Jyotish Shastra- ବାଛନ୍ତୁ ନିଜ ପ୍ରେମିକାଙ୍କ ରାଶି ଓ ଜାଣନ୍ତୁ ସେ ପ୍ରେମ ମାମଲାରେ କିପରି ଅଟନ୍ତି ?

ମହିଳା ଓ ପୁରୁଷ ପରସ୍ପରର ପରିପୂରକ ହୋଇଥାନ୍ତି । ଦୁହେଁ ବିପରୀତ ହେଲେ ମଧ୍ୟ ପ୍ରେମରେ ସେମାନଙ୍କ ମିଳନ ହେଲେ ଜୀବନଚକ୍ର ସମ୍ପୂର୍ଣ୍ଣ ହୋଇଥାଏ । ମହିଳା ଓ ପୁରୁଷଙ୍କ ଗୁଣ ଅନୁସାରେ ପ୍ରକୃତି ମଧ୍ୟ ଅଲଗା ହୋଇଥାଏ । ଏକା ରାଶିର ସ୍ତ୍ରୀ ଓ ପୁରୁଷଙ୍କ ଗୁଣ ମଧ୍ୟ ଅଲଗା ହୋଇପାରେ । ତେବେ ଆସନ୍ତୁ ଜାଣିବା ଭିନ୍ନ ପ୍ରକାର ରାଶିର ମହିଳାଙ୍କ ପ୍ରେମ ବ୍ୟବହାର କିପରି ବିଭିନ୍ନ ହୋଇଥାଏ ।

ମେଷ ରାଶି

ଏହି ରାଶି ମହିଳାଙ୍କ ସହନ ଶକ୍ତି କମ୍ ହୋଇଥାଏ । ଏମାନେ ବାହାରୁ ଶକ୍ତ ଓ ଭିତରୁ ସମ୍ବେଦନଶୀଳ ହୋଇଥାନ୍ତି । ସତ୍ୟତାକୁ ଖୁବ୍ ଗୁରୁତ୍ବ ଦିଅନ୍ତି ଓ ଦେଖାଇ ହେବା ବରଦାସ୍ତ କରନ୍ତୁ ନାହିଁ । ଏମାନଙ୍କୁ ଆତ୍ମନିର୍ଭରଶୀଳ ଓ ତାଙ୍କ ସ୍ବପ୍ନ ସାକାର କରିବାରେ ସାହାଯ୍ୟ କରୁଥିବା ଜୀବନସାଥି ପସନ୍ଦ ।

ବୃଷ ରାଶି

ଏମାନଙ୍କୁ ଖୁବ୍ ଧ୍ୟାନ ଦେଉଥିବା ଓ ପ୍ରେମ କରୁଥିବା ଜୀବନ ସାଥୀ ପସନ୍ଦ । ଯିଏ ତାଙ୍କୁ ସବୁବେଳେ ଖାସ୍ ଅନୁଭବ କରାଇ ପାରୁଥିବେ । ଜୀବନସାଥି ବାଛିବା ମାମଲାରେ ଏମାନେ ଖୁବ୍ ଯଥାର୍ଥବାଦୀ ଅଟନ୍ତି ।

ମିଥୁନ ରାଶି

ଏମାନଙ୍କୁ ପ୍ରେମ କରିବାର ସମସ୍ତ ଉପାୟ ଭଲ ଲାଗିଥାଏ । ଏମାନେ ଖୁବ୍ ବିଶ୍ଵସ୍ତ ହେବା ସହ ନିଜ ସାଥିଙ୍କ ଠୁ ମଧ୍ୟ ସମାନ ବିଷୟ ଆଶା ରଖନ୍ତି ।

କର୍କଟ ରାଶି

ଏମାନେ ଏପରି ସାଥୀ ଚାହାଁନ୍ତି ଯିଏ ତାଙ୍କ ଭାବନା ଓ ନିମିଷକେ ବଦଳୁ ଥିବା ମିଜାଜ୍ କୁ ବୁଝି ପାରିବ । ପ୍ରଥମରୁ ଏମାନେ ଟିକେ ଲାଜକୁଳୀ ହୋଇଥାନ୍ତି । ଏମାନଙ୍କ ଆଦର୍ଶ ସାଥୀ କଠୋର ଓ ନରମ ସ୍ୱଭାବର ମିଶ୍ରଣ ହୋଇଥିବା ଆବଶ୍ୟକ ।

ସିଂହ ରାଶି

ଏମାନେ ଖୁବ୍ ଆକର୍ଷଣୀୟ ସ୍ୱଭାବର ହୋଇଥାନ୍ତି । ଏମାନେ ଖୁବ୍ ରୋମାଣ୍ଟିକ ହୋଇଥାନ୍ତି ଓ ସାଥିଙ୍କ ଠୁ ଛୋଟ ଛୋଟ ପ୍ରେମ ଉପହାର ଏମାନଙ୍କୁ ଖୁବ୍ ପସନ୍ଦ ହୋଇଥାଏ ।

କନ୍ୟା ରାଶି

ଏମାନେ ଖୁବ୍ ଆଦର୍ଶବାଦୀ ଓ ଉଦାର ହୋଇଥାନ୍ତି । ସାଥୀ ବିଶ୍ୱାସପାତ୍ର ହେଲେ ଏମାନେ ଛୋଟ ଛୋଟ ଭୁଲ କୁ ଶୀଘ୍ର କ୍ଷମା କରି ଦିଅନ୍ତି । ଏମାନେ ବୁଦ୍ଧିମାନ ହେବା ସହ ହୃଦୟ ଓ ମନରୁ ଭାବିଚିନ୍ତି କାମ କରନ୍ତି ।

ତୁଳା ରାଶି

ଏମାନେ ଖୁବ୍ ସୁନ୍ଦର ଓ ଟିକେ ଅଭିମାନୀ ହୋଇଥାନ୍ତି । ନିଜ ମନ ଏତେ ସଫା ଓ ସୁନ୍ଦର ହୋଇଥାଏ କି ଏମାନେ ମନ ପସନ୍ଦ ସାଥୀ ଖୋଜି ନିଅନ୍ତି । ଏମାନେ ସାଥିଙ୍କ ସହ ଖୁବ୍ ଗପିବାକୁ ଭଲ ପାଆନ୍ତି । ଏମାନେ ନିଜେ ସ୍ଵତନ୍ତ୍ର ରହିବା ସହ ନିଜ ସାଥିଙ୍କୁ ମଧ୍ୟ ସ୍ଵତନ୍ତ୍ର ରହିବାକୁ ଦିଅନ୍ତି ।

ବିଛା ରାଶି

ବିଛା ରାଶିର ମହିଳାଙ୍କୁ ଜାଣିବା ସେତେ ସହଜ ବିଷୟ ନୁହେଁ । ଏମାନେ ରହସ୍ୟମୟୀ ହୋଇଥାନ୍ତି ଓ ସାଥିଙ୍କୁ ଖୁବ୍ ଅପେକ୍ଷା କରାନ୍ତି । କାରଣ ଏମାନଙ୍କୁ ନିରାଶ ହେବାର ଭୟ ରହିଥାଏ ।

ଧନୁ ରାଶି

ଏମାନେ ଉନ୍ମୁକ୍ତ ହୋଇଥାନ୍ତି । ଏମାନଙ୍କୁ ଯାତ୍ରା କରିବା ଖୁବ୍ ପସନ୍ଦ ହୋଇଥାଏ । ଏମାନେ ଜୀବନକୁ ଭରପୁର ବଞ୍ଚିବାକୁ ଚାହାଁନ୍ତି ଓ ତାଙ୍କ ସାଥୀ ତାଙ୍କୁ ସମର୍ଥନ କରନ୍ତୁ ବୋଲି ଆଶା ରଖନ୍ତି ।

ମକର ରାଶି

ଏମାନେ ଶାନ୍ତ ଓ ସାହସୀ ହୋଇଥାନ୍ତି । ସାଥୀ ବଦଳିବା ଅପେକ୍ଷା ଏମାନଙ୍କୁ ଏକା ରହିବା ଅଧିକ ପସନ୍ଦ ଅଟେ । ଏମାନେ ଖୁବ୍ ବିଶ୍ଵସ୍ତ ଓ ବୁଝିବା ଶୁଝିବା ପ୍ରକୃତିର ହୋଇଥାନ୍ତି । ଏମାନଙ୍କୁ ସୁରକ୍ଷିତ ଅନୁଭବ ହେବା ପାଇଁ ଆଧାର ଆବଶ୍ୟକ ହୋଇଥାଏ ।

କୁମ୍ଭ ରାଶି

ବନ୍ଧୁତା ଓ ମାନବିକତା ଏହି ରାଶି ମହିଳାଙ୍କ ପରିଚୟ ଅଟେ । ପ୍ରେମରେ ମାନସିକ ବିଚାରର ମିଳନ ହେବା ଏମାନଙ୍କ ପାଇଁ ଜରୁରୀ ଅଟେ । ଏମାନଙ୍କୁ ଉଭୟ ସାମାଜିକତା ଓ ସ୍ୱତନ୍ତ୍ରତା ପସନ୍ଦ । ଏମାନଙ୍କ କଥାବାର୍ତ୍ତାରୁ ଏମାନଙ୍କ ବ୍ୟକ୍ତିତ୍ୱର ଉତ୍ତମତା ଝଲସି ଥାଏ ।

ମୀନ ରାଶି

ଏହି ରାଶି ମହିଳାଙ୍କ ବଡ଼ ବଡ଼ ଆଖିରୁ ଜଣା ପଡ଼ିଯାଏ କି ସେମାନେ ସାଧାରଣ ମହିଳା ନୁହଁନ୍ତି । ଏମାନେ ଛୋଟ କଥାରେ ହସି ଦିଅନ୍ତି ବା କାନ୍ଦି ଦିଅନ୍ତି । ଏମାନେ ଉଭୟ ଲାଜକୁଳୀ ଓ ରୋମାଣ୍ଟିକ ହୋଇଥାନ୍ତି ।

ବନ୍ଧୁଗଣ ଜଦି ଆମ ଦ୍ଵାରା ଦିଆଯାଇଥିବା ସମସ୍ତ ତଥ୍ୟ ଠିକ୍ ଥାଏ ତେବେ ଆପଣ ଆପଣଙ୍କ ମତ କମେଣ୍ଟରେ ଦବାକୁ ଭୁଲିବେ ନାହିଁ । ଏହି ପେଜ୍କୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ କମେଣ୍ଟ ବକ୍ସରେ ଆପଣଙ୍କ ମତାମତ ଲେଖି ଜଣାନ୍ତୁ