ଓଡିଆ ସିନେମାର ଦିଗଜ ଅଭିନେତା ରାଇମୋହନ ପରିଡାଙ୍କ ମୃତ୍ୟୁକୁ ତିନିଦିନ ହୋଇ ଯାଇଥିଲେ ଏଯାଏଁ ଏହି ଘଟଣାକୁ ନେଇ ଚର୍ଚ୍ଚା ଥମିନାହିଁ । ଘଟଣା ବାହାରକୁ ଆସିବା ଦିନ ଠାରୁ ଏବେ ଯାଏଁ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ରାଇମୋହନ କାହିଁକି ଆତ୍ମହତୟଆ ଭଳି ନିଷ୍ପତ୍ତି ନେଲେ ? ସେ ପ୍ରକୃତରେ ଆତ୍ମହତୟଆ କରିଛନ୍ତି ନା ତାଙ୍କୁ ହତୟଆ କରାଯାଇ ଆତ୍ମହତୟଆର ରୂପ ଦେବାକୁ ଚେଷ୍ଟା କରାଯାଇଛି । ଏନେଇ ରାଇମୋହନଙ୍କ ପଡୋଶୀଙ୍କ ଠାରୁ ଆରମ୍ଭ କରି ତାଙ୍କ ପିଲାଦିନର ବନ୍ଧୁଙ୍କ ପର୍ଯ୍ୟନ୍ତ ସମସ୍ତେ ଅନେକ କାରଣ ଖୁଲାସା କରିଛନ୍ତି ।

କେହି କେହି ତାଙ୍କୁ ହତୟଆ କରା ଯାଇଥିବା ଅଭିଯୋଗ ମଧ୍ୟ ଆଣୁଛନ୍ତି । ଏସବୁ ପ୍ରଶ୍ନ ମଧ୍ୟରେ କିନ୍ତୁ ପ୍ରକୃତ ଉତ୍ତର ଏଯାଏଁ ମିଳିନାହିଁ । ଏନେଇ ମଞ୍ଚେଶ୍ଵର ଥାନା ପୁଲିସ ଅଧିକାରୀ ଏକ ସାକ୍ଷାତକାର କରି ମାମଲାର ବିବରିଣୀ ଦେଇଛନ୍ତି । ପୁଲିସ ଅଧିକାରୀ ଜଣକ କହିଛନ୍ତି ଯେ, ରାଇମୋହନଙ୍କ ମୃତଦେହ ଉଦ୍ଧାର କରାଯିବା ପରେ ତୁରନ୍ତ ପୋଷ୍ଟମର୍ଟମ ପାଇଁ ପଠାଇ ଦିଆ ଯାଇଥିଲା । କିନ୍ତୁ ପୋଷ୍ଟମର୍ଟମ ରିପୋର୍ଟ ଏଯାଏଁ ଆସିନାହିଁ ।
ପ୍ରାଥମିକ ତଦନ୍ତରୁ ଏହା ଆତ୍ମହତୟଆ ବୋଲି କୁହା ଯାଇଥିବା ବେଳେ ପୋଷ୍ଟମର୍ଟମ ରିପୋର୍ଟ ଆସିଲେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ । ଏହାସହ ସାଇଣ୍ଟିଫିକ ଟିମ ମଧ୍ୟ ଘଟଣାସ୍ଥଳର ତଦନ୍ତ କରିଛି । ସେ କହିଛନ୍ତି ଯେ ରାଇମୋହନଙ୍କ ମୃତ୍ୟୁକୁ ନେଇ କିଛି ତଥ୍ୟ ହସ୍ତାନ୍ତର ହୋଇଛି କିନ୍ତୁ ତଦନ୍ତ ପରିସରଭୁକ୍ତ ଥିବାରୁ ସେ ବର୍ତ୍ତମାନ ସେହି ସବୁ ଖୁଲସା କରିପାରିବେ ନାହିଁ ।
ରାଇମୋହନଙ୍କ ପରିବାରଙ୍କ ତରଫରୁ କୌଣସି ମାମଲା ରୁଜୁ ହୋଇନାହିଁ । ସେମାନେ କେବଳ ମୃତ୍ୟୁର କାରଣ ଜାଣିବାକୁ ଚାହିଁଛନ୍ତି । ଏହା ବ୍ଯତୀତ ଆଉ ଏକ ମାମଲା ରୁଜୁ ହୋଇଛି ଯେଉଁଥିରେ ରାଇମୋହନଙ୍କ ମୃତ୍ୟୁକୁ ନେଇ ସଠିକ ତଦନ୍ତ କରାଯାଉ ବୋଲି କୁହାଯାଇଛି । ପୋଲିସ ପ୍ରତିଟି ଜିନିଷକୁ ଓ ସବୁ ଦିଗକୁ ତଦନ୍ତ କରିବ ବୋଲି ପୁଲିସ ଅଧିକାରୀ କହିଛନ୍ତି । ଯାହାବି ତଦନ୍ତ ସାପେକ୍ଷ ରହିଛି ତାହା ଏବେ ଜଣାଇବା ଠିକ ହେବନାହିଁ, କିନ୍ତୁ ତଦନ୍ତ ସରିଲା ପରେ ସବୁ ଜଣାପଡିବ ବୋଲି ସେ ମନ୍ତବ୍ୟ ଦେଇଛନ୍ତି ।

ପାରିବାରିକ ଅଶାନ୍ତି ଯୋଗୁଁ ରାଇମୋହନ ଆତ୍ମହତୟଆ କରିଛନ୍ତି କି ଅନ୍ୟ କୌଣସି ଜମିବାଡି କାରଣ ରହିଛି ଏନେଇ ପୋଲିସ ସ୍ପଷ୍ଟ ସୂଚନା ଦେଇନାହିଁ । ତଦନ୍ତ ନହେବା ପର୍ଯ୍ୟନ୍ତ କିଛି କହିବା ଯଥୋଚିତ ହେବନାହିଁ ବୋଲି କହିଛନ୍ତି ପୁଲିସ ଅଧିକାରୀ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।