ସ୍କୁଟି ସହ ପାଣିରେ ଭାସିଗଲେ ଶିକ୍ଷୟତ୍ରୀ, ଏହି ଭୟଙ୍କର ଦୃଶ୍ୟ ଦେଖିଲେ ଆପଣ ବି ଡରିଯିବେ, ଦେଖନ୍ତୁ video

ବନ୍ୟା ପାଣିର ସ୍ରୋତରେ ଜଣେ ଶିକ୍ଷୟତ୍ରୀ ଭାସି ଯିବାର ଦେଖିବାକୁ ମିଳିଛି । ଶିକ୍ଷୟତ୍ରୀ ଜଣକ ସ୍କୁଟି ନେଇ ଯାଉଥିବା ବେଳେ ତାଙ୍କ ସହ ଏଭଳି ଅଘଟଣ ଘଟିଥିଲା । ଯାହାର ଭିଡିଓ ଏବେ ବେଶ ଭାଇରାଲ ହେବାରେ ଲାଗିଛି । ତେବେ ଯାହା ହେଉ ଶିକ୍ଷୟତ୍ରୀ ଜଣଙ୍କ କିନ୍ତୁ ଅଳ୍ପକେ ବର୍ତ୍ତୀ ଯାଇଛନ୍ତି । କିଛି ସ୍ଥାନୀୟ ଲୋକ ଏହା ଦେଖିବା ପରେ ଶିକ୍ଷୟତ୍ରୀଙ୍କୁ ତୁରନ୍ତ ଉଦ୍ଧାର କରିଛନ୍ତି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ତେଲେଙ୍ଗାନାର ଏକ ଅଞ୍ଚଳରେ ।

ବର୍ଷା ଦିନେ ନଦୀ ନାଳ ଆଦି ସବୁ ଜଳାଶୟ ଗୁଡିକ ଜଳପୂର୍ଣ୍ଣ ହୋଇ ରହିଛି । ଲଗାତାର ବର୍ଷା ଯୋଗୁଁ ନଦୀ ନାଳ ସବୁ ଫୁଲି ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଅନେକ ଲୋକ ଜଳ ଘେରରେ ମଧ୍ୟ ରହୁଛନ୍ତି । ବନ୍ୟା ଯୋଗୁଁ ଅନେକ ଅଘଟଣ ଘଟିବା ନେଇ ମଧ୍ୟ ସାମ୍ନାକୁ ଆସୁଛି । ସାମାନ୍ଯ ଅସାବଧାନତା ହେତୁ ପାଣିରେ ବୁଡି ଜୀବନ ଚାଲିଯିବାର ସମ୍ଭାବନା ରହୁଛି । ଅନେକ ସ୍ଥାନରେ ଜଳ ସ୍ତର କମ୍ ଥିଲେ ମଧ୍ୟ ଜଳ ସ୍ରୋତ ଖୁବ ଅଧିକ ରହୁଛି ।

ଯାହାଫଳରେ ଅଳ୍ପ ପାଣିରେ ମଧ୍ୟ ବଡ ବଡ ଗାଡି ଭାସିଯାଇ ଖାଇକୁ ଖସିପଡୁଛି । ନିକଟରେ ଏଭଳି ଅନେକ ଘଟଣା ସବୁ ଦେଖିବାକୁ ମିଳିଛି । ତେବେ ମହିଳା ଜଣକ ତେଲେଙ୍ଗାନା ଅଞ୍ଚଳର ଜଣେ ଶିକ୍ଷୟତ୍ରୀ । ସେ ନିଜ ସ୍କୁଟି ଯୋଗେ ଏକ ବ୍ରିଜ ଉପର ଦେଇ ଯାଉଥିଲେ । ବ୍ରିଜରେ କିନ୍ତୁ ବନ୍ୟା ଜଳ ସ୍ରୋତ ଖୁବ ଜୋରରେ ଚାଲୁଥିଲା ।

ବ୍ରିଜ ତଳକୁ ଏକ ବିରାଟ ବଡ ଖାଇ ରହିଛି, ଯେଉଁଠି ବନ୍ୟା ଜଳ ବୋହି ଯାଇ ପଡୁଛି । ବ୍ରିଜ ଉପରେ ଜଳ ସ୍ତର କମ୍ ଥିବା ଦେଖି ଶିକ୍ଷୟତ୍ରୀ ଜଣକ ସ୍କୁଟି ସହ ବ୍ରିଜ ପାର କରିଦେବେ ବୋଲି ଭାବିଥିଲେ । କିନ୍ତୁ ସେଠାରେ ବୋହୁଥିବା ଜଳ ସ୍ରୋତ ଖୁବ ପ୍ରଖର ଥିବାରୁ ସ୍କୁଟି ସହ ସେହି ଖାଇ ତଳକୁ ଶିକ୍ଷୟତ୍ରୀ ଖସି ପଡିଥିଲେ । କିନ୍ତୁ ଏହା ତଳେ ଆଉ ଛୋଟ ଏକ ସ୍ଥାନରେ ସେ ଅଟକି ରହି ଯାଇଥିଲେ ।

ଯାହାପରେ କିଛି ସ୍ଥାନୀୟ ଲୋକ ଏହା ଦେଖିବାକୁ ପରେ ତାଙ୍କୁ ସେଠାରୁ ଉଦ୍ଧାର କରି ଉପରକୁ ଆଣିଥିଲେ । ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।