ଚପଲରେ ପିଟିବି କହିଲାରୁ ମା ଝିଅ ଉପରେ ଟ୍ରକ ଚଢାଇଦେଲା ଡ୍ରାଇଭର, ଅପମାନର ଏମିତି ବଦଲା ନେଲା ଜାଣିଲେ ଆପଣଙ୍କ ଲୋମ ଟାଙ୍କୁରି ଯିବ…

ଯାଜପୁରରେ ଘଟିଥିବା ଏକ ମର୍ମନ୍ତୁଦ ଘଟଣାରେ ମା ଓ ଝିଅଙ୍କୁ ଡିପର ଗାଡି ଚଢାଇ ହତୟଆ କରାଯାଇଛି । ଯାହାକି ଏବେ ଚାରିଆଡେ ଚର୍ଚ୍ଚାର ବିଷୟ ସାଜିଛି । ଏହି ମାମଲାରେ ପୋଲିସ ନିଜ ପକ୍ଷରୁ ମାମଲା ରୁଜୁ କରିଛି । ଡିପର ଗାଡି ଚାଳକଙ୍କୁ ଗିରଫ କରିବା ସହ ପୋଲିସ ନିଜ ପକ୍ଷରୁ ଏକ ହତୟଆ ମାମଲା ରୁଜୁ କରିଛି । ଗତ ବୁଧବାର ଦିନ ଯାଜପୁର ଜିଲ୍ଲା ଜେନାପୁର ଥାନା ଅନ୍ତର୍ଗତ ୫୩ ନଂ ଜାତୀୟ ରାଜପଥ ବରଡା ଛକ ନିକଟରେ ଏକ ଡିପର ଧକ୍କାରେ ମା ଓ ଝିଅଙ୍କର ମୃତ୍ୟୁ ହୋଇଥିଲା ।

ଆଉ ଗୁରୁବାର ଦିନ ଏହି ଘଟଣା ଏକ ଭିନ୍ନ ମୋଡ ନେଇଥିଲା । ଡିପର ଚାଳକ ସାମାନ୍ଯ ବଚସାର ଉତ୍ତ୍ୟକ୍ତ ହୋଇ ମା ଓ ଝିଅଙ୍କୁ ଗାଡି ମଡାଇ ଅତି ନିର୍ମମ ଭାବେ ହତୟଆ କରିଥିବା ଘଟଣା ଜାଣିବାକୁ ପାଇଲା ପୋଲିସ । ଯାହାପରେ ନିଜ ପକ୍ଷରୁ ଏକ ହତୟଆ ମାମଲା ରୁଜୁ କରି ସେହି ଡ୍ରାଇଭରକୁ ଗିରଫ କଲା । ମୃତକ ଦୁଇଜଣ ହେଉଛନ୍ତି ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଅଧୀନ ରଥପଡିଆର ଅଶୋକ ଚକ୍ରବର୍ତ୍ତୀଙ୍କ ସ୍ତ୍ରୀ ସ୍ଥିତିକା ଚକ୍ରବର୍ତ୍ତୀ ଏବଂ ତାଙ୍କ ଝିଅ ସୋମାଲି ଚକ୍ରବର୍ତ୍ତୀ ।

ଆଉ ଗିରଫ ଗାଡି ଡ୍ରାଇଭର ଜଣକ ହେଉଛନ୍ତି ସେହି ଥାନା ଅନ୍ତର୍ଗତ ସମ୍ପାଳୁ ପଞ୍ଚାୟତ ଟୋଟାକଣ ଗ୍ରାମର ଅମର ସ୍ଵାଇଁ । ତାଙ୍କୁ ଶୁକ୍ରବାର ଦିନ କୋର୍ଟ ଚାଲାଣ କରାଯାଇଛି । ଆଉ ସବୁଠୁ ବଡ କଥା ହେଉଛି ଡ୍ରାଇଭରଙ୍କୁ ପଚରାଉଚରା କରିବା ପରେ ସେ ନିଜ ଭୁଲ ସ୍ଵୀକାର କରିଥିବା କଥା ସୂଚନା ଦେଇଛନ୍ତି ଏସପି ରାହୁଲ ପିଆର । ମୃତ ସ୍ଥିତିକା ତାଙ୍କ ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ କେନ୍ଦ୍ରପଡା ଯାଇଥିଲେ । ଆଉ ବୁଧବାର ଦିନ ଶୁଦ୍ଧିକ୍ରିୟା ସାରି କେନ୍ଦ୍ରପଡା ଜିଲ୍ଲା ମହାକାଳପଡା ବ୍ଲକରୁ ମା ଝିଅ ଫେରୁଥିଲେ ।

ସ୍କୁଟିରେ ଫେରୁଥିବା ବେଳେ ଆରୁହା ଛକ ନିକଟରେ ଟ୍ରକ ଚାଳକ ଅମରଙ୍କ ସହ ସ୍ଥିତିକା ଓ ସୋମାଲିଙ୍କର ବଚସା ହୋଇଥିଲା । କାରଣ ଏହି ଟ୍ରକଟି ତାଙ୍କୁ ସାଇଟ ମାରିଥିଲା ଓ ରାସ୍ତା ଉପରେ ଟ୍ରକଟିକୁ ଅଟକାଇ ପାଟିତୁଣ୍ଡ କରିଥିଲେ ମା ଝିଅ । ଏମିତିକି ଝିଅ ଜଣକ କାଳେ କହିଥିଲେ କି, ଚପଲରେ ପିଟିବି । ଯେଉଁଥି ପାଇଁ ଅମରଙ୍କ ରାଗ ଚରମ ସୀମାରେ ପହଞ୍ଚି ଯାଇଥିଲା ।

ଆଉ ଏହି ଘଟଣାର ମାତ୍ର ୧୫ରୁ ୨୦ମିନିଟ ପରେ ବରଡା ଛକ ନିକଟରେ ସେମାନଙ୍କୁ ଦେଖି ତାଙ୍କ ଉପରେ ଗାଡି ଚଢାଇ ଦେଇଥିଲା ନୃଶଂସ ଡ୍ରାଇଭର ଅମର । ଫଳରେ ଘଟଣାସ୍ଥଳରେ ହିଁ ମା ଝିଅଙ୍କର ମୃତ୍ୟୁ ହୋଇଥିଲା । ଜାଣିଶୁଣି ଗାଡି ଚଢାଇ ହତୟଆ କରିବା ପରେ ଏହାକୁ ଦୁର୍ଘଟଣାର ରୂପ ଦେବାକୁ ଚେଷ୍ଟା କରିଥିଲା, ହେଲେ ପୋଲିସ ହାତରେ ଧରାପଡିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।