ଦେଖନ୍ତୁ Shocking ଭାଇରାଲ Video: କ୍ୟାମେରାରେ କଏଦ ହେଲା ସବୁଠୁ ବିରଳ ଦୃଶ୍ୟ, ଘରକୁ ଚାଲି ଚାଲି ଆସିଲା ଏକ ଜିଅନ୍ତା ଶଙ୍ଖ, ଭିଡିଓ ଦେଖିଲେ ଆପଣ ବି ଚମକି ପଡିବେ

ସନ୍ଧ୍ୟା ସମୟରେ ଠାକୁରଙ୍କୁ ଆଳତି ଦେଇ ଘର ବାହାରକୁ ଫେରିବା ବେଳେ ଘର ଆଗରେ ଏକ ଅଦ୍ଭୁତ ଦୃଶ୍ୟ ଦେଖିବାକୁ ପାଇଥିଲେ ପ୍ରଭାସିନୀ ଦେବୀ । ଏହା ଦେଖି ସେ ନିଜ ସ୍ଵାମୀ ଓ ପଡୋଶୀ ମାନଙ୍କୁ ଡାକ ପକାଇଲେ ।

ସେମାନେ ଧାଇଁ ଆସି ଯାହା ଦେଖିଲେ କିଛି ସମୟ ନିଜ ଆଖିକୁ ବିଶ୍ବାସ କରି ପାରି ନ ଥିଲେ । ଏହି ଦୃଶ୍ୟ ଥିଲା ସମସ୍ତଙ୍କ ପାଇଁ ଖୁବ ରୋଚକ ଏବଂ ଏକଦମ ନୂଆ । ଚାଲି ଚାଲି ତାଙ୍କ ଘର ଭିତରକୁ ଆସୁଥିଲା ଗୋଟିଏ ଶଙ୍ଖ । ତାର ଗୋଦା କଙ୍କଡା ପରି ହୋଇଥିବା ବେଳେ ପିଠିରେ ଥିଲା ଶଙ୍ଖ । କୌଣସି ସମୁଦ୍ର କୂଳିଆ ସ୍ଥାନ ହୋଇଥିଲେ ଏହା ଭିନ୍ନ କଥା ହୋଇଥାନ୍ତା ।

କିନ୍ତୁ ଏହି ଘଟଣାଋ ଆମ ରାଜଧାନୀ ଭୁବନେଶ୍ବର ଲିଙ୍ଗିପୁର ଅଞ୍ଚଳର । ସେହି ସ୍ଥାନକୁ କିପରି ଶଙ୍ଖ ଆସିଲା ବୋଲି ଭାବି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । ଶଙ୍ଖ ଦେବାଦେବୀଙ୍କ ହାତରେ ଥାଏ ଓ ଏହାକୁ ମଙ୍ଗଳବାଦ୍ୟ ରୂପେ ବ୍ୟବହାର କରାଯାଏ । ସେଥିପାଇଁ ଲୋକଙ୍କ ମନରେ ଜାଗିଲା ଭକ୍ତିଭାବ । କାରଣ ପ୍ରଭାସିନୀଙ୍କ ସମେତ ସେଠାରେ ଉପସ୍ଥିତ ଲୋକେ କେବେ ମଧ୍ୟ ଶଙ୍ଖ ଚାଲିବା ଦେଖି ନ ଥିଲେ ।

ତେଣୁ ଏହା କୌଣସି ଅଲୌକିକ ସଙ୍କେତ ହୋଇଥାଇ ପାରେ ବୋଲି ସେମାନଙ୍କ ମନରେ ଆସିଲା । କିଛି ସମୟ ଏହାକୁ ଦେଖିବା ପରେ ପ୍ରଭାସିନୀ ଶଙ୍ଖକୁ ନେଇ ନିଜ ଘରେ ଠାକୁରଙ୍କ ପାଖେ ରଖିଲେ ଓ ହଳଦୀ ପାଣିରେ ଗାଧୋଇ ଦେଇ ଫୁଲ ଏବଂ ସିନ୍ଦୁର ଦେଇ ପୂଜା ମଧ୍ୟ କଲେ । ଏହି ଶଙ୍ଖଟି ତାଙ୍କ ଘରକୁ ଗୁରୁବାର ଦିନ ଆସିଥିବାରୁ ଏହା ଅତ୍ୟନ୍ତ ଶୁଭ ମନେ କରି ସେମାନେ ମନ୍ତ୍ର ପାଠ ମଧ୍ୟ କରିଥିଲେ ।

ଏହିପରି ଦିନେ ଦୁଇ ଦିନ ତାକୁ ରଖି ପୂଜା କରିବା ପରେ ଶଙ୍ଖ ଜଳଜୀବ ହୋଇଥିବାରୁ ତାଙ୍କ ମନରେ ଏକ ପ୍ରଶ୍ନ ଉଠିଥିଲା । ତେବେ ଶଙ୍ଖଟି ଜିଅନ୍ତା ହୋଇଥିବାରୁ ହଠାତ ତାଙ୍କର ଭାଳେଣି ପଡିଲା କି ଶଙ୍ଖ ଖାଇବ କଣ । ସେମାନେ ଅନେକ କଥା ଚିନ୍ତା କଲେ ଏବଂ ଭାବିଲେ ସେ ତ ପରଂ ବ୍ରହ୍ମ ତାଙ୍କ ଖାଇବା କଣ ସେମାନେ ଯୋଗାଇ ପାରିବେ । ଏହି କଥା ସେ ଅନେକ ଲୋକଙ୍କୁ ପଚାରିଥିଲେ, ହେଲେ କାହାରି ଉତ୍ତର ମଧ୍ୟ ତାଙ୍କୁ ସନ୍ତୁଷ୍ଟ କରି ପାରିଲା ନାହିଁ ।

ତା ପରେ କେତେକ ବୁଦ୍ଧିଜୀବୀ ଏବଂ ସାଧୁସନ୍ଥଙ୍କ ମତାମତ ନେଇ ସେ ଶଙ୍ଖଟିକୁ ନେଇ ଚାଲିଲେ ପୁରୀ ସମୁଦ୍ରକୁ । ସେମାନେ କହିଲେ କି ତାଙ୍କୁ ସେମାନେ ରଖି ପାରିବେ ନାହିଁ । ତେଣୁ ବିସର୍ଜନ କରିଦେବା ଠିକ ହେବ । କାରଣ ଶଙ୍ଖ ଯଦି ଦେ-ହା-ନ୍ତ ହୋଇଯିବେ ତେବେ ତାଙ୍କୁ ଅନେକ ସମସ୍ଯାର ସମ୍ମୁଖୀନ ହେବାକୁ ପଡିପାରେ । ସମୁଦ୍ରରେ ଶଙ୍ଖଟିକୁ ଛାଡି ଶ୍ରୀମନ୍ଦିର ବାହାରେ ଦୁଇ ବାହା ଉଠାଇ ମୁଣ୍ଡିଆ ମା-ରି-ଲେ ପ୍ରଭାସିନୀ ।

ପ୍ରଭୁ ନାରାୟଣଙ୍କ ସମେତ ଅନେକ ଦେବାଦେବୀଙ୍କ ହାତରେ ଥାଏ ଶଙ୍ଖ । ଏହା ଏକ ସଂଯୋଗ ହୋଇଥାଇ ପାରେ । କିନ୍ତୁ ପ୍ରଭାସିନୀଙ୍କୁ ଅନୁଭବ ହୋଇଥିଲା ଯେ ସେହି ମହାପ୍ରଭୁଙ୍କ ଲୀଳା ଯୋଗୁଁ ତାଙ୍କ ଘରକୁ ଶଙ୍ଖ ଆସିଥିଲା । ତେବେ ଆପଣଙ୍କୁ ଏହି ଜିଅନ୍ତା ଶଙ୍ଖ ଦେଖି କଣ ଅନୁଭବ ହେଲା ଆମକୁ ନିଶ୍ଚୟ କମେଣ୍ଟ କରି ଜଣେଇବେ ଓ ପୋଷ୍ଟକୁ ଲାଇକ ଏବ ସେୟାର ମଧ୍ୟ କରିବାକୁ ଭୁଲିବେନି ।