୦.୦୧ ପ୍ରତିଶତ କିମ୍ବା ୦.୨୦ ଡଲାର ତଳକୁ ଖସିବା ସହିତ ୧୮୧୩.୬୦ ଡଲାର ପ୍ରତି ୧୦ ଗ୍ରାମରେ ଟ୍ରେଣ୍ଡ କରୁଥିଲା । ଅନ୍ୟ ପଟେ ସୁନାର ଗ୍ଲୋବାଲ ସ୍ପଟ ମାର୍କେଟର ଦାମ ଗୁରୁବାର ସକାଳେ ୦.୦୩ ପ୍ରତିଶତ କିମ୍ବା ୦.୫୫ ଡଲାର ବଢିବା ସହିତ ୧,୮୧୦.୮୪ ଡଲାର ପ୍ରତି ୧୦ ଗ୍ରାମରେ ଟ୍ରେଣ୍ଡ କରୁଥିଲା ।

ଚାନ୍ଦିର ଗ୍ଲୋବାଲ ରେଟ

ଗ୍ଲୋବାଲ ବଜାରରେ ଚାନ୍ଦିର ଦାମ ବିଷୟରେ କଥାବାର୍ତ୍ତା କରିବା ତ, ଗୁରୁବାର ସକାଳେ କମେକ୍ସ ଉପରେ ଚାନ୍ଦିର ଗ୍ଲୋବାଲ ରେଟର ଦାମ ୦.୦୩ ପ୍ରତିଶତ କିମ୍ବା ୦.୦୧ ଡଲାର ସହିତ ୧୯.୭୬ ଡଲାର ପ୍ରତି ୧୦ ଗ୍ରାମରେ ଟ୍ରେଣ୍ଡ କରୁଥିଲା । ଅନ୍ୟ ପଟେ ଚାନ୍ଦିର ଗ୍ଲୋବାଲ ସ୍ପଟ ମାର୍କେଟ ଏହି ସମୟରେ ୦.୪୧ ପ୍ରତିଶତ ୦.୦୮ ଡଲାର ତଳକୁ ଖସିବା ସହିତ ୧୯.୩୭ ଡଲାର ପ୍ରତି ୧୦ ଗ୍ରାମରେ ଟ୍ରେଣ୍ଡ କରୁଥିଲା ।

ସାଙ୍ଗମାନେ ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।