ରାଜ୍ୟରେ ବେଶ ପାୱାରଫୁଲ୍ ଅଛନ୍ତି ଏହି 5P, ରାଜ୍ୟ ଶାସନ କ୍ଷମତା ଏମାନଙ୍କ ହାତରେ ? ଏବେ ରାଜ୍ୟରେ 5T ନା 5P ର ସରକାର ?

ରାଜ୍ୟରେ ଏବେ କାହା ସରକାର ଚାଲିଛି ? 5T ନା 5P ର ସରକାର ଚାଲିଛି ? ରାଜ୍ୟର ସବୁ କ୍ଷମତା ଏବେ 5P ଙ୍କ ପାଖରେ ରହିଛି । ଏହି 5P ଏବେ ରାଜ୍ୟରେ ଖୁବ ପାୱାରଫୁଲ ଅଛନ୍ତି । ରାଜ୍ୟ ଶାସନର କ୍ଷମତା ଏବେ ଏମାନଙ୍କ ହାତରେ ରହିଛି । କହିବାକୁ ଗଲେ ଏହି 5P ହିଁ ସବୁକିଛି ଚଳାଉଛନ୍ତି । ଆପଣ 5T କଥା ଶୁଣିଥିବେ, ହେଲେ ଭାବୁଥିବେ ଏହି 5P ପୁଣି କଣ ? ତେବେ ଆମେ କହୁଛୁ ଭି. କେ ପାଣ୍ଡିଆନ, ପିନାକୀ ମିଶ୍ର, ପ୍ରୀତି ରଞ୍ଜନ ଘଡେଇ, ପ୍ରତାପ ଦେବ ଏବଂ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ରଙ୍କ ବିଷୟରେ ।

ଭି. କେ ପାଣ୍ଡିଆନ ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଅଙ୍କ ବ୍ୟକ୍ତିଗତ ସଚିବ । ସେ ରାଜ୍ୟର ଅନ୍ଯତମ କ୍ଷମତା କେନ୍ଦ୍ର । କାରଣ ସମସ୍ତ ସଚିବ ଓ ମନ୍ତ୍ରୀମାନେ ତାଙ୍କ କଥାକୁ ଗୁରୁତର ସହ ନିଅନ୍ତି । ପାଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କ ଅତି ପାଖ ଲୋକ, ରାଜ୍ୟ ଶାସନରେ ତାଙ୍କ ଅଖଣ୍ଡ କ୍ଷମତା ରହିଛି । ସରକାରଙ୍କ ସବୁ ନିଷ୍ପତ୍ତିରେ ପ୍ରମୁଖ ଭୂମିକା ଗ୍ରହଣ କରନ୍ତି ପାଣ୍ଡିଆନ । ବିଜେଡିର ନେତାମାନେ ମଧ୍ୟ ତାଙ୍କୁ ଖୁବ ମାନନ୍ତି । ଲୋକସଭା ସାଂସଦ ପିନାକୀ ମିଶ୍ର ହେଉଛନ୍ତି ଦିଲ୍ଲୀ ଦରବାରରେ ବିଜେଡିର ଛବି ତଥା ସରକାରଙ୍କ ସଙ୍କଟ ମୋଚକ ।

ଯେତେବେଳେ ଶ୍ରୀମନ୍ଦିର କରିଡର ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା ସେତେବେଳେ ପିନାକୀ ବାବୁ କଳା କୋଟ୍ ପିନ୍ଧି ସରକାରଙ୍କ ବିରୋଧୀଙ୍କ ପ୍ରତିବାଦ କଲେ । କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଏକ ସେତୁ ଭଳି କାର୍ଯ୍ୟ କରନ୍ତି ପିନାକୀ ମିଶ୍ର । ସେହିପରି ପ୍ରୀତିରଞ୍ଜନ ଘଡେଇ ମଧ୍ୟ ରାଜ୍ୟ ସରକାରଙ୍କ ଜଣେ ଟାଣୁଆ ମନ୍ତ୍ରୀ । ଦିନକୁ ଦିନ ବିଜେଡିର ସାଂଗଠନିକ ସମ୍ପଦମ ପ୍ରଣବ ପ୍ରକାଶ ଦାସ ପାୱାରଲେସ ହେଉଥିବା ବେଳେ ପ୍ରୀତିରଞ୍ଜନ ଘଡେଇ ପାୱାରଫୁଲ ହେଉଛନ୍ତି ।

ପାୱାର କରିଡରରେ ତାଙ୍କ ପାୱାରକୁ ନେଇ ଏବେ ବେଶ ଚର୍ଚ୍ଚା । ଯାଜପୁର ରାଜନୀତିରେ ମଧ୍ୟ ତାଙ୍କ ପତିଆରା ବଢୁଛି । ଆଳି ବିଧାୟକ ପ୍ରତାପ ଦେବ ହେଉଛନ୍ତି ରାଜ୍ୟ ସରକାରଙ୍କ ଶିଳ୍ପ ଓ ଶକ୍ତି ମନ୍ତ୍ରୀ । ସେ ମଧ୍ୟ କ୍ଷମତା କେନ୍ଦ୍ରର ପାଖ ଲୋକ ତଥା ବିରୋଧୀଙ୍କୁ ଜବାବ ଦେବା ଏବଂ କଟାକ୍ଷ କରିବାରେ ବେଶ ମାହିର । ଅନେକ ସମୟରେ ନିଜ ଦଳ ଏବଂ ସରକାରଙ୍କ ପାଇଁ ସୁରକ୍ଷା କବଚ ଭଳି କାମ କରନ୍ତି ।

ସେହିପରି ରାଜ୍ୟସଭାରେ ବିଜେଡିର ନେତା ହେଉଛନ୍ତି ସାଂସଦ ସସ୍ମିତ ପାତ୍ର । ସେ ତୃତୀୟ ମହଲର ଅତି ବିଶ୍ଵସ୍ତ ଏବଂ କାମିକା ନେତା । ସେଥିପାଇଁ ତ ଦ୍ଵିତୀୟ ଥର ପାଇଁ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି । ରାଜ୍ୟ ଶାସନରେ ଏବେ ଏହି ନେତା ମାନଙ୍କର ବେଶ ଦବଦବା ରହିଥିବା ଦେଖିବାକୁ ମିଳୁଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।