Rahul ଙ୍କ ପାଖକୁ ଫେରିଲେ ଫେରାର ପତ୍ନୀ Harapriya, ଆଉ ତା’ପରେ ଯାହା ହାଇଡ୍ରାମା ହେଲା ନିଜେ ଦେଖନ୍ତୁ…ଏହି Video

କେନ୍ଦ୍ରପଡା ଧୂଷୁରି ଥାନା ଅନ୍ତର୍ଗତ ରାହୁଲ ଓ ହରପ୍ରିୟାଙ୍କ ଘଟଣା ଏବେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ଗତ ମଙ୍ଗଳବାର ଦିନ ପରୀକ୍ଷା ଦେବାକୁ ଯାଇ କଲେଜରୁ କୁଆଡେ ଗାୟବ ହୋଇ ଯାଇଥିଲେ ରାହୁଲ ଗୋଛାୟତଙ୍କ ପତ୍ନୀ ହରପ୍ରିୟା ପଣ୍ଡା । ହରପ୍ରିୟାଙ୍କୁ ନପାଇ ରାହୁଲ ଏକ ପ୍ରକାର ପାଗଳ ପ୍ରାୟ ହୋଇ ଯାଇଥିଲେ । ରାହୁଲଙ୍କ ଘରଲୋକ ତାଙ୍କ ଅବସ୍ଥା ଦେଖି ପାରୁ ନଥିଲେ । କିନ୍ତୁ ଏବେ ରାହୁଲଙ୍କ ଅପେକ୍ଷାର ଅନ୍ତ ଘଟିଛି । ନିଜ ପତ୍ନୀ ହରପ୍ରିୟାଙ୍କୁ ପୁନର୍ବାର ଫେରି ପାଇଛନ୍ତି ରାହୁଲ ।

ରାହୁଲଙ୍କ ସହ ଅନେକ ଶୁଭାକାଂକ୍ଷୀ ହରପ୍ରିୟା ଓ ରାହୁଲଙ୍କର ଆଉ ଥରେ ଏକାଠି ମିଳନ ହେଉ ବୋଲି କାମନା କରୁଥିଲେ । ଆଉ ଏବେ ସତରେ ରାହୁଲଙ୍କ ସହ ହରପ୍ରିୟାଙ୍କର ମିଳନ ହେବା ପରେ ନିହାତି ଭାବେ ଅନେକ ଲୋକଙ୍କୁ ଏହା ଖୁସି ଦେଇଛି । କହୁ ରଖୁଛୁ ଯେ, କେନ୍ଦ୍ରପଡା ଧୂଷୁରି ଥାନା ଅଞ୍ଚଳର ରାହୁଲ ଗୋଛାୟତ ବ୍ରାହ୍ମଣୀପାଲ ଡକାସାହିର ଝିଅ ହରପ୍ରିୟାଙ୍କୁ ଦୁଇ ବର୍ଷ ଧରି ପ୍ରେମ କରିବା ପରେ ଗତ ଛଅ ମାସ ହେବ ବିବାହ କରିଥିଲେ ।

ସେମାନେ ପ୍ରଥମେ ଏକାଠି ଘରୁ ଫେରାର ହୋଇ ଯାଇଥିଲେ ଓ ପରେ ରାହୁଲଙ୍କ ପରିବାର ଲୋକ ସେମାନନ ସନ୍ଧାନ ପାଇ ଉଭୟଙ୍କ ବିବାହ କରାଇ ଘରକୁ ଆଣିଥିଲେ । ଘରକୁ ଆସିବା ପରେ ହରପ୍ରିୟା ପଢିବାକୁ ଚାହାନ୍ତି ବୋଲି କହିଥିଲେ । ରାହୁଲ ଓ ତାଙ୍କ ପରିବାର ହରପ୍ରିୟାଙ୍କ କଥା ରଖି ତାଙ୍କୁ ନିକଟସ୍ଥ ଆଖଣ୍ଡଳମଣି ମହାବିଦ୍ୟାଳୟରେ ଆଡମିଶନ କରାଇଥିଲେ ।

ରାହୁଲ ସବୁବେଳେ ହରପ୍ରିୟାଙ୍କୁ କଲେଜ ନେବା ଆଣିବା କରୁଥିଲେ । ଗତ ସପ୍ତାହରେ ହରପ୍ରିୟାଙ୍କର ପରୀକ୍ଷା ଚାଲିଥିଲା ଓ ସେ ଦେଢ ମାସର ଗର୍ଭବତୀ ମଧ୍ୟ ଅଛନ୍ତି । ରାହୁଲ ତାଙ୍କୁ ନିଜ ସ୍କୁଟିରେ ବସେଇ କଲେଜ ନେଇଥିଲେ, କିନ୍ତୁ ଫେରିବା ବେଳକୁ ଶୁଣିବାକୁ ପାଇଥିଲେ କି ହରପ୍ରିୟା କାହା ସହ କାର୍ ରେ ପଳାଇଛନ୍ତି । କିଛିଦିନ ଯାଏଁ ରାହୁଲ ହରପ୍ରିୟାଙ୍କର କୌଣସି ସନ୍ଧାନ ପାଇ ନଥିଲେ । କିନ୍ତୁ ଆଜି ହଠାତ ହରପ୍ରିୟାଙ୍କର ଖବର ପାଇ ରାହୁଲ ଓ ତାଙ୍କ ଗାଁ ଲୋକ କିଛି ମିଶି ସେଠାରେ ପହଞ୍ଚି ଯାଇଥିଲେ ।

ଯାହାପରେ ସେଠାରେ ହାଇଡ୍ରାମା ହେବା ସହ ହରପ୍ରିୟାଙ୍କୁ ଆଣି ରାହୁଲଙ୍କ ସହ ପଳେଇ ଯିବାରେ ସେମାନେ ସାହାଯ୍ୟ କରିଥିବା ଏକ ଭିଡିଓରୁ ଦେଖିବାକୁ ମିଳିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।