ରାଇମୋହନଙ୍କ ଆତ୍ମହତ୍ୟା ଉପରୁ ଧୀରେ ଧୀରେ ପରଦା ଉଠିବାରେ ଲାଗିଛି । ଖବର ଆସୁଛି କି ତାଙ୍କ ମୃତ୍ୟୁ ପୂର୍ବରୁ ଘରେ ପ୍ରବଳ ଝଗଡା ହୋଇଥିଲା । ଯେଉଁ କାରଣରୁ ରାଇମୋହନ ସଂପୂର୍ଣ୍ଣ ଭାଙ୍ଗି ପଡିଥିଲେ । ଦୁଇ ଝିଅଙ୍କୁ ନେଇ ପରିବାରରେ କଳହ ଲାଗି ରହୁଥିଲା । ଯାହାକୁ ନେଇ ଏ ଦୁନିଆ ଛାଡି ଚାଲିଯିବାକୁ ପଣ କରିଥିଲେ ରାଇମୋହନ । ସମସ୍ତଙ୍କ ମନରେ ସେଇ ଗୋଟିଏ ପ୍ରଶ୍ନ ନିଜ କ୍ଯାରିୟରରେ ଶୀର୍ଷରେ ଥିବା ଓ ଅଜସ୍ର ସଫଳତା ହାସଲ କରିଥିବା ବରିଷ୍ଠ ଅଭିନେତା ରାଇମୋହନ ଏଭଳି ନିଷ୍ପତ୍ତି କାହିଁକି ନେଲେ ?

ଭୟଙ୍କର ଅଭିନୟରେ ଦର୍ଶକଙ୍କୁ ଡରାଇ ଦେଉଥିବା ଅଭିନେତା କାହିଁକି ବଞ୍ଚିବାକୁ ଡରିଗଲେ ? ବର୍ଷୀୟାନ ଓଡିଆ ଅଭିନେତା ରାଇମୋହନଙ୍କ ମୃତ୍ୟୁ ଘଟଣାକୁ ଚାରିଦିନ ବିତିଗଲାଣି । ହେଲେ ଏବେବି ତାଙ୍କ ମୃତ୍ୟୁ ଉପରୁ ରହସ୍ୟ ଉଠିପାରୁନି । ଏହାରି ଭିତରେ ଏକ ଚାଞ୍ଚଲ୍ୟକର ଖବର ଲାଗିଛି ପୋଲିସ ହାତରେ ।
ମୃତ୍ୟୁର ପୂର୍ବଦିନ ରାତିରେ ପତ୍ନୀ ରଞ୍ଜିତା ଓ ଦୁଇ ଝିଅ ଉଦିତା ଏବଂ ଶେଫାଳିଙ୍କ ସହ ରାଇମୋହନଙ୍କ ପ୍ରବଳ ଝଗଡା ହୋଇଥିଲା । ଝଗଡା ଏତେ ବଡ ଥିଲା ଯେ ସେ ମାନସିକ ସ୍ତରରେ ଭାଙ୍ଗି ପଡିଥିଲେ । ସେଦିନ ରାତିର ସେହି ଝଗଡାରେ ଭାଙ୍ଗି ଯାଇ ତା’ ପରଦିନ ଦ୍ଵିପ୍ରହରରେ ସେ ଏମିତି ଚରମ ନିଷ୍ପତ୍ତି ନେଇଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି । ପୁଲିସ ଅନୁମାନ କରୁଛି କି ରାଇମୋହନ ହୁଏତ ରାତିରେ ଝଗଡାକୁ ସହିପାରି ନଥିଲେ, କିନ୍ତୁ ରାତିରେ ଘରେ ସମସ୍ତେ ଥିବାରୁ ସେ କୌଣସି ପଦକ୍ଷେପ ନେବାକୁ ପଛାଇଥିଲେ ।

ସକାଳ ସାଢେ ଦଶଟା ପରେ ସମସ୍ତେ ଘରୁ ଯିବାପରେ ଏକୁଟିଆ ହୋଇ ଯାଇଥିଲେ ରାଇମୋହନ । ଯାହାକି ତାଙ୍କୁ ଏଭଳି ବଡ ପଦକ୍ଷେପ ପାଇଁ ସୁଜିଗ ଆଣି ଦେଇଥିଲା । ତେବେ ରାଇମୋହନଙ୍କ ସହ ତାଙ୍କ ପରିବାରର ଝଗଡା କାରଣକୁ ନେଇ ବର୍ତ୍ତମାନ ପୁଲିସକୁ କିଛି ସୁରାକ ମିଳିଛି । ରାଇମୋହନଙ୍କ ଏଭଳି ନିଷ୍ପତ୍ତି ପଛରେ ତାଙ୍କ ଦୁଇ ଝିଅ ଥିବା ଜଣାପଡିଛି । କାରଣ ବଡ ଝିଅର ବିବାହ ପରଠାରୁ ରାଇମୋହନଙ୍କ ମନ ଭଲ ନଥିଲା ଓ ସେ ସବୁବେଳେ ଉଦାସ ରହୁଥିଲେ । କିଛିଦିନ ହେବ ସାନ ଝିଅକୁ ନେଇ ମଧ୍ୟ ଚିନ୍ତିତ ରହୁଥିଲେ ରାଇମୋହନ ।
କାରଣ ସାନ ଝିଅ ନିଶା ନେଉଥିବା ବେଳେ ଜଣେ ଡ୍ରଗ ଆଡିକ୍ଟଙ୍କୁ ମଧ୍ୟ ଭଲ ପାଉଥିବା ଖବର ଏବେ ସାମ୍ନାକୁ ଆସୁଛି । ଏହି କାରଣରୁ ଘରେ ବିବାଦ ହେଉଥିବା ଜଣାପଡିଛି । ଏହି ମାମଲାରେ ପରିବାର ଲୋକଙ୍କ ସହ ଏପର୍ଯ୍ୟନ୍ତ ୧୨ଜଣଙ୍କର ବୟାନ ରେକର୍ଡ କରିସାରିଛି ପୁଲିସ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।