ଏହି 6 ପୁରୁଷଙ୍କ ଇଛା କେବେବି ପୂରଣ ହେଇନଥାଏ 

ଏହି ସଂସାର ରେ ଜନ୍ମ ନେଇଥିବା ସବୁ ପୁରୁଷଙ୍କ ର କିଛି ନା କିଛି ଇଛା ଥାଏ । ଭଗବାନଙ୍କ କୃପାରୁ ସମୟ ଆସିଲେ ଏହା ପୁରାଣ ହୋଇଥାଏ । ଆଜି ଆମେ ଆପଣଙ୍କ ଏପରି କଛି ୬ ଜଣ ପୁରୁଷଙ୍କ ବିଷୟରେ କହିବୁ ଯାହାର କି ଇଛା କେବେ ପୂରଣ ହୋଇନଥାଏ । ସେବକ- ଶାସ୍ତ୍ର ଅନୁସାରେ ସମସ୍ତଙ୍କୁ ସମାନ ଭାବରେ ସେବା କରିବା ଉଚିତ । ଯାହାଦ୍ୱାରା ଆମକୁ ଯଶ ଓ ବୈଭବ ମିଳିଥାଏ । ଠିକ ରାମଙ୍କୁ ହନୁମାନଙ୍କ ସେବା ଭଳି ।

ଠିକ ଏହାର ବିପରୀତ ଯେଉଁ ବ୍ୟକ୍ତି ନିଜ ମାଲିକ ର ପ୍ରତି କ୍ଷଣ ସେବା କରିଥାଏ । ସେ ଯଦି ଚାହେଁ ସବୁବେଳେ ଶୁଖିରେ ରହିବା ପାଇଁ ତେବେ ଏହା ସମ୍ଭବ ନୁହେଁ କାହିଁକି ନା ସେ ତ ମାଲିକ କଥାରେ ସବୁବେଳେ ଉଠ ବସ ହୋଇଥାଏ ।

ଭିକାରୀ

ସଂସାରରେ ସବୁ ବ୍ୟକ୍ତି ନିଜ ବଳରେ ଧନବାନ ହେବାକୁ ଚେଷ୍ଟା କରିଥାଏ । କିନ୍ତୁ କିଛି ଲୋକ ସୁସ୍ଥ ଥାଇ ମଧ୍ୟ କିଛି କାମ ନକରି ନିଜ ଆବଶ୍ୟକତା ପୂରଣ ପାଇଁ ଅନ୍ୟ ମାନଙ୍କ ଠାରୁ ଭିକ ମାଗିଥାନ୍ତି । ଏହି ଭଳି ଲୋକମାନଙ୍କୁ ସମାଜରେ ଧିତ୍କାର ମିଳିଥାଏ । ସେମାନଙ୍କୁ କେବେ ସମାଜରେ ସମ୍ମାନ ମିଳିବାର ଇଛା ପୂରଣ ହୋଇନଥାଏ ।

ବ୍ୟଶନ

ସଂସାରରେ କିଛି ଲୋକ ବହୁତ ଖୁସିରେ ରହିଥାଆନ୍ତି । ନିଜ ରୋଜଗାର ଅନୁସାରେ ଚାଲିଥାନ୍ତି ଓ ଏମାନଙ୍କ ଉପରେ ମା ଲକ୍ଷ୍ମୀଙ୍କର ଆଶୀର୍ବାଦ ଥାଏ । କିନ୍ତୁ କିଛି ଲୋକ ଏହାର ବିପରୀତ ଥାଆନ୍ତି ଯେଉଁ ମାନେ କି ସବୁ ବେଳେ ବ୍ୟଶନରେ ବୁଡି ରହିଥାନ୍ତି ଅର୍ଥାତଜୁଆ ଓ ମଦଆଦି ରେ ଲିପ୍ତ ଥାଆନ୍ତି ସେମାନଙ୍କର ଧନୀ ହେବାର ଇଛା କେବେ ପୁରଣ ହୋଇନଥାଏ ।

ଲୋଭୀ

ସଂସାରରେ ଧନ ବିନା କୌଣସି ବ୍ୟକ୍ତି ବଞ୍ଚିପାରିବ ନାହିଁ । କିନ୍ତୁ କିଛି ବ୍ୟକ୍ତି ଅଛନ୍ତି ଯେତେ ସମ୍ପତି ଥିଲେ ବି ବହୁତ ଲୋଭୀ ଥାଆନ୍ତି । କୌଣସି ଦାନ ଧର୍ମ କରନ୍ତି ନାହିଁ କି ସମାଜରେ କାହାକୁ ମହତ୍ଵ ଦିଅନ୍ତି ନାହିଁ ଯଦି ଏମାନେ ଇଛା କରନ୍ତି ସମାଜରେ ଏମାନଙ୍କର ଯସ କୀର୍ତି ବଢ଼ିବ କିନ୍ତୁ ଏହି ଇଛା କେବେ ବି ଏମାନଙ୍କର ପୁରଣ ହୋଇ ନାହିଁ ।

ଅଭିମାନି

ଏହି ସଂସାରରେ ଏମିତି କିଛି ଲୋକ ଅଛନ୍ତି କି ନିଜ ବାହୁବଳ ଓ ବୁଦ୍ଧି ବଳରେ ସଂସାରରେ ଶୀର୍ଷ ସ୍ଥାନ ରେ ପହଁଚି ପାରିଛନ୍ତି । କିନ୍ତୁ କିଛି ଲୋକ ଅଳ୍ପ ସଫଳତା ରେ ଅଭିମାନି ହୋଇଯାନ୍ତି । ଏମାନେ କାମନା କରନ୍ତି କି ସବୁବେଳେ ଏମାନଙ୍କୁ ଅର୍ଥ, ଧର୍ମ, କାମ, ମୋକ୍ଷ ମିଳୁ କିନ୍ତୁ ଏମାନଙ୍କୁ ଏହା କେବେ ମିଳେ ନାହିଁ କାହିଁକି ନା ଏଥିପାଇଁ ଅଭିମାନ ତ୍ୟାଗ କରିବାକୁ ପଡିଥାଏ ।

ବ୍ୟଭିଚାରି

ସଂସାରରରେ ଗୃହସ୍ତ ଆଶ୍ରମରେ ରହି ସବୁ ଦମ୍ପତିଙ୍କୁ ଧର୍ମ, ଅର୍ଥ, କାମ ଓ ମୋକ୍ଷ ପ୍ରାପ୍ତି ହୋଇଥାଏ । କିନ୍ତୁ କିଛି ପୁରୁଷ ନିଜ ସ୍ତ୍ରୀ କୁ ଛାଡି ଅନ୍ୟ ସ୍ତ୍ରୀର ପ୍ରେମରେ ପଡି ଯାଆନ୍ତି । ଏଥିରୁ ନିଜ ଗୃହସ୍ଥୀ ଧର୍ମକୁ ବଦନାମ କରିଥାନ୍ତି । ଏମାନେ ସବୁବେଳେ ଭୟରେ ଥାଆନ୍ତି କି ଏମାନଙ୍କର ଏହି ଗୁପ୍ତ କଥା ଯଦି କେହି ଜାଣି ପାରନ୍ତି ତେବେ ସେହି ଦିନଠାରୁ ଏମାନଙ୍କ ଜୀବନରୁ ସବୁ ଶୁଖ ଦୁରେଇ ଯାଏ । ଏମାନେ ମୃତ୍ୟୁ ପରେ ମୋକ୍ଷ ଚାହାନ୍ତି କିନ୍ତୁ ଏହା କେବେବି ଏମାନଙ୍କୁ ମିଳିନଥାଏ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।