ସଚ୍ଚୋଟ ହେବେ ତ ଭିକ ମାଗିବେ, ରାଜା ହେବାକୁ ଚାହାଁନ୍ତି ତ ଏହାକୁ ଥରେ ନିଶ୍ଚୟ ପଢନ୍ତୁ- Chanakya Niti

୧- କାଲି ପାଇଁ କେବଳ ଚିନ୍ତା କରନ୍ତୁ ନାହିଁ- ପ୍ରଥମ ବିଷୟ ଆଚାର୍ଯ୍ୟ ଚାଣକ୍ୟ ଓ ଆଚାର୍ଯ୍ୟ ଶୁକ୍ରଚାର୍ଯ୍ୟ କହିଛନ୍ତି ଆପଣ କାଲି ପାଇଁ ଚିନ୍ତା କରନ୍ତୁ କୌଣସି ଅସୁବିଧା ନାହିଁ, କିନ୍ତୁ ଆଜିର କାର୍ଯ୍ୟକୁ କାଲି ପାଇଁ ଛାଡି ଦିଅନ୍ତୁ ନାହିଁ । ମନୁଷ୍ୟର ସବୁଠୁ ଭଲ ଓ ସବୁଠୁ ମନ୍ଦ ସ୍ଵଭାବ ହେଉଛି ସେ କାଲି ପାଇଁ ଚିନ୍ତା କରେ । ଆମେ ଚିନ୍ତା କରିଥାଉ କାଲି ଆମେ ଧନୀ ହୋଇଯିବା, କାଲି ଆମ ପାଖରେ ବଡ଼ ଗାଡ଼ି ଓ ବଡ଼ ବଙ୍ଗଳା ହୋଇଯିବ ଇତ୍ୟାଦି ଇତ୍ୟାଦି ।

କିନ୍ତୁ ସେଥିପାଇଁ ପରିଶ୍ରମ କିଛି କରି ନ ଥାଉ । କାଲି ପାଇଁ ଚିନ୍ତା ନିଶ୍ଚୟ କରନ୍ତୁ କିନ୍ତୁ କାଲି କୁ ଯେଉଁ ବିଷୟ ସୁନ୍ଦର ବନେଇବ ଓ ସଫଳତା ଆଣିଦେବ ସେହି ବିଷୟ ଗୁଡ଼ିକୁ ଆଜି ଠୁ କରିବାକୁ ଆରମ୍ଭ କରନ୍ତୁ ।

୨- ନ ବୁଝି ନ ଶୁଝି ଏହି କାମ କରନ୍ତୁ ନାହିଁ

ଆଚାର୍ଯ୍ୟ ଚାଣକ୍ୟ କୁହନ୍ତି ନ ବୁଝି କାହା ସଙ୍ଗତରେ ଆସନ୍ତୁ ନାହିଁ କିବା କୌଣସି କାର୍ଯ୍ୟ କରନ୍ତୁ ନାହିଁ । ଅର୍ଥାତ୍ ନ ବୁଝି ଶୁଝି ଅନ୍ୟର କଥାରେ ପଡନ୍ତୁ ନାହିଁ ବା ପ୍ରଭାବିତ ହୁଅନ୍ତୁ ନାହିଁ ଓ ଅନ୍ୟର ଦେଖା ଦେଖି କୌଣସି କାର୍ଯ୍ୟ କରନ୍ତୁ ନାହିଁ । ଆମେ ଭାବିଥାଉ ସେ ସେପରି କରି ସଫଳ ହୋଇଗଲା ଆମେ ମଧ୍ୟ ତାହା କଲେ ସଫଳ ହେବା । କିନ୍ତୁ ଆମେ ସମସ୍ତେ ଅଲଗା ଅଲଗା କ୍ଷେତ୍ରରେ ପ୍ରତିଭାବାନ ହୋଇଥାଉ । ସେଥିପାଇଁ ଯେଉଁ କ୍ଷେତ୍ରରେ ଆପଣଙ୍କ ପ୍ରତିଭା ଓ ବୁଦ୍ଧି ଅଛି ଆପଣ ସେହି କାର୍ଯ୍ୟ କରିବାକୁ ଚେଷ୍ଟା କରନ୍ତୁ ।

୩- କାହା ଉପରେ ମଧ୍ୟ ଅଧିକ ଭରସା କରନ୍ତୁ ନାହିଁ

ଆଜିର ଦୁନିଆର ସବୁଠୁ ବଡ଼ ନୀତି ହେଉଛି ଆପଣ କାହାକୁ ମଧ୍ୟ ଆବଶ୍ୟକତା ଠୁ ଅଧିକ ବିଶ୍ୱାସ କରନ୍ତୁ ନାହିଁ । ଦୁନିଆରେ ରହିବାକୁ ହେଲେ କାର୍ଯ୍ୟ କରିବାକୁ ହେଲେ ଆମକୁ ଅନ୍ୟ ଉପରେ ବିଶ୍ୱାସ କରିବାକୁ ପଡି ଥାଏ । କୁହାଯାଏ କି ବିଶ୍ଵାସରେ ହିଁ ଦୁନିଆ ଚାଲିଛି । କିନ୍ତୁ ହଁ ଲୋକଙ୍କୁ କେବେ ମଧ୍ୟ ଦେଖାନ୍ତୁ ନାହିଁ କି ଆପଣ ତାଙ୍କୁ ବିଶ୍ୱାସ କରନ୍ତି ନାହିଁ । ମାତ୍ର ଆପଣ ନିଜ ଆବଶ୍ୟକ ଅନୁସାରେ ହିଁ ବିଶ୍ୱାସ କରନ୍ତୁ । କାହା ସହ ବନ୍ଧୁତା କରିବା ଉଚିତ୍ ବା ଉଚିତ୍ ନୁହେଁ, କାହାକୁ କେତେ ଭରସା କରିବା ଉଚିତ୍ ତାହା ଆପଣ ନିଜେ ଭାବିଚିନ୍ତି ସ୍ଥିର କରନ୍ତୁ । ତା ଫଳରେ ଆପଣ ଧୋକା ପାଇବାରୁ ବଞ୍ଚିତ ରହିବେ ।

୪ – କେବେ ମଧ୍ୟ ଅନ୍ନ ଓ ଅନ୍ୟ ବ୍ୟକ୍ତିଙ୍କ ଅପମାନ କରନ୍ତୁ ନାହିଁ

ଚତୁର୍ଥରେ କେବେ ମଧ୍ୟ ଅନ୍ନ ର ଅପମାନ କରନ୍ତୁ ନାହିଁ କିମ୍ବା ବିନା କୌଣସି ଭୁଲ୍ ରେ କେଉଁ ମନୁଷ୍ୟର ମଧ୍ୟ ଅପମାନ କରନ୍ତୁ ନାହିଁ । ଆମେ ଅନେକ ଥର ଶୁଣି ଥାଉ ଅନ୍ନ ର ଅପମାନ ବା ଅନାଦର କରିବା ଉଚିତ୍ ନୁହେଁ । କିନ୍ତୁ ଏହି କଥାକୁ କେବେ ଗୁରୁତ୍ବ ଦେଇ ନ ଥାଉ । କିନ୍ତୁ ଅନ୍ନ କୁ ଅନାଦର କରିବା ବିଲକୁଲ୍ ମଧ୍ୟ ଉଚିତ୍ ନୁହେଁ । ସେହିପରି କେବେ ମଧ୍ୟ ଅନ୍ୟ ମନୁଷ୍ୟକୁ ଅପମାନ କରିବା ଉଚିତ୍ ନୁହେଁ । ଅନ୍ନ ନଷ୍ଟ କରନ୍ତୁ ନାହିଁ କିଅବା ଅନ୍ୟ ବ୍ୟକ୍ତିକୁ ଅପମାନ କରି ନିଜ ମନକୁ ମଧ୍ୟ ଅଶାନ୍ତି କରନ୍ତୁ ନାହିଁ । ଅନ୍ୟର ଦୋଷ ତ୍ରୁଟି ଖୋଜି ତାଙ୍କୁ ଉପହାସ କରିବା ଠୁ ଅଧିକ ନିଜ ଜୀବନ ଉପରେ ଧ୍ୟାନ ଦିଅନ୍ତୁ ତେବେ ଯାଇ ଆଗକୁ ବଢ଼ି ପାରିବେ ।

୫- ପଇସା ନଚେତ୍ ଧର୍ମ ପାଇଁ ଇଜ୍ଜତ କମାନ୍ତୁ

ପଇସା ବଢାଇ ଇଜ୍ଜତ କମାଇବା କଥା ଆମକୁ ତିକ୍ତ ଲାଗିପାରେ । କିନ୍ତୁ ଦୁନିଆରେ ଏହି ହିଁ ସତ୍ୟ ଅଟେ । ସାଧାରଣତଃ ଆମେ ଅନ୍ୟକୁ ତା ପଇସା ଦେଖି ଇଜ୍ଜତ କରି ଥାଉ ନଚେତ୍ ଯେକୌଣସି ଧାର୍ମିକ ଲୋକକୁ ତାଙ୍କ ଜ୍ଞାନ ଦେଖି ଇଜ୍ଜତ କରି ଥାଉ । ଆପଣ ଧର୍ମଗୁରୁ ନ ହୋଇ ପାରିଲେ ମଧ୍ୟ ପଇସା ତ ନିଶ୍ଚୟ କମାଇ ପାରିବେ । ଦୁନିଆକୁ ଦେଖନ୍ତୁ ନାହିଁ କିଏ କଣ କରୁଛି । ନିଜେ ନିଜ ପାଇଁ ପରିଶ୍ରମ କରନ୍ତୁ ପଇସା ଓ ଇଜ୍ଜତ କମାନ୍ତୁ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ