ଆଜିର ରାଶିଫଳ, 17 ଜୁଲାଇ 2020, ଶୁକ୍ରବାର, ଆଜି ବନୁଛି ଶୁଭ ଯୋଗ, ମା ଦୂର୍ଗାଙ୍କ କୃପାରୁ ଏହି ୫ଟି ରାଶିର ହେବ ପ୍ରଚୁର ଲାଭ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧୭ ଜୁଲାଇ ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ବହୁତ ବାଧା ଓ ସମସ୍ୟା ଆପଣଙ୍କ ରାସ୍ତାରେ ଆସିପାରେ । କିନ୍ତୁ ଆପଣ ସେହି ସମସ୍ତ ସମସ୍ୟାକୁ ପାର କରି ଆଗକୁ ବଢିବେ । ଆପଣଙ୍କ ଧ୍ୟାନ ଅନ୍ୟ ବ୍ୟକ୍ତିଙ୍କ କାର୍ଯ୍ୟ ଉପରେ ରହିବ । ଆଜିର ଦିନରେ ଭଲ ପରିଣାମ ମିଳିବ । କିଛି ମାମୁଲି ଝଟକା ଲାଗି ପାରେ । ଆପଣଙ୍କ ବ୍ୟବସାୟରେ ଉତ୍କୃଷ୍ଟ ପରିଣାମ ମିଳିବ । ଚାକିରି ଖୋଜୁଛନ୍ତି ତେବେ ଆପଣଙ୍କୁ ସଫଳତା ମିଳିପାରେ । ଏହି ସମୟରେ ଆପଣଙ୍କ ବ୍ୟବସାୟ ବି ବଢିବ । ଆପଣଙ୍କ ଆତ୍ମବିଶ୍ଵାସ ବଢିବ । କୌଣସି ବଡ ସମସ୍ୟାର ସାମ୍ନା କରି ପାରନ୍ତି । ଯଦି ଆପଣ ଦୁର୍ଘଟଣା ସମ୍ବନ୍ଧିତ ସ୍ଥାନ ଉପରେ କାର୍ଯ୍ୟ କରୁଛନ୍ତି ତେବେ ଆପଣଙ୍କୁ ସାବଧାନ ରହିବାକୁ ହେବ ।

ବୃଷ

ଆର୍ଥିକ ଲାଭ ପ୍ରାପ୍ତି ହେବ । ସଫଳତା ମିଳିପାରେ । ଛାତ୍ରମାନଙ୍କ ପାଇଁ ଆଜିର ଦିନ ଶୁଭ ଅଟେ । ଛାତ୍ର ପ୍ରତିଯୋଗୀତା ପରୀକ୍ଷାରେ ଭଲ କରିବେ । ଉଚିତ ସ୍ଥାନରେ ପ୍ରବେଶ ବି କରିବେ । ପାରିବାରିକ ଜୀବନ ସୂଚାରୁ ରୂପରେ ହେବ । କମିଶନ, ଗାଡି ସମ୍ବନ୍ଧିତ ବ୍ୟବସାୟ ଓ କୃଷିରେ ଅତିରିକ୍ତ ଆୟ ପ୍ରାପ୍ତ କରିବେ । ବ୍ୟାପାରରେ ଯୋଜନା ଉପରେ ଅମଳ କରିବେ । ଏହି ସମୟ ଭଲ ରହିବ । ନିଜର ଖର୍ଚ ଉପରେ ଅଙ୍କୁଶ ଲଗାନ୍ତୁ । ମାନସିକ ଚିନ୍ତା ରହିପାରେ । ଯଦି ଆପଣ କାହାକୁ ଟଙ୍କା ଦେଇଛନ୍ତି ତେବେ ତାକୁ ପ୍ରାପ୍ତ କରିବା ପାଇଁ ଚେଷ୍ଟା କରିବେ ।

ମିଥୁନ

ଅଚାନକ ଧନ ପ୍ରାପ୍ତ ହୋଇପାରେ । ସେଥିପାଇଁ ଆପଣ ଯେଉଁ କାର୍ଯ୍ୟ କରୁଛନ୍ତି ସେଥିରେ ଲଗାତର ଆଗକୁ ବଢିବେ । ଯାହା ଦ୍ଵାରା ଆପଣଙ୍କ ସମୟ ଅନୁସାରେ ଭଲ ଲାଭ ମିଳିବ । କୌଣସି ସହଯୋଗୀଙ୍କ ଠାରୁ ଲାଭ ମିଳିପାରେ । କାର୍ଯ୍ୟ ସମ୍ବନ୍ଧିତ ଯାତ୍ରା ବନ୍ଦ ହୋଇପାରେ । କୌଣସି ବି ଯୋଜନା ଉପରେ କାର୍ଯ୍ୟ ଆରମ୍ଭ କରିବେ ଓ ପୁଣି ତାହା ଅନୁସାରେ କାମ କରିବେ । ସମସ୍ତ କାର୍ଯ୍ୟ ପ୍ରତି ଆପଣ ଜାଗୃତ ରୁହନ୍ତୁ ଓ ତାହା ପ୍ରତି ଦାୟିତ୍ଵ ବି ବଢିବ । ଆପଣଙ୍କ ପାଇଁ ସବୁ ଜିନିଷ ଫଳଦାୟକ ହୋଇପାରେ । ଏହି ସମୟରେ ଆପଣଙ୍କୁ ଲାଭ ପ୍ରାପ୍ତି ହେବ । ଯୋଗ ଭଲ ଅଛି ।

କର୍କଟ

ଆପଣଙ୍କ କାରୋବାରେ ପ୍ରଗତି ହେବ । ଯାହା ଦ୍ଵାରା ଆପଣଙ୍କୁ ଆର୍ଥିକ ଲାଭ ମିଳିବ । ଆପଣଙ୍କ ବିଦେଶୀ ସମ୍ବନ୍ଧ ଦ୍ଵାରା ଆର୍ଥିକ ଲାଭ ମିଳିବାର ସମ୍ଭାବନା ଅଛି । ଏହି ସମୟରେ ଆପଣଙ୍କୁ ଆନ୍ତରାଷ୍ଟ୍ରୀୟ କାରୋବାରରେ ସଫଳତା ମିଳିବ । ଏହା ଦ୍ଵାରା ଆପଣଙ୍କ ବିସ୍ତାର ହେବ । ବିଦେଶୀ ବ୍ୟାପାର ସମ୍ବନ୍ଧିତ ଲୋକମାନଙ୍କ ସହ ସାକ୍ଷାତ ହେବ । ନିଜର ନିୟମିତ ଦିନଚର୍ଯ୍ୟା ଖରାପ ହୋଇପାରେ । ଆପଣଙ୍କ ଆର୍ଥିକ ସ୍ଥିତି ମଜବୁତ ରହିବ । କିନ୍ତୁ ଖର୍ଚ ଅଧିକ ହୋଇପାରେ । ଅଚାନକ ଆପଣଙ୍କ ଖର୍ଚ ବଢିପାରେ ।

ସିଂହ

ଆପଣଙ୍କୁ କାର୍ଯ୍ୟସ୍ଥଳରେ ସଫଳତା ମିଳିବ । ଏହା ସହିତ ସହକର୍ମୀମାନଙ୍କ ସହିତ ଆପଣଙ୍କ ସମ୍ପର୍କ ମଜବୁତ ହେବ । ଆପଣ ଶାନ୍ତି ପୂର୍ଣ ରହିବେ । ଆଜି ଆପଣଙ୍କୁ ନିଜର ଶବ୍ଦ ପ୍ରତି ସଚେତନ ରହିବାକୁ ହେବ ।  ଆପଣଙ୍କୁ ଅଚାନକ ଲାଭ ମିଳିପାରେ । ଆପଣଙ୍କ ଜୀବନସାଥୀଙ୍କ ସ୍ୱାସ୍ଥ୍ୟକୁ ନେଇ ଆପଣ ଗମ୍ଭୀର ଚିନ୍ତାରେ ରହିବେ । ଆର୍ଥିକ ମାମଲାରେ ଆପଣଙ୍କୁ କିଛି ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜର ସମ୍ପର୍କୀୟମାନଙ୍କ ସହ ବାଦ ବିବାଦ ହୋଇପାରେ । ଆପଣଙ୍କ ଶତ୍ରୁ ଆପଣଙ୍କ ଚିନ୍ତା ବଢାଇବେ ।

କନ୍ୟା

ଆର୍ଥିକ ସମୃଦ୍ଧି ପ୍ରାପ୍ତ ହେବ । ଆପଣଙ୍କୁ ଗଣେଶଙ୍କ ଆଶୀର୍ବାଦ ପ୍ରାପ୍ତ ହେବ । ଆପଣଙ୍କ ପାଖାପାଖି ଲୋକମାନେ ଓ ବନ୍ଧୁମାନେ କିଛି ମହତ୍ଵପୂର୍ଣ ନିଷ୍ପତି ନେବାରେ ଆପଣଙ୍କ ସାହାର୍ଯ୍ୟ କରିବେ । ଆପଣଙ୍କୁ କିଛି ସମସ୍ୟାର ସାମ୍ନା କରିବାକୁ ପଡିପାରେ । କିନ୍ତୁ ଅନ୍ତତଃ ଜିନିଷ ଆପଣଙ୍କ ପାଖରେ ରହିବ । ପ୍ରତିଦିନ ଗତିବିଧି ଉପରେ ଆପଣଙ୍କ ଧ୍ୟାନ କେନ୍ଦ୍ରିତ ହେବ ଓ ସକାରାତ୍ମକ କଥାବାର୍ତ୍ତା କରିବେ । ଶେୟାର ମାରକେଟରେ ନିବେଶ କରିବା ପାଇଁ ଏହି ସମୟ ଭଲ ଅଟେ । ନିବେଶ କରିବା ପାଇଁ ସଠିକ ସମୟ ଅଟେ ।

ତୁଳା

କାମ କାର୍ଯ୍ୟ କ୍ଷେତ୍ରରେ ସଫଳତା ପ୍ରାପ୍ତ ହୋଇପାରେ । ଯଦି ଆପଣ କାର୍ଯ୍ୟର ଓ ବ୍ୟବସାୟକୁ ଭଲ ଦିଗରେ ଗତି କରାଇବେ ତେବେ ଆର୍ଥିକ ସ୍ଥିତି ଅନୁକୂଳ ରହିବ । ଆଜିର ଦିନ ଆପଣଙ୍କୁ ଚତୁର୍ପାର୍ଶ୍ୱରୁ ଖୁସି ମିଳିବ । ବ୍ୟବସାୟିକ ରୂପରେ ଆପଣ ସକ୍ରିୟ ଓ ସତର୍କ ରୁହନ୍ତୁ । ଜ୍ଞାନ ଓ ସୂଚନା ଏକାଠି କରିଲେ ଭଲ ପ୍ରଗତି କରିବେ । ନିଜର ମାନ ସମ୍ମାନରେ କୌଣସି ଅସୁବିଧା ଆସି ପାରେ ନାହିଁ । ନିଜକୁ କୌଣସି ବି ପ୍ରକାରରେ ବିବାଦରେ ପକାନ୍ତୁ ନାହିଁ । ହସିବା ଦ୍ଵାରା ଆପଣଙ୍କ ସମ୍ପର୍କ ଖରାପ ହୋଇପାରେ ।

ବିଚ୍ଛା

ଆପଣଙ୍କ ସହକର୍ମୀ ଆପଣଙ୍କ ସହଯୋଗ କରିବେ । ଭାଇ ବନ୍ଧୁଙ୍କ ସହ ସମୟ ବ୍ୟତିତ କରିବେ । ଗାଡି ଇତ୍ୟାଦି ସୁବିଧା ପ୍ରାପ୍ତ ହେବ । କିଛି କାର୍ଯ୍ୟରେ ଅଳ୍ପ ସମୟ ଲାଗିପାରେ । ପରସ୍ପର ଉପରେ ବିଶ୍ଵାସ ରଖନ୍ତୁ । ପ୍ରେମ ମାମଲାରେ ସମୟ ଅନୁକୂଳ ନୁହେଁ । ସେଥିପାଇଁ ଏହି ସମୟରେ ନିଜର ପ୍ରେମକୁ ବୁଝିବାକୁ ଚେଷ୍ଟା କରନ୍ତୁ । ବ୍ୟବସାୟିକ ଲୋକମାନଙ୍କ ପାଇଁ ଆକସ୍ମିକ ଲାଭ ହୋଇପାରେ । ପରିମାଣ ସ୍ୱରୂପ ଆପଣଙ୍କୁ ବ୍ୟବସାୟରେ ଭଲ ଅଫର ମିଳିବ । କିଛି କାର୍ଯ୍ୟ ପ୍ରତି ଆପଣଙ୍କ ରୁଚି ବଢିବ ।

ଧନୁ

ଅଚଳ ସମ୍ପତ୍ତି ପ୍ରାପ୍ତ ହେବ । ଆପଣ ନିଜର ରୋଗ ପ୍ରତି ଥିବା ଚିନ୍ତା ଦୂର ହୋଇପାରେ । ସମୟ ଅନୁସାରେ କାର୍ଯ୍ୟ କରିବେ । ଆର୍ଥିକ ସ୍ଥିତି ଭଲ ରହିବ । ଯଦି ଆପଣ ଚାକିରି କରୁଛନ୍ତି ତେବେ ଅଚାନକ ଆପଣଙ୍କୁ ଭଲ ପୋଜିସନ ମିଳିପାରେ । ଆର୍ଥିକ ମାମଲାରେ ଆଜିର ଦିନ ଭଲ ଅଟେ । ନିବେଶ ଓ ସେଭିଙ୍ଗ ଯୋଜନା କରିବେ । ଜୀବନସାଥୀଙ୍କ ସହିତ ଆପଣ କେଉଁ ଦୂର ସ୍ଥାନକୁ ବୁଲିବାକୁ ଯାଇ ପାରନ୍ତି । ଆପଣ ଯେଉଁ ବି କାର୍ଯ୍ୟ କରୁଛନ୍ତି ସେଥିରେ ଆପଣଙ୍କୁ ଆପଣଙ୍କ ପରିବାର ସାଥ ମିଳିବ ।

ମକର

ପାର୍ଟନରଶୀପ ଦ୍ଵାରା ଆପଣଙ୍କୁ କିଛି ଭଲ ଲାଭ ମିଳିବ । ଆପଣଙ୍କ ଆର୍ଥିକ ସ୍ଥିତି ମଜବୁତ ହୋଇପାରେ ।  ବୟସ୍କ ଲୋକମାନଙ୍କ ସହ ସମ୍ପର୍କ ଭଲ ରହିବ । ଏହି ସମୟରେ ଏମିତି କୌଣସି ବି କାର୍ଯ୍ୟ କରନ୍ତୁ ନାହିଁ ଯାହା ଦ୍ଵାରା ଆପଣଙ୍କ ପିତା ମାନସିକ ଚିନ୍ତାରେ ରହିବେ । ଧନ ମାମଲାରେ ଆପଣଙ୍କ କୌଣସି ବ୍ୟକ୍ତିଙ୍କ ଠାରୁ ସାହାର୍ଯ୍ୟ ନେଇ ପାରନ୍ତି । ଏହା ସହିତ ଟଙ୍କା ମାମଲାରେ କାହା ଉପରେ ବିଶ୍ଵାସ ବି କରନ୍ତି ନାହିଁ । ଯଦି ଆପଣ ଖର୍ଚ କଣ୍ଟ୍ରୋଲ କରି ପାରୁ ନାହାନ୍ତି ତେବେ ଆପଣ ସଙ୍କଟରେ ପଡି ପାରନ୍ତି ।ଆପଣଙ୍କୁ ପରିବାରର ପୁରା ସହଯୋଗ ମିଳିବ ।

କୁମ୍ଭ

ଯଦି ପୈତୃକ ସମ୍ପତ୍ତି ମାମଲାରେ ଆସୁଥିବା ସମସ୍ୟା ଦୂର ହୋଇଯିବ । ଶାନ୍ତି ପୂର୍ଣ ସମ୍ବନ୍ଧ ରହିବ । ଆପଣଙ୍କୁ ସନ୍ତୁଷ୍ଟି ମିଳିବ । ଯଦି ଆପଣ ନିଜର ଚାକିରିରେ ସଫଳତା ପ୍ରାପ୍ତ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ କଠିନ ପରିଶ୍ରମ କରିବାକୁ ପଡିବ । ସ୍ୱାସ୍ଥ୍ୟ ଭଲ ରହିବ । ଆଧ୍ୟାତ୍ମିକ ଗୁରୁ ଆପଣଙ୍କ ସାହାର୍ଯ୍ୟ କରିବେ । ବନ୍ଧୁ ଓ ପରିବାର ସଦସ୍ୟମାନଙ୍କ ସାହାର୍ଯ୍ୟ ମିଳିବ । ଜୀବନରେ ଚାଲୁଥିବା ଦୁଖ ଦୂର ହୋଇଯିବ ।

ମୀନ

କାର୍ଯ୍ୟ ସ୍ଥଳରେ ଝଗଡା କରିବା ଠାରୁ ଦୂରେଇ ରୁହନ୍ତୁ । ଏହା ଏକ ଖରାପ ସମୟ ବି ହୋଇପାରେ କାରଣ ଆପଣଙ୍କ ଏହି ସମୟରେ ନିନ୍ଦା ହୋଇପାରେ ଓ ଅପମାନର ବି ଶିକାର ହୋଇ ପାରନ୍ତି । ସନ୍ତାନ ପ୍ରାପ୍ତି ଏବଂ ସନ୍ତାନଙ୍କ ବିବାହ ସମ୍ବନ୍ଧ ଠିକ ହେବା ଦ୍ଵାରା ପରିବାରରେ ସୁଖମୟ ସ୍ଥିତି ରହିବ । ପରିବାରର ସଦସ୍ୟ ଆପଣଙ୍କୁ ଉପଦେଶ ଦେବେ । ପାରିବାରିକ ସଦସ୍ୟଙ୍କ ସହ ଭଲ ବ୍ୟବହାର କରି ସମୟ ଅତିବାହିତ କରନ୍ତୁ । ସମୟ ପରିସ୍ଥିତି ଅନୁସାରେ ଭଲ ଲାଭ ପ୍ରାପ୍ତ ହୋଇପାରେ । ଦୈନିକ ରାଶିଫଳ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।