ଧୋକେବାଜ ପ୍ରେମିକକୁ ରାଜସ୍ଥାନରୁ ଖୋଜି ଖୋଜି ଆସିଲା ଗର୍ଭବତୀ ପ୍ରେମିକା, ହେଲେ ପ୍ରେମିକର ଘରଲୋକେ ଯାହା କଲେ ନା… ଦେଖନ୍ତୁ video

ପ୍ରେମିକା ପ୍ରେଗନେଣ୍ଟ ଅଛି ଆଉ ପାଖରେ ରହିଛି ପ୍ରେମିକର ଆଧାରକାର୍ଡ । ଆଉ ସେପଟେ ପେଟରେ ବଢୁଛି ସାତ ମାସର ଛୁଆ । ରାଜସ୍ଥାନରୁ ଓଡିଶା ର କେନ୍ଦ୍ରପଡା ଆଉ ସେଥିରୁ ପଟ୍ଟାମୁଣ୍ଡାଇ ପ୍ରେମିକକୁ ଖୋଜି ଖୋଜି ଆସି ପହଞ୍ଚିଛି ପ୍ରେମିକା । ହେଲେ ଧରାଛୁଆଁ ଦେଉନି ପ୍ରେମିକ । ଓଲଟା ପ୍ରେମିକାକୁ ଅନେକ ନିର୍ଯ୍ୟାତନା ଦେଲେଣି ପ୍ରେମିକର ପରିଜନମାନେ । ଶେଷରେ ଅତିଷ୍ଠ ହୋଇ ଜିଲ୍ଲାପାଳଙ୍କ ଅଫିସ ସାମ୍ନାରେ ଧାରଣା ଦେଇଛନ୍ତି ଏହି ଗର୍ଭବତୀ ପ୍ରେମିକା ।

ପ୍ରେମିକାକୁ ମନ୍ଦିରରେ ବିବାହ ସିନା କଲା ହେଲେ ବିବାହ ପରେ ସ୍ତ୍ରୀ ପ୍ରତି ନିଜ କର୍ତ୍ତବ୍ୟ ଭୁଲିଗଲା ପ୍ରେମିକ । ଆଉ ନ୍ୟାୟ ପାଇଁ ଏବେ ଜିଲ୍ଲାପାଳଙ୍କ ଅଫିସ ସାମ୍ନାରେ ଧାରଣାରେ ବସିଛନ୍ତି ଯୁବତୀ । ମନ୍ଦିରରେ ବିବାହ କରିବା ପରେ ଉଭୟ ଏକାଠି ରହୁଥିଲେ ଓ ଏହା ପୂର୍ବରୁ ମଧ୍ୟ ଯୁବତୀ ଦୁଇଥର ଗର୍ଭବତୀ ହୋଇଛନ୍ତି । କିନ୍ତୁ ଯୁବକଜଣକ ଜୋର ଜବରଦସ୍ତ ତାଙ୍କର ଗର୍ଭ ନଷ୍ଟ କରି ଦେଇଥିଲେ । ଯୁବତୀ ଯେତେବେଳେ ବି ତାଙ୍କୁ କୋର୍ଟ ମ୍ୟାରେଜ କରିବା କଥା କହୁଥିଲେ ଯୁବକ ଏହାକୁ ଏଡାଇ ଦେଉଥିଲେ ।

କୋର୍ଟ ମ୍ୟାରେଜ କରିବା ପାଇଁ ତାଙ୍କୁ ଆହୁରି ସମୟ ଦରକାର ବୋଲି କହୁଥିଲେ । ଏମିତି ସବୁବେଳେ ବାହାନା ଦେଖାଉଥିଲେ ଏବଂ ତାଙ୍କ ଘରଲୋକଙ୍କୁ ମଧ୍ୟ ଜଣାଇ ନଥିଲେ । ଆଉ ଶେଷରେ ଯୁବତୀଙ୍କୁ ଏକା ଛାଡି ଓଡିଶା ପଳାଇ ଆସିଥିଲେ । ଇଏ ହେଉଛନ୍ତି କେନ୍ଦ୍ରପଡାର ଧୋକେବାଜ ପ୍ରେମିକ ସରୋଜ ସ୍ଵାଇଁ ।

ରାଜସ୍ଥାନରେ ପାଇପ ମିସ୍ତ୍ରୀ ଭାବେ କାମ କରୁଥିବା ସମୟରେ ପ୍ରେମର ଅଭିନୟ କରି ଯୁବତୀଙ୍କୁ ଫସେଇଥିଲା । କିନ୍ତୁ ଯୁବତୀ ହେମଲତାଙ୍କ ସହ ପ୍ରେମ ସମ୍ପର୍କ ପରେ ଏବେ ସେ ସାତ ମାସର ଗର୍ଭବତୀ ଅଛନ୍ତି । ହେଲେ ସରୋଜ ତାଙ୍କୁ ସେଠାରେ ଛାଡି ପଟ୍ଟାମୁଣ୍ଡାଇ ଚାଲି ଆସିଥିଲେ । ଆଉ ହେମଲତାଙ୍କ ପାଖେ ଥିବା ଥିବା ଆଧାରକାର୍ଡକୁ ପଢି ଖୋଜି ଖୋଜି ଯୁବତୀ ଆସି ପଟ୍ଟାମୁଣ୍ଡାଇରେ ପହଞ୍ଚିଛନ୍ତି । ହେଲେ ସରୋଜଙ୍କ ପରିବାର ତାଙ୍କୁ ମାଡ ମାରି ଗାଳିଗୁଲଜ କରି ବିଦା କରି ଦେଇଛନ୍ତି ।

ତାଙ୍କୁ ନେଇ କେନ୍ଦ୍ରପଡାର ଏକ ଆଶ୍ରମରେ ପୋଲିସ ଛାଡି ଦେଇଥିବା ବେଳେ ଏବେ ସେ ସେଠାରୁ ଖସି ଆସି ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସାମ୍ନାରେ ଧାରଣା ଦେଇଛନ୍ତି । ଆଉ ନ୍ୟାୟ ନ ପାଇବା ଯାଏଁ ସେ ଏମିତି ସେଠାରେ ବସିରହିବେ ବୋଲି କହିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।