ପତ୍ନୀ Harapriya ଙ୍କ ଫେରାର ହେବା ପଛର ପ୍ରକୃତ ସତ ବଖାଣିଲେ Rahul, କହିଲେ ସେ କଲେଜରୁ ବାହାରୁଥିଲା ବେଳେ ତାକୁ…ଦେଖନ୍ତୁ Video

ସ୍ଵାମୀ ରାହୁଲଙ୍କ ବିଶ୍ବାସ ଏବେ ସତରେ ପରିଣତ ହୋଇଛି । ତାଙ୍କ ପାଖାଉ ଫେରି ଆସିଛନ୍ତି ପତ୍ନୀ ହରପ୍ରିୟା । ଆଉ ତା’ପରେ ହରପ୍ରିୟାଙ୍କ ସହ କଣ ହୋଇଥିଲା ନିଜେ ସବୁ ବଖାଣିଛନ୍ତି । ହରପ୍ରିୟାଙ୍କୁ ସେ ଗତ ଛଅ ମାସ ହେବ ବିବାହ କରିଥିଲେ ଓ ସେ ଦେଢ ମାସର ଗର୍ଭବତୀ ମଧ୍ୟ ଅଛନ୍ତି । ହରପ୍ରିୟା ପାଠ ପଢିବାକୁ ଇଛା ପ୍ରକାଶ କରିବାରୁ ରାହୁଲ ତାଙ୍କୁ ନିକଟସ୍ଥ ଆଖଣ୍ଡଳମଣି କଲେଜରେ ଆଡମିଶନ କରାଇଥିଲେ । ହରପ୍ରିୟାଙ୍କୁ ସବୁବେଳେ କଲେଜ ନେବା ଆଣିବା କରନ୍ତି ସ୍ଵାମୀ ରାହୁଲ ।

ଗତ ମଙ୍ଗଳବାର ଦିନ ହରପ୍ରିୟାଙ୍କର ଶେଷ ପରୀକ୍ଷା ଥିବା ବେଳେ ସବୁଦିନ ପରି ସେଦିନ ମଧ୍ୟ ରାହୁଲ ତାଙ୍କୁ କଲେଜ ନେଇ ଯାଇଥିଲେ । କିନ୍ତୁ ଯେତେବେଳେ ହରପ୍ରିୟାଙ୍କୁ ଆଣିବାକୁ ଆଉ ଥରେ କଲେଜ ଯାଇଥିଲେ ଶୁଣିବାକୁ ପାଇଥିଲେ କି ହରପ୍ରିୟା ଏକ କାର୍ ରେ ବସିକି କୁଆଡେ ଗଲେ । ସେ ହରପ୍ରିୟାଙ୍କୁ ଖୋଜିବାକୁ ଯାଇ ନିଜେ ମଧ୍ୟ ସେ ଏକ କାର୍ ରେ ଯାଉଥିବା ଦେଖିବାକୁ ପାଇଥିଲେ ।

ଯାହା ପରେ ହରପ୍ରିୟାଙ୍କ ଫେରିବା ବାଟକୁ ଅପେକ୍ଷା କରି ବାହୁନି ବାହୁନି କାନ୍ଦୁଥିଲେ ରାହୁଲ । ତେବେ ରାହୁଲ ହରପ୍ରିୟାଙ୍କ ଫେରାର ହେବା ନେଇ କହିଛନ୍ତି ଯେ, ହରପ୍ରିୟାଙ୍କୁ କେହି ଜଣେ କହିଥିଲେ କି ରାହୁଲ ବୁଲେଇ ନେବା ପାଇଁ କାର୍ ନେଇ ଆସିଛନ୍ତି ତୁମକୁ ଡାକୁଛନ୍ତି ଯାଅ । ହରପ୍ରିୟା ଯେତେବେଳେ କାର୍ ପାଖକୁ ଯାଇଛନ୍ତି ସେତେବେଳେ କିଛି ଲୋକ ତାଙ୍କୁ ଅଚେତ କରି ଜବରଦସ୍ତି କାର୍ ରେ ନେଇ ପଳାଇଥିଲେ ।

ଏକଥା ରାହୁଲଙ୍କୁ କିଛି କଲେଜ ସାଙ୍ଗ କହିବା ପରେ ସେ କାର୍ ର ପିଛା କରିଥିଲେ ସୁଦ୍ଧା କାର୍ ଟି କୁଆଡେ ଗାୟବ ହୋଇ ଯାଇଥିଲା । ରାହୁଲ ହରପ୍ରିୟାଙ୍କର କୌଣସି ସନ୍ଧାନ ପାଇ ନଥିବା ବେଳେ ହରପ୍ରିୟାଙ୍କୁ ନେଇ ସେମାନେ ଏକ ଅନ୍ଧାର ଘରେ ବନ୍ଦ କରି ରଖିଥିଲେ । କିନ୍ତୁ ଗତକାଲି ସୁଯୋଗ ପାଇ ହରପ୍ରିୟା ରାହୁଲଙ୍କୁ ଫୋନ କରି ସବୁ କଥା ଜଣାଇଥିଲେ ।

ସେ କେଉଁ ଜାଗାରେ ଅଛନ୍ତି ତାହା ମଧ୍ୟ ଜାଣିପାରୁ ନଥିଲେ । ରାହୁଲ ଯଥାଶୀଘ୍ର କୌଣସି ମତେ ହରପ୍ରିୟାଙ୍କ ପାଖେ ପହଞ୍ଚିବାକୁ ବାଟ ଖୋଜୁଥିଲେ । ହରପ୍ରିୟାଙ୍କ ନମ୍ବର ଟ୍ରାକ କରିବା ପାଇଁ ପୋଲିସ ଥାନାରେ ଦେଇଥିଲେ ମଧ୍ୟ ସେଥିରେ ବିଫଳ ହୋଇଥିଲେ । ହରପ୍ରିୟାଙ୍କୁ ତାଙ୍କ ମାମୁଁ ମାଇଁ କେଉଁଆଡେ ନେଇ ଯାଉଥିବା କଥା ସେ ରାହୁଲଙ୍କ କହିଥିଲେ । ତା’ପରେ ରାହୁଲ ଯାଇ ଉକ୍ତ ସ୍ଥାନରେ ପହଞ୍ଚିଥିଲେ ।

ସେଠାରୁ ହରପ୍ରିୟା ରାହୁଲଙ୍କୁ ଦେଖିବା ମାତ୍ରେ ତାଙ୍କ ମାମୁଁଙ୍କ ହାତ ଛାଡି ରାହୁଲଙ୍କ ପାଖକୁ ଦୌଡି ପଳାଇ ଆସିଥିଲେ । କିଛି ଲୋକ ମଧ୍ୟ ରାହୁଲ ଓ ହରପ୍ରିୟାଙ୍କୁ ସେଠାରୁ ଫେରାର ହେବାରେ ସାହାଯ୍ୟ କରିଥିଲେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।